Crime News / ଜେସିକା ଲାଲଙ୍କ ମର୍ଡର କେସ ,ଏମିତି ହୋଇଥିଲା ହତ୍ୟା

Key Points
ଅର୍ଗସ ବ୍ୟୁରୋ : କିଛି ଏମିତି ଥିଲା ଜେସିକା ଲାଲଙ୍କ ମର୍ଡର କେସର କାହାଣୀ । ଦେଶର କିଛି ବଡ ବଡ ହତ୍ୟା ଘଟଣା କଥା ସାମ୍ନାକୁ ଆସିଲେ ମନେ ପଡେ ଜେସିକା ଲାଲଙ୍କ ମୃତ୍ୟୁ ଘଟଣା । ଯେଉଁ ଘଟଣାକୁ ଆଜି ବି କିଛି ଲୋକ ଭୁଲି ପାରି ନାହାନ୍ତି । ଆଉ ସେହି ଘଟଣାକୁ ନିଜ ଆଖି ଆଗରେ ଦେଖିଥିବା ଲୋକଙ୍କର ଆଜି ବି ଲୋମ ଟାଙ୍କୁରି ଉଠେ । କାହିଁକି ସେଦିନ ସବୁ ଦେଖିଲା ପରେ ବି ପୋଲିସ ସାମ୍ନାରେ ନିଜ ବୟାନ ଦେବାକୁ ପଛାଇଥିଲେ , ସେଥିପାଇଁ ନିଜେ ଅନୁତାପ କରନ୍ତି । ଘଟଣାକୁ ୨୫ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି ମନରୁ ଲିଭିନି ସେଦିନର ସେହି ଲୋମଟାଙ୍କୁରା ଦୃଶ୍ୟ ।
ପ୍ରତିଦିନ ଦେଶରେ ଅନେକ ହତ୍ୟା ଖବର ସାମ୍ନାକୁ ଆସେ । କିଛି ଜଣଙ୍କୁ ଦଣ୍ଡ ମିଳେ ଆଉ କିଛିଜଣ ସେଥିରୁ ଖସି ଯାଆନ୍ତି । ନଚେତ ଦଣ୍ଡ ପାଇବାରେ ବିଳମ୍ବ ହୁଏ । କାରଣ ଦେଶରେ ଥଇବା କିଛି ନେତା ମନ୍ତ୍ରୀ ନିଜ ପଦ ପଦବୀର ପାୱାରରେ ନିଜର ଥିବା ଦୋଷୀଙ୍କୁ ଖସାଇବାକୁ ଚେଷ୍ଟା କରନ୍ତି । ସେଥିରୁ ଏକ ଘଟଣା ଥିଲା ଜେସିକା ଲାଲ ହତ୍ୟା ଘଟଣା ।
ଏହି ଘଟଣା ୨୯ ଏପ୍ରିଲ ୧୯୯୯ର । ଦିଲ୍ଲୀରେ ମେହରୌଲିରେ ଥିବା କୁତୁବ କଲୋନିଏଡ ଭିତରେ ଟେମେରିଣ୍ଡ କୋର୍ଟ ନାମକ ଏକ ରେଷ୍ଟୁରାଣ୍ଟ ଥିଲା । ଯେଉଁ ରେଷ୍ଟୁରାଣ୍ଟର ମାଲିକ ଥିଲେ ବୀଣା ରମାନୀ । ବୀଣା ରମାନୀ ଭାରତୀୟ ଥିଲେ ମଧ୍ୟ ଜଣେ କାନାଡାର ବିଜନେସମ୍ୟାନଙ୍କୁ ବିବାହ କରିଥିଲେ । କିନ୍ତୁ ଉଭୟ ମିଶି ଦିଲ୍ଲୀରେ ରହି ସେହି ରେଷ୍ଟୁରାଣ୍ଟ ଚଲାଉଥିଲେ । ସେହି ରେଷ୍ଟୁରାଣ୍ଟରେ ପ୍ରତି ଗୁରୁବାର ଏକ ପାର୍ଟିର ଆୟଜନ କରାଯାଉଥିଲା । ଯେଉଁ ପାର୍ଟିରେ କେବଳ ଧନୀଲୋକ ମାନେ ହିଁ ଯୋଗ ଦେଉଥିଲେ ।
୨୯ -୩୦ ଏପ୍ରିଲ ୧୯୯୯ । ଏହି ରାତିରେ ବିଣା ରମାନୀଙ୍କ ଦ୍ବାରା ଏକ ଫାରୱେଲ ପାର୍ଟିର ଆୟୋଜନ କରାଯାଇଥିଲା । ବିଣା ରମାନୀଙ୍କ ସ୍ବାମୀ ଭାରତ ଛାଡି କାନାଡା ଯିବା ଉଦ୍ଦେଶ୍ୟରେ ତାଙ୍କ ପାଇଁ ପାର୍ଟିର ଆୟୋଜନ କରାଯାଇଥିଲା । ଏହି ପାର୍ଟିରେ ବାର୍ ପାଇଁ କିଛି ମଡେଲର୍ସ ମାନଙ୍କର ଆବଶ୍ୟକତା ଥିଲା । ଏବଂ ଯେଉଁ ମଡେଲର ମାନେ ସେଠାକୁ ଆସିଥିଲେ, ସେମାନଙ୍କ ଭିତରେ ଥିଲେ ଜେସିକା ଲାଲ । ଯାହାକୁ ଦିଆଯାଇଥିଲା ବାରଟେଣ୍ଡର ଦାୟିତ୍ବ ।
ପାର୍ଟିର ସମୟସୀମା ଥିଲା ୧୧ ଟା । ହେଲେ ପାର୍ଟି ଚାଲିଥିଲା ପାଖାପାଖି ୧୨.୩୦ ଯାଏଁ । ପାର୍ଟି ସରିବାକୁ ଯାଉଥିବା ସମୟରେ ବାର୍ରେ ନାଚୁଥିବା ୩ ଜଣ ଯୁବକ ବାର କାଉଣ୍ଟର ପାଖକୁ ଆସିଥିଲେ । ସେମାନେ ଥିଲେ ମନୁ ଶର୍ମା , ବିକାଶ ୟାଦବ , ଅମରଦୀପ ଗିଲ ଏବଂ ଆଲୋକ ଖାନ୍ନା । ମନୁ ଶର୍ମା ହରିୟାଣାର ବିଧାୟକ ବିନୋଦ ଶର୍ମାଙ୍କ ପୁଅ । ସେହିପରି ତାଙ୍କ ସହ ଥଇବା ଆଉ ୩ ଜଣ ମଧ୍ୟ ଜଣେ ଜଣେ ବଡ ନେତାଙ୍କ ପୁଅ ଥିଲେ ।
ତେବେ ୧୨.୩୦ ଯେତେବେଳେ ସେମାନେ ମଦ କାଉଣ୍ଟର ପାଖକୁ ଯାଇ ମଦ ମାଗିଥିଲେ, ସେତେବେଳେ ମଦ ସରି ଯାଇଥିବା କହିଥିଲେ ଜେସିକା । କିନ୍ତୁ ସଙ୍ଗେ ସଙ୍ଗେ ମନୁ ଶର୍ମା ଟଙ୍କାର ଲୋଭ ଦେଖାଇ ଜବରଦସ୍ତ ମଦ ନେବାପାଇଁ ପକେଟରୁ ୧୦୦୦ ଟଙ୍କା କାଢିଥିଲେ । କିନ୍ତୁ ତଥାପି ସେ ମଦ ଦେବାକୁ ରାଜି ହୋଇ ନଥିଲେ ।
ସେତେବେଳେ ମନୁ ଶର୍ମା ନିଜର ବନ୍ଧୁକ କାଢିଥିଲେ, ଏବଂ ଉପରକୁ କରି ଦୁଇଥର ମାରି ଜେସିକାଙ୍କୁ ଧମକାଇ ଆଉ ଥରେ ମଦ ମାଗିଥିଲେ । କିନ୍ତୁ ଜେସିକା ତାଙ୍କୁ ଦେବାପାଇଁ ସଫା ସଫା ମନା କରି ଦେଇଥିଲେ । ସେତେବେଳେ ମନୁ ସିଧା ଶର୍ମା ଜେସିକା ଆଡକୁ ବନ୍ଧୁକ କରି ସିଧା ଗୁଳି ମାରି ଦେଇଥିଲା । ଆଉ ଗୁଳି ବାଜିଥିଲା ସିଧା ଜେସିକା ଲାଲଙ୍କ ମଥାରେ ।
ସେତେବେଳେ ସମସ୍ତେ ପାର୍ଟିରେ ବ୍ୟସ୍ତି ଥିବା ବେଳେ ଏହି ଘଟଚଣାକୁ ସେଠାରେ ଦେଖିଥିଲେ ପ୍ରଥମେ ଜେସିକାଙ୍କ ସାଙ୍ଗ , ପରେ ସେ ରେଷ୍ଟୁରାଣ୍ଟର ମାଲିକ ବୀଣା ରମାନି । ସେହି ସମୟରେ
ସେଠାରେ ଉପସ୍ଥିତ ଥିବା ମନୁ ଶର୍ମା ଏବଂ ତାଙ୍କର ସାଙ୍ଗମାନେ ସେଠାରୁ ଖସି ଯାଇଥିଲେ ।
ସଙ୍ଗେସଙ୍ଗେ ଜେସିକାଙ୍କୁ ସେଠାରୁ ହସ୍ପିଟାଲ ନିଆଯାଇଥିଲା । ସାଙ୍ଗରେ ତାଙ୍କ ଭଉଣୀ ତାଙ୍କ ବାପା ମାଆଙ୍କୁ ମଧ୍ୟ ଖବର ଦିଆଯାଇଥିଲା । ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ଜେସିକାଙ୍କ ମୃତ୍ୟୁ ହୋଇ ଯାଇଥିଲା ।
ସେପଟେ ମନୁ ଶର୍ମା ସେଠାରୁ ଖସି ଚାଲିଯିବା ପରେ, ବନ୍ଧୁକକୁ ମାଟିରେ ପୋତି ଦେଇଥିଲେ, ଏବଂ ନିଜର ସାଙ୍ଗ ବିକାଶ ୟାଦବ ସହ ଗାଜିଆବାଦ ଯାଇଥିଲେ ।
ତେବେ ଏ ଭିତରେ ପୋଲିସ ପାଖରେ ପହଞ୍ଚିଥିଲା ଏଫଆଇଆର । ଏବଂ ପୋଲିସ ୪ ମେ ରେ ମନୁର ସାଙ୍ଗମାନଙ୍କୁ ଗିରଫ କରିଥିଲା । ୮ ତାରିଖରେ ବୀଣା ଏବଂ ତାଙ୍କର ସ୍ବାମୀଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ସେମାନଙ୍କ ଉପରେ ବିନା ଲାଇସେନ୍ସରେ ରେଷ୍ଟୁରାଣ୍ଟରେ ମଦ ବିକ୍ରି କରାଯିବାର ଆରୋପ ଲଗାଯାଇଥିଲା ।
ପରେ ମନୁ ଶର୍ମାକୁ ମଧ୍ୟ ଗିରଫ କରାଯାଇଥିଲା ।
ତେବେ ସେଦିନ ପାର୍ଟିରେ ହୋଇଥିବା ଘଟଣାର ପ୍ରାୟ ୧୦୦ ଲୋକ ସାକ୍ଷୀ ଥିଲେ । ଯେଉଁମାନେ ପ୍ରକୃତରେ ଦେଖଥିଥିଲେ ମନୁ ସିଂ ଜେସିକାକୁ ହିଁ ମାରିଥିଲା । ଏବଂ ଏହି ହତ୍ୟାକାଣ୍ଡର ମୁଖ୍ୟସାକ୍ଷୀ ଥିଲା ଶାୟନ ମୁଂନସି । ଯିଏ ପୋଲିସକୁ ଲିଖିତ ରୂପେ ଦେଇଥିଲା ଯେ, ମନୁ ସିଂ ହିଁ ଜେସିକାର ହତ୍ୟାକାରୀ । ସମସ୍ତେ ଜାଣିଥିଲେ ଘଟଣାରେ ମନୁ ସିଂ ହିଁ ଦୋଷୀ ଏବଂ ସେ ହିଁ ଦଣ୍ଡ ପାଇବ ।
କିନ୍ତୁ ଘଟଣା ଯେତେବେଳେ କୋର୍ଟରେ ପହଞ୍ଚି ଥିଲା , ସେତେବେଳେ ସବୁକିଛି ଓଲଟପାଲଟ ହୋଇଥିଲା । ଶାୟନ ମୁଂନସି ନିଜ ବୟାନରେ କହିଥିଲା , ସେ ମନୁ ସିଂ ଙ୍କୁ ଚିହ୍ନିନି । ସେ କହିଥିଲା, ତାକୁ ହିନ୍ଦୀ ଜଣାନାହିଁ, ପୋଲିସ ତାକୁ ହିନ୍ଦୀରେ ଲିଖିତ ବୟାନ ଦେଇଥିଲା, ଏବଂ
ସେ କେବଳ ସାଇନ କରିଥିଲେ । ଏବଂ ସେ କହିଥିଲା ଜେସିକାକୁ ମନୁ ସିଂ ଦ୍ବାରା ହତ୍ୟା କରାଯାଇନାହିଁ । ଜେସିକାକୁ ଅନ୍ୟ ଏକ ବନ୍ଧୁକରୁ ଗୁଳି କରାଯାଇଥିଲା । ସେହିପରି ଅନ୍ୟମାନେ ମଧ୍ୟ ସେଦିନର ଘଟଣାକୁ ଦେଖି ନହାନ୍ତି, ଏବଂ ୧୨ ପୂର୍ବରୁ ହିଁ ସେମାନେ ଚାଲି ଯାଇଥିଲେ ସେଠାରୁ ବୋଲି ନିଜ ବୟାନ ରଖିଥିଲେ । ଏମିତିକି ହତ୍ୟାକୁ ନିଜ ଆଖିରେ ଦେଖିଥିବା ବୀଣା ରମାନି ମଧ୍ୟ କୋର୍ଟରେ ସେଦିନ ମିଛ ବୟାନ ଦେଇଥିଲେ । ଯାହା ପଛରେ ଥିଲେ ମନୁ ସିଂ ର ବାପା ବିନୋଦ ଶର୍ମା ।
ତେବେ ଏସବୁ ବୟାନ ସହ ବନ୍ଧୁକରୁ ବାହାରିଥିବା ଗୁଳି ଏବଂ ଜେସିକାଙ୍କୁ ହତ୍ୟା କରାଯାଇଥିବା ଗୁଳିକୁ ନେଇ ଫରେନସିକ୍ ଟେଷ୍ଟ କରାଯିବା ପରେ ଜଣା ପଡିଥିଲା ୨ ଟା ଯାକ ଗୁଳି ଅଲଗା ଅଲଗା ବନ୍ଧୁକର ଥିଲା । ଏସବୁ ପ୍ରମାଣ ମନୁ ସିଂ ସପକ୍ଷରେ ମିଳିବା ପରେ ୧୨ ଏପ୍ରିଲ ୨୦୦୫ରେ ମନୁ ଶର୍ମାକୁ ଜେଲରୁ ବେଲ ମିଳିଥିଲା । ପରେ ୨୧ ଫେବୃଆରୀ ୨୦୦୬ରେ ସବୁ ଆରୋପୀଙ୍କୁ କୋର୍ଟ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିଲା । ଘଟଣାକୁ ସାକ୍ଷୀ ଥିବା ଅନେକ ଲୋକ ନିଜ ଆଖିରେ ହତ୍ୟା କରାଯାଇଥିବା ଦେଖିବା ପରେ ମଧ୍ୟ ଉପଯୁକ୍ତ ପ୍ରମାଣ କୋର୍ଟରେ ନମିଳିବାରୁ ସମସ୍ତଙ୍କୁ ନିର୍ଦ୍ଦୋଷ ବୋଲି ଖଲାସ କରାଯାଇଥିଲା ।
ଯାହାକୁ ନେଇ ଦିଲ୍ଲୀରେ ବଢିଥିଲା ଉତ୍ତେଜନା । ଏ ଭିତରେ ଜେସିକାଙ୍କ ପରିବାରରେ ଜେସିକାଙ୍କ ମାଆଙ୍କର ମୃତ୍ୟୁ ହୋଇ ଯାଇଥିଲା । ଭଉଣୀର ନ୍ୟାୟ ପାଇଁ ଲଢୁଥିବା ସବରୀନା ମଧ୍ୟ ନିଜ ଭଉଣୀକୁ ନ୍ୟାୟ ନ ଦେଇପାରିଥିବା ଦୁଃଖରେ ଭାଙ୍ଗି ପଡ଼ିଥିଲେ । ପରେ ତାଙ୍କ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା ।
କିନ୍ତୁ ଏ ଘଟଣାକୁ ନେଇ ସାରା ଦେଶରେ ଚାଲିଥିଲା କ୍ୟାଣ୍ଡେଲ ମାର୍ଚ୍ଚ । ଘଟଣାର ମୋଡ ସେତେବେଳେ ପରିବର୍ତ୍ତନ ହୋଇଥିଲା, ଯେତେବେଳେ ଘଟଣାରେ ମିଡିଆ ନିଜ ଷ୍ଟ୍ରିଙ୍ଗ ଅପରେସନ ଜାରି କରିଥିଲା । ମିଡିଆର ଜଣେ ସାମ୍ବାଦିକା ଶାୟନ ମୁଂନସିଙ୍କ ପାଖରେ ଫିଲ୍ମ ମିଡିଆରେ ଲୋକ ଭାବେ ପହଞ୍ଚି ତାଙ୍କୁ ଫିଲ୍ମ ଦେବାପାଇଁ ଅଫର ଦେଇଥିଲେ । ଆଉ ତାଙ୍କୁ ହିନ୍ଦୀର ଗୋଟେ ଡାଇଲଗ କହିବାକୁ କହିଥିଲେ । ଆଉ ଯେତେବେଳେ ଶାୟନ ସିଂ ହିନ୍ଦୀର ଡାଇଲଗ କହୁଥିଲେ, ଏବଂ ହିନ୍ଦୀ ସେ ସ୍ପଷ୍ଟ କହିପାରନ୍ତି ବୋଲି କହୁଥିଲେ, ସେତେବେଳେ ମିଡିଆ ଦ୍ବାରା ଏହା ଟିଭିରେ ଡାଇରେକ୍ଟ ଲାଇଭ ଟେଲିକାଷ୍ଟ ଚାଲିଥିଲା । ପରେ ଏପରି ଅନେକ ସାକ୍ଷୀ ଥିବା ବ୍ୟକ୍ତିଙ୍କ ପାଖରୁ କଲ ରେକଡିଂ ଦ୍ବାରା ସାକ୍ଷୀ ପ୍ରମାଣ ହସ୍ତାନ୍ତର କରାଯାଇଥିଲା । ଏବଂ ଏପରି ଏକ ରେକର୍ଡିଂ ମଧ୍ୟ ମିଡିଆ ହାତକୁ ଆସିଥିଲା, ଯେଉଁଥିରେ ମନୁ ଶର୍ମା ନିଜେ ଜେସିକାକୁ ହତ୍ୟା କରିଥିବା ମାନିଥିଲା ।
ଏହାପରେ ଜଣା ପଡିଥିଲା, ସେଦିନ ଆସିଥିବା ଫରେନସିକ ରିପୋର୍ଟ ମଧ୍ୟ ମିଛ ଥିଲା । ଦୁଇଟି ଗୁଳି ଗୋଟେ ବନ୍ଧୁକରୁ ଆସିଥିଲା । ଜନତାଙ୍କ ଆନ୍ଦୋଳନ ଏବଂ ମିଡିଆ ଦ୍ବାରା ସବୁ ସତ ସାମ୍ନାକୁ ଆସିବା ପରେ କୋର୍ଟରେ ଏହି କେସକୁ ଦୀର୍ଘ ୨୫ ଦିନ ଧରି ଶୁଣା ଯାଇଥିଲା । ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି କୋର୍ଟ ମନୁ ଶର୍ମାଙ୍କୁ ଆଜୀବନ ଜେଲଦଣ୍ଡ ଦେବାସହ ବିକାଶ ଯାଦବଙ୍କୁ ୪ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ ।
ଏ ଥିଲା ଜେସିକା ଲାଲ ହତ୍ୟାକାଣ୍ଡର ପୁରା କାହାଣୀ । ଯାହାକୁ ନେଇ ସେତେବେଳେ no one killed jesica ନାଁରେ ଫିଲ୍ମ ମଧ୍ୟ ଆସିଥିଲା । ଯେଉଁଥିରେ ମୁଖ୍ୟ ଭୂମିକା ଥିଲେ ବିଦ୍ୟା ବାଲାନ , ରାଣୀ ମୁଖାର୍ଜୀ ତଥା ଅନ୍ୟ କିଛି ବିଶିଷ୍ଟ ଅଭିନେତା ଏବଂ ଅଭିନେତ୍ରୀ ।
📱 Get Argus News App
✨Related Topics
Explore more stories