Wife Kills Husband / ସ୍ତ୍ରୀ କହୁଥିଲା ହାର୍ଟ ଆଟାକ୍ କାହାଣୀ, ପୋଲିସ ଜାଣିଦେଲା ସବୁ ସତ

Key Points
ଯିଏକି ଜଣେ ଲଜିଷ୍ଟିକ୍ସ ମ୍ୟାନେଜର ଭାବେ କାମ କରନ୍ତି ।
ପତ୍ନୀ ଗୋଡ଼ ଧରିଲେ ଏବଂ ପ୍ରେମିକ ଆକ୍ରମଣ କଲେ। କିଛି ସମୟ ଧରି ସେମିତି ଛଟପଟ ହେଉଥାଏ ସ୍ୱାମୀ । ଆଉ ଏହାର କିଛି ସମୟ ପରେ ହସ୍ପିଟାଲରେ ତାଙ୍କର ହେଲା ମୃତ୍ୟୁ । ଏମିତି କିଛି ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦରୁ । ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି । ପର ପୁରୁଷ ସହ ପତ୍ନୀଙ୍କର ଅନୈତିକ ସମ୍ପର୍କ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି ।
ସ୍ୱାମୀଙ୍କ ମୃତ୍ୟୁକୁ ହାର୍ଟ ଆଟାକ୍ ବୋଲି ଦର୍ଶାଇବା ପାଇଁ ପତ୍ନୀ ସବୁ ପ୍ରକାର ଚେଷ୍ଟା କରିଥିଲେ । କିନ୍ତୁ ଶେଷରେ ବିଫଳ ହେଲେ । କାରଣ କଥାରେ ଅଛି ନା, ଚୋର ଯେତେ ଚାଲାକ୍ ହେଲେ ବି କେଉଁଠି ନା କେଉଁଠି ସୁରାକ୍ ଛାଡ଼ିଯାଇଥାଏ । ସେଇ ଛୋଟିଆ ସୁରାକ୍ ହିଁ, ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ।
କିଏ ମରିଛି... କିଏ ମାରିଛି ?
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତକ ହେଉଛନ୍ତି ୪୫ ବର୍ଷୀୟ ଭିଜେ ଅଶୋକ । ଯିଏକି ଜଣେ ଲଜିଷ୍ଟିକ୍ସ ମ୍ୟାନେଜର ଭାବେ କାମ କରନ୍ତି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩୬ ବର୍ଷୀୟା ଜେ. ପୂର୍ଣ୍ଣିମା ତାଙ୍କ ପତ୍ନୀ । ପୋଲିସ କହିବାନୁସାରେ ଜେ. ପୂର୍ଣ୍ଣିମାଙ୍କର ୨୨ ବର୍ଷୀୟ ପି. ମହେଶଙ୍କ ସହିତ ଅବୈଧ ସମ୍ପର୍କ ଥିଲା।
କାହିଁକି ହତ୍ୟା ପ୍ଲାନ୍ ?
ପତ୍ନୀ ପୂର୍ଣ୍ଣିମାଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ପଚରାଉଚରା କରିବା ଆରମ୍ଭ କରିଥିଲେ ଅଶୋକ । ଯାହାକି ହତ୍ୟାକାଣ୍ଡର ମୁଖ୍ୟ କାରଣ ପାଲଟିଲା। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଅଶୋକଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସେ ପତ୍ନୀଙ୍କୁ ଅନୈତିକ ସମ୍ପର୍କ ବିଷୟରେ ପଚରାଉଚରା କରିବା ଆରମ୍ଭ କରିଥିଲେ।
ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା
ଡିସେମ୍ବର ୧୨ ତାରିଖରେ ପୂର୍ଣ୍ଣିମା ଏକ ଅଭିଯୋଗ ଦାଖଲ କରିଥିଲେ ଯେ ତାଙ୍କ ସ୍ୱାମୀ ବାଥରୁମରେ ଅଚେତ ହୋଇଯାଇଥିଲେ ଏବଂ ପରେ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସେ ସମ୍ପର୍କୀୟ ଏବଂ ପୋଲିସକୁ କହିଥିଲେ ଯେ ଅଶୋକଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଆରମ୍ଭରୁ ପୂର୍ଣ୍ଣିମାଙ୍କ ଉପରେ କାହାର ବି ସନ୍ଦେହ ନଥିଲା । କିନ୍ତୁ ଯେତେବେଳେ ତଦନ୍ତକାରୀ ଅଧିକାରୀ ଅଶୋକଙ୍କ ଶରୀରରେ କ୍ଷତ ଚିହ୍ନିତ ଦେଖିଲେ ସେତେବେଳେ ହାର୍ଟଆଟାକ୍ କାହାଣୀ ମିଛ ଭଳି ଲାଗିଲା ।
କେମିତି ହେଲା ପର୍ଦ୍ଦାଫାସ୍ ?
ପୋଲିସର ସନ୍ଦେହ ହେବା ପରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ ହୋଇଥିଲା । ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା । ସବୁ ତଥ୍ୟ ପ୍ରମାଣ ସଂଗ୍ରହ କରିଥିଲା ପୋଲିସ । ଏହାପରେ ପୂର୍ଣ୍ଣିମାର ଦାବିକୁ ପୋଲିସ ମିଛ ବୋଲି ଜାଣିବାକୁ ପାଇଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ ପୂର୍ଣ୍ଣିମାର ଅନୈତିକ ସମ୍ପର୍କ ବିଷୟରେ ଅଶୋକ ଜାଣିବା ପରେ ଏହି ହତ୍ୟା ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା।
ଡିସେମ୍ବର ୧୧ ତାରିଖ ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଅଶୋକ ଅଫିସ୍ରୁ କାମ ସାରି ଘରକୁ ଫେରିଥାଏ । ହଠାତ୍ ଘରେ ପଶୁ ପଶୁ ମହେଶ ଏବଂ ତାର ଏକ ସହଯୋଗୀ ସାଇ କୁମାର ଅଶୋକଙ୍କୁ ଧରି ପିଟିବାକୁ ଲାଗିଲେ। ଏହି ସମୟରେ ଅଶୋକଙ୍କ ଗୋଡ଼ ଦୁଇଟିକୁ ଜାବୁଡ଼ି ଧରିଥିଲା ପୂର୍ଣ୍ଣିମା । ଆଉ ମହେଶ ବେକ ଚିପି ହତ୍ୟା କରିଥିଲା । ତଦନ୍ତ କରିବା ପରେ ପୋଲିସ ଏନେଇ ପ୍ରମାଣ ସଂଗ୍ରହ ମଧ୍ୟ କରିଛି ।
ପୋଲିସକୁ ଭୁଆଁ ବୁଲାଇବା ପାଇଁ, ତିନି ଜଣ ମିଶି ଅଶୋକଙ୍କ ଡ୍ରେସ୍ ବଦଳାଇଥିଲେ । ଆଉ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ତଦନ୍ତ ସମୟରେ, ପୋଲିସ ଏକ ଆଇଫୋନ୍, ରକ୍ତ ଲାଗିଥିବା ପୋଷାକ ଏବଂ ଏକ ପେନ୍ ଡ୍ରାଇଭ୍ ଜବତ କରିଛି ।
📱 Get Argus News App
✨Related Topics
Explore more stories