Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

କଲିଂ ବେଲ୍ ମାରିଲେ, କବାଟ ଖୋଲୁ ଖୋଲୁ ମୁହଁରେ spray କଲେ, ଆଉ ତା'ପରେ...

Smruti Parija
Browse all articles by Smruti Parija
·1 year ago·1 min read
କଲିଂ ବେଲ୍ ମାରିଲେ, କବାଟ ଖୋଲୁ ଖୋଲୁ ମୁହଁରେ spray କଲେ, ଆଉ ତା'ପରେ...

Key Points

ଆପାର୍ଟମେଣ୍ଟରେ ଜଘନ୍ୟ କାଣ୍ଡ

ପାର୍ସଲ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ

ଧମକ ଦେଲେ, ମୁଁ ପୁଣି ଆସିବି

ପାର୍ସଲ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ । ପୁନେର ଆପାର୍ଟମେଣ୍ଟରେ ଏଭଳି ଜଘନ୍ୟ କାଣ୍ଡ ହୋଇଛି । ଅଭିଯୁକ୍ତ ଜଣଙ୍କ ନିଜକୁ କୋରିୟର କମ୍ପାନୀର କର୍ମଚାରୀ ଭାବେ ପରିଚୟ ଦେଇ ଯୁବତୀଙ୍କ ପାର୍ସଲ ଆସିଥିବା କହିଥିଲା । ଯୁବତୀ ଜଣଙ୍କ କବାଟ ଖୋଲିବା ପରେ ତାଙ୍କ ମୁହଁରେ କିଛି ସ୍ଫ୍ରେ କରି ଦେଇଥିଲେ । ଯୁବତୀ ଜଣଙ୍କ ଅଚେତ ହୋଇ ପଡିବା ପରେ ତାଙ୍କୁ ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ କରିଥିଲେ । ଏନେଇ ଅଭିଯୋଗ ପାଇବା ପରେ ଘଟଣାକୁ ଗୁରୁତର ସହ ନେଇଛି ପୋଲିସ । ଅଭିଯୁକ୍ତକୁ ଧରିବା ପାଇଁ ୧୦ଟି ଟିମ୍ ଗଠନ କରାଯାଇଛି ।


ପୋଲିସର କହିବାନୁଯାୟୀ, ଦୂର୍ବୃତ୍ତ ଜଣଙ୍କ ଯୁବତୀଙ୍କ ଫୋନ ବ୍ୟବହାର କରି ସେଥିରେ ସେଲଫି ଉଠାଇଛି । ଏହାସହ ଯୁବତୀଙ୍କୁ ଧମକ ଦେଇଛି ଯେ ମୁଁ ପୁଣି ଥରେ ଆସିବି । ଏହାସହ ଯଦି କାହାକୁ ଏ ସମ୍ୱନ୍ଧରେ କୁହ, ତେବେ ଫଟୋ ଭାଇରାଲ୍ କରିବାକୁ ଦେଇଛି ଧମକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯୁବତୀ ଜଣଙ୍କ ରହୁଥିବା ବିଲଡିଂ ଏବଂ ସେହି ଆଖ ପାଖ ଅଞ୍ଚଳ ଗୁଡିକର ସିସିଟିଭି ଫୁଟେଜ୍ କୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି । ସିସିଟିଭିରେ ଦୂର୍ବୃତ୍ତଙ୍କ ମୁହଁ ସ୍ପଷ୍ଟ ଜଣାପଡୁଛି । ତେଣୁ ଗଠନ ହୋଇଥିବା ଟିମ୍ ତାଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି ।

Sponsored
i-will-come-again-delivery-boy-in-pune-rapes-woman-after-making-her-unconscious | Argus News