Videos
|
Crime

ପାରିବାରିକ କଳହରୁ ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କଲା ସ୍ବାମୀ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ପାରିବାରିକ କଳହରୁ ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କଲା ସ୍ବାମୀ

Key Points

ମୋହନା: ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କଲା ସ୍ବାମୀ
ମୋହନା ଥାନା କୁଙ୍କୁଣି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ
ପାରିବାରିକ କଳହରୁ ହତ୍ୟା କରିଥିବା ସନ୍ଦେହ
ରକ୍ତ ଜୁଡୁବୁଡୁ ମୃତଦେହ ଜବତ, ଅଭିଯୁକ୍ତ ସ୍ବାମୀ ଅଟକ

ସ୍ତ୍ରୀକୁ କାତିରେ ହାଣି ହତ୍ୟା କଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଙ୍କୁଣୀ ଗାଁରେ ଘଟିଛି। ମୃତକ ଜଣକ ହେଲେ କୁଙ୍କୁଣି ଗାଆଁର ରାଧାକାନ୍ତ ନାୟକଙ୍କ ଝିଅ ରିସମା ବାଗସିଂ। ପ୍ରତ୍ୟେକ ଦିନ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା। ଏଥିପାଇଁ ରିସମା ଗତ ଚାରି ମାସ ହେବ ନିଜ ବାପା ଘରେ ରହୁଥିଲେ। ଗତକାଲି ରାତିରେ ଉଭୟ ସ୍ୱାମୀ, ସ୍ତ୍ରୀ ଓ ପିଲା ଛୁଆ ମିଶି ମୋହନାରେ ଚାଲିଥିବା ମୀନା ବଜାର ବୁଲିବାକୁ ଆସିଥିଲେ।


ରାତି ପ୍ରାୟ 10 ଟାରେ କୁଙ୍କୁଣୀ ଗାଁକୁ ଫେରିଥିଲେ। ଏହାପରେ ସ୍ଵାମୀ ଅନନ୍ତ ଘରେ କାତିରେ ରିସମାଙ୍କୁ ହାଣି ଦେଇଥିଲା। ଏନେଇ ଖବର ପାଇ ପରିବାର ଲୋକେ ବିଳମ୍ବିତ ରାତିରେ ମୋହନା ମେଡିକାଲ ଆଣିଥିଲେ। ତେବେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି l ଖବର ପାଇ ମୋହନା ପୋଲିସ ସ୍ଵାମୀ ଅନନ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Husband kills his wife | Argus News