Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

ଖବର ପାଇ ଫେରାର ହୋଇଯାଇଥିଲେ ବିଶାଲ

Smruti Parija
Browse all articles by Smruti Parija
·1 year ago·1 min read
ଖବର ପାଇ ଫେରାର ହୋଇଯାଇଥିଲେ ବିଶାଲ

Key Points

ସରିଲା ଆୟକର ବିଭାଗ ଚଢାଉ

ସ୍ବର୍ଗତ ନବଦାସଙ୍କ ପତ୍ନୀ ମିନତୀ ଦାସ, ଝିଅ ଦୀପାଲି ଦାସ ଓ ପୁଅ ବିଶାଲ ଦାସଙ୍କୁ ଜେରା
ଖବର ପାଇ ଫେରାର ହୋଇଯାଇଥିଲେ ବିଶାଲ

ପୂର୍ବତନ ମନ୍ତ୍ରୀ ସ୍ବଗତ ନବ କିଶୋର ଦାସଙ୍କ ଘରେ ସରିଲା ଆୟକର ବିଭାଗ ଚଢାଉ । ୪ ଦିନ ଧରି ଆୟକର ବିଭାଗର ରେଡ ଚାଲିଥିଲା । ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ପରି ବିଭିନ୍ନ ସ୍ଥାନରେ ରେଡ ଚାଲିଥିଲା । ରେଡ ସମୟରେ ସ୍ବଗତ ନବଦାସଙ୍କ ସ୍ତ୍ରୀ ମିନତୀ ଦାସ, ଝିଅ ଦୀପାଲି ଦାସ ଓ ପୁଅ ବିଶାଳ ଦାସଙ୍କୁ ପଚରାଉଚରା କରାଯାଇଛି । ୧୯ ତାରିଖ ବିଶାଲ ଦିଲ୍ଲୀରେ ଥିବା ସମୟରେ IT ରେଡ୍ କରିଥିଲା ।


ଏହି ଖବର ପାଇ ଫେରାର ହୋଇଯାଇଥିଲେ ବିଶାଲ। ଶନିବାର IT ବିଭାଗ ତାଙ୍କୁ କୋଲକାତାରୁ କାବୁ କରି ସମ୍ଵଲପୁର ଆଣି ପଚରାଉଚରା କରିଥିଲେ । ଏହି ସମୟରେ ଅନେକ ଗୁରୁତ୍ବ ପୂର୍ଣ୍ଣ କାଗଜ ପତ୍ର, ବ୍ୟାଙ୍କ ପାସବୁକ, ଟଙ୍କା ଓ ହାର୍ଡ ଡିକ୍ସ ଜବତ କରିଛି IT ଟିମ୍ । ତାଙ୍କ ସହଯୋଗୀ ବୁଲୁ ବିଶ୍ବାଳ ଓ ରମେଶ ଅଗ୍ରଓ୍ବାଲ ଘରେ ଘରେ ମଧ୍ୟ ରେଡ ପଡିଥିଲା । ମାନେଶ୍ଵର ଅଂଚଳର ଏକ ଅଫିସରେ ମଧ୍ୟ ରେଡ ଚାଲିଥିଲା ।ଅନ୍ୟ ଏକ ସହଯୋଗୀ ରେଙ୍ଗାଲି ଦୁର୍ଗା ରାଇସଲ ମିଲ ମାଲିକ ରମେଶ ଅଗ୍ରଓ୍ବାଲ ଘରେ ମଧ୍ୟ ରେଡ ଚାଲିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
income-tax-department-raids-on-naba-das-house-were-going-on-for-4-days | Argus News