Videos
|
Crime

ଏସପିଙ୍କ ବଡ଼ ଖୁଲାସା , ପୁରୁଷ ବନ୍ଧୁ ମୋବାଇଲରୁ ମିଳିଛି ୬୦ଟି ଅଶ୍ଳୀଳ ଭିଡିଓ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
 ଏସପିଙ୍କ ବଡ଼ ଖୁଲାସା , ପୁରୁଷ ବନ୍ଧୁ ମୋବାଇଲରୁ ମିଳିଛି ୬୦ଟି ଅଶ୍ଳୀଳ ଭିଡିଓ

Key Points

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ କେନ୍ଦ୍ରାପଡ଼ା ଏସପିଙ୍କ ବଡ଼ ଖୁଲାସା...ପୁରୁଷ ବନ୍ଧୁ ପ୍ରମୋଦର ମୋବାଇଲରୁ ମିଳିଛି 60ଟି ଅଶ୍ଳୀଳ ଭିଡିଓ...ଆତ୍ମହତ୍ୟା ପାଇଁ ଉସ୍‌କାଇବା ଅଭିଯୋଗରେ ପ୍ରମୋଦ ବେହେରାକୁ କରାଯାଇଛି ଗିରଫ

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଛାତ୍ରୀ ମୃତ୍ୟୁ ଘଟଣାରେ ହୋଇଛି ବଡ଼ ଖୁଲାସା। ଆଜି ପ୍ରେସମିଟ୍ କରି ଘଟଣା ସମ୍ପର୍କରେ ଏ ଯାଏଁ ତଦନ୍ତରେ ସାମ୍ନାକୁ ଆସିଥିବା ତଥ୍ୟ ଉପରେ ବିସ୍ତୃତ ଭାବେ ବିିବୃତି ରଖିଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟାରିଆ। ସେ କହିଛନ୍ତି, ଅଭିଯୁକ୍ତ ପ୍ରମୋଦ ବେହେରା ବିରୋଧରେ ବହୁ ପ୍ରମାଣ ମିଳିଛି। ଯୁବତୀଙ୍କୁ ଆତ୍ମହତ୍ୟା ପାଇଁ ଉସ୍‌କାଇଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି। ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯାଇଛି । ପ୍ରମୋଦ ପ୍ରଥମେ ଛାତ୍ରୀଙ୍କୁ ହ୍ବାଟସ୍‌ଆପ୍ ମେସେଜ୍ କରିଥିଲା। ଅଗଷ୍ଟ ୫ରେ ପ୍ରମୋଦ ଛାତ୍ରୀଙ୍କୁ ୫ରୁ ୬ ଥର ମେସେଜ୍ କରିଥିଲା । ପ୍ରମୋଦ ଓ ଛାତ୍ରୀଙ୍କର ବାପା ଉଭୟଙ୍କର ମୋବାଇଲ୍ ସିଜ୍ କରାଯାଇଛି । ଜୁଲାଇ ୧୭ରେ ଛାତ୍ରୀ ବାପାଙ୍କ ପାଖକୁ ଅଭିଯୁକ୍ତ ଜଣକ ଗୋଟିଏ ଅଶ୍ଳୀଳ ଭିଡିଓ ପଠାଇଥିଲା।


ସେହିଦିନ ସେ ଆଉ ୪ରୁ ୫ ଜଣଙ୍କ ପାଖକୁ ମଧ୍ୟ ସେହି ଭିଡିଓ ପଠାଇଥିଲା। ଅଭିଯୁକ୍ତର ମୋବାଇଲ୍‌ରୁ ପ୍ରାୟ ୬୦ଟି ଅଶ୍ଲୀଳ ଭିଡିଓ ମିଳିଛି । ଘଟଣା ଦିନ ସକାଳ ୭ଟା ୩୪ରେ ପ୍ରମୋଦ ଛାତ୍ରୀଙ୍କୁ ମୋବଇଲ୍‌ରେ କଲ୍‌ କରିଥିଲା। ବର୍ତ୍ତମାନ ସୁଦ୍ଧା କେବଳ ଅଭିଯୁକ୍ତ ପ୍ରମୋଦ ହିଁ ତଦନ୍ତ ପରିସରଭୁକ୍ତ ହୋଇଛି । CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଇଛି, ଏଥିରେ ଝିଅର ବାପା-ମା' ଯାଆସ କରୁଥିବା ଦୃଶ୍ୟ ରହିଛି। ଆଉ ମାତ୍ର ୫ ଦିନ ମଧ୍ୟରେ ଘଟଣା ଉପରୁ ପରଦା ଉଠିଯିବ । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି, ଆସିଲେ ପୁରା ଘଟଣା ସ୍ପଷ୍ଟ ହେବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଏସପି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kendrapada girl burnt case ; SP's big revelation, 60 obscene videos found on her male friend's mobile | Argus News