Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

ମୁମ୍ୱାଇ ପୋଲିସ ପାଇଁ ମୁଁ ସବୁ ହରେଇଲି...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୁମ୍ୱାଇ ପୋଲିସ ପାଇଁ ମୁଁ ସବୁ ହରେଇଲି...

ଅର୍ଗସ ବ୍ୟୁରୋ:  କିଏ ଏହି ବ୍ୟକ୍ତି ଯିଏ ସୈଫଙ୍କୁ ମାଗୁଛି ଚାକିରି । କହୁଛି ମୋତେ ଚାକିରି ଦେବେ ଖାନ ପରିବାର। ବ୍ୟକ୍ତି ଜଣକ କହିଛି ‘ମୋର ବୟସ ୩୧ ବର୍ଷ। ମୁଁ ପେସାରେ ଜଣେ ଚାଳକ। ମୁମ୍ବାଇ ପୋଲିସ ମୋତେ ସୈଫଙ୍କ ଉପରେ ଛୁରାମାଡ଼ ଘଟଣାରେ କାବୁ କରିଥିଲା। ଜାନୁଆରି ୧୯ ତାରିଖରେ ମୁମ୍ବାଇ ପୋଲିସ ବାଂଲାଦେଶ ନାଗରିକ ମହମ୍ମଦ ଶରୀଫୁଲ ଇସଲାମ ଶହଜାଦକୁ ଗିରଫ କରିଥିଲା। ଏହାପରେ ମୋତେ ଛାଡ଼ି ଦେଇଥିଲା।


ଏହି ଘଟଣା ପରେ ମୋତେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ମୋ ଚାକିରି ଚାଲି ଯାଇଛି। ଯେଉଁ କନ୍ୟାଙ୍କ ସହିତ ମୋର ବିବାହ ସ୍ଥିର ହୋଇଥିଲା ତାଙ୍କ ପରିବାର ବିବାହ ଭାଙ୍ଗି ଦେଇଛନ୍ତି । ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାମ ଆକାଶ କନୌଜିଆ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବ୍ୟକ୍ତି ଜଣକ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି। ଏହାସହ ବ୍ୟକ୍ତିଜଣକ ଏହା ମଧ୍ୟ କହିଛନ୍ତି ଗଣମାଧ୍ୟମ ମୋର ଫଟୋ ଦେଖାଇବା ଆରମ୍ଭ କରିବା ମାତ୍ରେ ମୋ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲା। ମୁମ୍ବାଇ ପୋଲିସର ଗୋଟିଏ ଭୁଲ ମୋ ଜୀବନକୁ ନଷ୍ଟ କରିଦେଲା। ସେ ଦେଖି ନଥିଲେ ଯେ ମୋର ଏକ ନିଶ ଅଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେତେବେଳେ ସୈଫଙ୍କ କୋଠାର ସିସିଟିଭି ଫୁଟେଜରେ ଦେଖାଯାଉଥିବା ବ୍ୟକ୍ତିଙ୍କର ନିଶ ନଥିଲା। ତେଣୁ ମୁଁ ସୈଫ ଅଲୀ ଖାନଙ୍କ ପରିବାକୁ ଚାକିରି ଦେବା ପାଇଁ ଅନୁରୋଧ କରୁଛି। ନଚେତ ତାଙ୍କ ଘର ବାହାରେ ଠିଆ ହୋଇ ଚାକିରି ମାଗିବି କାରଣ ମୋ ସହିତ ଯାହା ଘଟିଛି । ଅଭିନେତା ସୈଫ ଅଲୀ ଖାନଙ୍କୁ ହୋଇଥିବା ଛୁରାମାଡ଼ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ମହମ୍ମଦ ଶରୀଫୁଲ ଇସଲାମ ଶହଜାଦ ପୋଲିସ ହେପାଜତରେ ଅଛି।


ଶରୀଫୁଲକୁ ମୁମ୍ବାଇ ପୋଲିସ ଧରିବା ପୂର୍ବରୁ ଛତିଶଗଡ଼ର ଦୁର୍ଗରୁ ଜଣେ ବ୍ୟକ୍ତିଙ୍କୁ ସନ୍ଦିଗ୍ଧ ଭାବେ କାବୁ କରିଥିଲା। କିଛି ସମୟ ପଚରାଉଚରା ପରେ ଉକ୍ତ ବ୍ୟକ୍ତିଙ୍କୁ ଛାଡ଼ି ଦେଇଥିଲା ପୋଲିସ। ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଅନେକ ଅସୁବିଧାର ସାମ୍ନାକୁ କରିବାକୁ ପଡ଼ୁଛି।

Sponsored
I want justice as Mumbai cops have ruined my life: Man detained, released in Saif Ali Khan attack case | Argus News