Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Firing Loot: ଦିନ ଦ୍ଵିପ୍ରହରରେ ଡକାୟତି; ବୋମାମାଡ଼ କରି ଅଳଙ୍କାର ଦୋକାନ ଲୁଟିନେଲେ ୮ ଲୁଟେରା

Sushanta Sahoo
Browse all articles by Sushanta Sahoo
·10 months ago·1 min read
Firing Loot: ଦିନ ଦ୍ଵିପ୍ରହରରେ ଡକାୟତି; ବୋମାମାଡ଼ କରି ଅଳଙ୍କାର ଦୋକାନ ଲୁଟିନେଲେ ୮ ଲୁଟେରା

Key Points

ବନ୍ଧୁକରୁ ଗୁଳି ଫଟାଇ ଭୟଭୀତ କଲେ । ଦିନ ଦ୍ଵିପ୍ରହରରେ ଲୁଟିନେଲେ ସୁନା, ରୂପା ସବୁ ଅଳଙ୍କାର । ୮ ଜଣିଆ ଲୁଟେରା ଗ୍ୟାଙ୍କ ୪ଟି ବାଇକ୍‌ରେ ଆସି ପୁରା ଜୁଏଲାରୀ ଦୋକାନକୁ ଲୁଟି ନେଇଛନ୍ତି ।

ଖୋର୍ଦ୍ଧା: ବାଇକ୍‌ରେ ଆସିଲେ, ଦୋକାନ ଆଗରେ ପ୍ରଥମେ ବୋମା ପକାଇଲେ । ତା'ପରେ ବନ୍ଧୁକରୁ ଗୁଳି ଫଟାଇ ଭୟଭୀତ କଲେ । ମାରଣାସ୍ତ୍ର ଦେଖାଇ ଦିନ ଦ୍ଵିପ୍ରହରରେ ଲୁଟିନେଲେ ସୁନା, ରୂପା ସବୁ ଅଳଙ୍କାର । ୮ ଜଣିଆ ଲୁଟେରା ଗ୍ୟାଙ୍କ ୪ଟି ବାଇକ୍‌ରେ ଆସି ପୁରା ଜୁଏଲାରୀ ଦୋକାନକୁ ଲୁଟି ନେଇଛନ୍ତି । ଏ ଡକାୟତି ହୋଇଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରି ଗାଁରେ ଥିବା ସାଇ ସୋନୁ ଅଳଙ୍କାରରୁ ।


ଦୋକାନରୁ ସମସ୍ତ ଅଳଙ୍କାରକୁ ଅଖାରେ ଭର୍ତ୍ତି କରି ଲୁଟେରା ନେଇ ଯାଇଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଖବର ପାଇ ଅଳଙ୍କାର ଦୋକାନରେ ସାଇଣ୍ଟିଫିକ୍ ଟିମ୍ ସହ ଛାନଭିନ୍ କରୁଛି ଜଙ୍କିଆ ଥାନା ପୋଲିସ । ଲୁଟ୍ କରିବାକୁ ଆସିଥିବା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଦୋକାନକୁ ଆସିଥିବା ଜଣେ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି । ଗ୍ରାହକଙ୍କ ପେଟରେ ଗୁଳି ବାଜିଥିବା ବେଳେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Daring Daylight Robbery in Khordha: Armed Gang Loots Jewelry Store, Customer Injured | Argus News | Argus News