Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime In Odisha / ବାପା ସହ ପଡ଼ୋଶୀଙ୍କୁ କୁରାଢ଼ିରେ ହାଣି ହତ୍ୟା; ଭାଇକୁ ବି କଲା କ୍ଷତାକ୍ତ

Sushanta Sahoo
Browse all articles by Sushanta Sahoo
·6 months ago·1 min read
ବାପା ସହ ପଡ଼ୋଶୀଙ୍କୁ କୁରାଢ଼ିରେ ହାଣି ହତ୍ୟା; ଭାଇକୁ ବି କଲା କ୍ଷତାକ୍ତ
Youth kills father and neighbour with an axe in Mayurbhanj

Key Points

କରଞ୍ଜିଆ ଥାନା ଅଞ୍ଚଳରେ ଡବଲ ମର୍ଡର ହୋଇଛି । ଯୁବକଙ୍କ ଆକ୍ରମଣରେ ତାଙ୍କ ବାପାଙ୍କ ସହ ଆଖି ବୁଜିଛନ୍ତି ପଡ଼ୋଶୀ ।
କରଞ୍ଜିଆ (ମୟୂରଭଞ୍ଜ): ସଞ୍ଜ ନଇଁ ଆସୁଥିଲା, ଜଣଙ୍କ ପରେ ଜଣଙ୍କୁ ଚୋଟ ପକାଇଲା । ଯାହାକୁ ପାଇଲା ତାକୁ ହାଣିଲା । ଘର ସହ ଦାଣ୍ଡକୁ ରକ୍ତରେ ଭିଜାଇଦେଲା । ବାପାଙ୍କ ସହ ପଡ଼ୋଶୀଙ୍କୁ କୁରାଢ଼ିରେ ହାଣି ମାରିଦେଲା ଯୁବକ ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଡବଲ ମର୍ଡର ହୋଇଛି । ଯୁବକଙ୍କ ଆକ୍ରମଣରେ ତାଙ୍କ ବାପାଙ୍କ ସହ ଆଖି ବୁଜିଛନ୍ତି ପଡ଼ୋଶୀ । ସୂଚନା ଅନୁସାରେ କରଞ୍ଜିଆ ଥାନା କୁଶପଦା ଗାଁରେ ଅପରାହ୍ଣ ପ୍ରାୟ ୪ଟା ବେଳେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।

ଏଥିସହ ପଢ଼ନ୍ତୁ: ୬ ବର୍ଷର ଝିଅକୁ ଅପହରଣ; ଡ୍ରେନ୍‌ରୁ ମିଳିଲା ଜରିରେ ବନ୍ଧା ଯାଇଥିବା ମୃତଦେହ

ମଣ୍ଟୁ ପାତ୍ର ନିଜ ବାପା ପ୍ରଫୁଲ୍ଲ ପାତ୍ରଙ୍କ ସହ ପଡ଼ୋଶୀ ଗଣେଶ୍ଵରଙ୍କୁ କୁରାଢ଼ିରେ ଚୋଟ ପରେ ଚୋଟ ପକାଇ ହତ୍ୟା କରିଛି । ମଣ୍ଟୁର ଭାଇ ଅଟକାଇବାରୁ ତାକୁ ବି ହାଣି ଲହୁଲୁହାଣ କରି ପକାଇଛି । ତେବେ ମଣ୍ଟୁ କାହିଁକି ଏଭଳି ହଠାତ୍ ରକ୍ତମୁଖା ହେଲା ତାହା ସ୍ପଷ୍ଟ ହୋଇ ନାହିଁ ।

କୁହାଯାଉଛି, ମଣ୍ଟୁ ନିଶାଗ୍ରସ୍ତ ହୋଇ ଏଭଳି ନାରକୀୟ ହତ୍ୟା ଘଟାଇଛି । ବିଭିନ୍ନ ସମୟରେ ମଣ୍ଟୁ ନିଶାରେ ରହିଥାଏ । ଯାହାକୁ ନେଇ ବିଭିନ୍ନ ସମୟରେ ପାଟିତୁଣ୍ଡ ବି ହୁଏ ।
କିନ୍ତୁ ବୁଧବାର କାହିଁକି ମଣ୍ଟୁ ରକ୍ତମୁଖା ହେଲା ? ନିଜ ବାପା ସହ ପଡ଼ୋଶୀଙ୍କୁ କାହିଁକି କୁରାଢ଼ିରେ ଚୋଟ ପରେ ଚୋଟ ପକାଇ ଜୀବନ ନେଇଗଲେ ? ଖବର ପାଇ କରଞ୍ଜିଆ ଥାନା ପୋଲିସ ମଣ୍ଟୁକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Son Kills Father, Neighbour in Brutal Axe Attack in Odisha | Argus News | Argus News