Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Kerala Man Stabs Wife To Death / ପ୍ରଥମେ ସ୍ତ୍ରୀକୁ ସନ୍ଦେହ, ତାପରେ ହତ୍ୟା.. ଶେଷରେ ଫେସ୍‌ବୁକ୍‌ରେ ଲାଇଭ୍ !

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ପ୍ରଥମେ ସ୍ତ୍ରୀକୁ ସନ୍ଦେହ, ତାପରେ ହତ୍ୟା.. ଶେଷରେ ଫେସ୍‌ବୁକ୍‌ରେ ଲାଇଭ୍ !

Key Points

ପୋଲିସ ପହଞ୍ଚିବା ପରେ ଶାଲିନୀଙ୍କ ମୃତଦେହକୁ ହସ୍ପିଟାଲ ପଠାଯାଇଥିଲା । 

କେରଳର କୋଲ୍ଲମରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ସୋମବାର, ପୁନାଲୁର ନିକଟସ୍ଥ କୁଥାନାଡିରେ ଜଣେ ୩୯ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ୱାମୀ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି... ହତ୍ୟା କରିବା ପରେ ବ୍ୟକ୍ତି ଜଣକ ଫେସ୍‌ବୁକ୍‌ରେ ଲାଇଭ୍ ଆସି ଘଟଣା ସମ୍ପର୍କରେ ଘୋଷଣା କରିଥିଲା । ଏନେଇ ପୋଲିସ ସୂଚନା ଦେଇଛି ।

ମୃତକ ଜଣକ ହେଉଛନ୍ତି ଶାଲିନୀ । ସେ କୋଲ୍ଲାମର ଭାଲାକୁଡ୍ଡୁର ପ୍ଲାଚେରିର କୁଥାନାଡିର ବାସିନ୍ଦା। ତାଙ୍କ ସ୍ୱାମୀ ଇସହାକ୍ ଏନେଇ ପୁନଲୁର ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଥିଲା। ଏଫଆଇଆର ଅନୁଯାୟୀ, ଦମ୍ପତିଙ୍କ ବୈବାହିକ ଜୀବନରେ ସମସ୍ୟା ଥିଲା।

FIRରେ କୁହାଯାଇଛି, "ସକାଳ ପ୍ରାୟ 6:30 ସମୟରେ, ଯେତେବେଳେ ଶାଲିନୀ ଗାଧୋଇବା ପାଇଁ ରୋଷେଇ ଘର ପଛ ପାଖରେ ଥିବା ପାଣି ପାଇପ୍ ପାଖକୁ ଯାଇଥିଲେ, ସେତେବେଳେ ଅଭିଯୁକ୍ତ ତାଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲା । ଯାହା ଫଳରେ ତାଙ୍କ ବେକ, ଛାତି ଏବଂ ପିଠିରେ ଗଭୀର କ୍ଷତ ହୋଇଥିଲା।"

ଅପରାଧ ପରେ ତୁରନ୍ତ ଇସହାକ୍ ଫେସବୁକରେ ଲାଇଭ୍ ଆସି ହତ୍ୟା ଘଟଣାକୁ ସ୍ୱୀକାର କରିଥିଲା । ଖାଲି ସେତିକି ନୁହେଁ ପତ୍ନୀ ଶାଲିନୀ ବିରୋଧରେ ଧୋକା ଦେବାର ଅଭିଯୋଗ କରିଥିଲା । ଏହାସହ ସୁନା ଅଳଙ୍କାର ହଡ଼ପ କରିଥିବା ଅଭିଯୋଗ ମଧ୍ୟ କରିଥିଲା। ପରେ ସେ ପୋଲିସ ଷ୍ଟେସନକୁ ଯାଇ ସ୍ତ୍ରୀଙ୍କୁ ହତ୍ୟା କରିଥିବା କଥା ଜଣାଇଥିଲେ। ପୋଲିସ ତୁରନ୍ତ ନିଜ ଟିମ୍‌ ଧରି ଇସ୍‌ହାକ୍‌ର ଘରେ ପହଞ୍ଚିଥିଲା, ଯେଉଁଠାରେ ସେ ଶାଲିନୀଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ପୋଲିସ ପହଞ୍ଚିବା ପରେ ଶାଲିନୀଙ୍କ ମୃତଦେହକୁ ହସ୍ପିଟାଲ ପଠାଯାଇଥିଲା ।

ଦମ୍ପତିଙ୍କ ୧୯ ବର୍ଷୀୟ ପୁଅର ଅଭିଯୋଗ ଆଧାରରେ, ଭାରତୀୟ ଦଣ୍ଡ ସଂହିତାର ଧାରା ୧୦୩ (୧) (ହତ୍ୟା) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ପୋଲିସ କହିଛି ଯେ ଏକ ଫୋରେନସିକ୍ ଟିମ୍‌ ହତ୍ୟା ଘଟିଥିବା ଘରର ଯାଞ୍ଚ କରୁଛି। ଅନ୍ୟପଟେ ମୃତ ଶାଲିନୀ ଏବଂ ଅଭିଯୁକ୍ତ ସ୍ୱାମୀ, ଉଭୟଙ୍କ ମୋବାଇଲ୍ ଫୋନ୍ ପୋଲି ଜବତ କରି ତଦନ୍ତ ଆରମ୍ଭ କରିଛି । ଖୁବ୍‌ଶୀଘ୍ର ପୁରା ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ ଆଶା ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Kerala Man Stabs Wife To Death, Announces Murder On Facebook Live | Argus News