ଗୋଟେ ହାତରେ ସ୍ଵାମୀକୁ ହତ୍ୟା , ଅନ୍ୟ ହାତରେ ଦିଅର ସହ ଲାଇଭ ଚାଟ୍ ପ୍ଲାନିଂ, ଏମିତି ଥିଲା ପୁରା କାହାଣୀ...

Key Points
କାହାଣୀର ଆରମ୍ଭ ହୁଏ କିଛି ଏମିତି । ଦିଲ୍ଲୀ ନଏଡାରେ ଏକ କମ୍ପାନୀରେ କାମ କରନ୍ତି ସ୍ଵାମୀ କରନ । ଯାହାଙ୍କର କାମ ପ୍ରଡକ୍ଟ ଆନାଲାଇଜ୍ କରିବା । କେଉଁ ପ୍ରଡକ୍ଟ ଠିକ ଅଛି କି ନାହିଁ, ଏହା ଠିକରେ କାମ କରୁଛି କି ନାହିଁ, ତାହା ଉପରେ ପର୍ଯ୍ୟବେକ୍ଷଣ କରିବା । ୧୦ ବର୍ଷ ତଳେ ତାଙ୍କର ସୁସ୍ମିତାଙ୍କ ସହ ବାହାଘର ହୋଇଥିଲା ।
କଗୋଟେ ହାତରେ ସ୍ଵାମୀଙ୍କୁ ହତ୍ୟା କରୁଥିଲେ, ଅନ୍ୟ ହାତରେ ନିଜ ପ୍ରେମିକ ସହ ଚାଲିଥିଲା ଲାଇଭ ଚାଟ୍ ପୁଣି ଅଡିଓ କଲ । ସେପଟୁ ଆସୁଥିଲା ପ୍ଲାନିଙ୍ଗ, ଆଉ ଏହାକୁ କାମିଆବ୍ କରୁଥିଲା ହତ୍ୟାକାରୀ ପତ୍ନୀ । ପ୍ରେମିକ ଆଉ କେହି ନୁହେଁ ବରଂ ଥିଲା ନିଜର ଦିଅର । ଦିଅର ସହ ହୋଇଥିବା ପ୍ରେମକୁ ପାଇବା ପାଇଁ ନିଜ ସ୍ଵାମୀକୁ ହତ୍ୟା କରିବାକୁ ଚାଲିଥିଲା ପ୍ଲାନିଂ । ଆଉ ଲାଇଭ ଚାଟ୍ରେ ଆସି ପ୍ରେମିକ କହିବା ମୁତାବକ ସ୍ଵାମୀକୁ ହତ୍ୟା କରିଥିଲା ପତ୍ନୀ ।
ଗୋଟେ ପରେ ଗୋଟେ ଅପରାଧ ଯାହା ଦାମ୍ପତ୍ୟ ଜୀବନରେ ଘଟୁଥିବା ଆମେ ଦେଖିଛନ୍ତି । ଆଉ ସର୍ବାଧିକ ମାମଲାରେ ପତି ପତ୍ନୀକୁ ନିଜ ପ୍ରେମିକା ପାଇଁ ହତ୍ୟା କରୁଥିବା କିମ୍ବା ପତ୍ନୀ ନିଜ ପ୍ରେମିକ ପାଇଁ ପତିକୁ ହତ୍ୟା କରୁଥିବା ନଜର ଆସିଛି । ଆଉ କେସରେ ମଧ୍ୟ ସମାନ ଘଟଣା ଘଟିଛି , କିନ୍ତୁ ପ୍ରେମିକ ଆଉ କେହି ନୁହେଁ ବରଂ ନିଜର ସ୍ଵାମୀଙ୍କର ସମ୍ପର୍କୀୟ ଭାଇ , ଯିଏ ହିସାବରେ ନିଜର ଦିଅର ହେବେ ।
କାହାଣୀର ଆରମ୍ଭ ହୁଏ କିଛି ଏମିତି । ଦିଲ୍ଲୀ ନଏଡାରେ ଏକ କମ୍ପାନୀରେ କାମ କରନ୍ତି ସ୍ଵାମୀ କରନ । ଯାହାଙ୍କର କାମ ପ୍ରଡକ୍ଟ ଆନାଲାଇଜ୍ କରିବା । କେଉଁ ପ୍ରଡକ୍ଟ ଠିକ ଅଛି କି ନାହିଁ, ଏହା ଠିକରେ କାମ କରୁଛି କି ନାହିଁ, ତାହା ଉପରେ ପର୍ଯ୍ୟବେକ୍ଷଣ କରିବା । ୧୦ ବର୍ଷ ତଳେ ତାଙ୍କର ସୁସ୍ମିତାଙ୍କ ସହ ବାହାଘର ହୋଇଥିଲା । ସୁସ୍ମିତା ମଧ୍ୟ ଚାକିରି କରୁଥିଲେ, କିନ୍ତୁ ତାଙ୍କର ଛୋଟ ପୁଅ ହେବା ପରେ ସେ ଚାକିରି ଛାଡି ଦେଇଥିଲେ । ଦିଲ୍ଲୀରେ ରହୁଥିଲା କରନ ପତ୍ନୀ ସୁସ୍ମିତା ପୁଅ ଏବଂ ତାଙ୍କ ମାଆ ଆଉ କରନଙ୍କର ଛୋଟ ଭାଇ , ଭଉଣୀ । କିଛିଦିନ ପରେ ସୁସ୍ମିତା କରନଙ୍କୁ ନିଜ ମାଆଙ୍କ ଠାରୁ ଅଲଗା ରହିବାକୁ କହିଥିଲେ । ଆଉ ତାଙ୍କ କଥାରେ ସେହିଠୁ କିଛି ଦୂରରେ ହିଁ ନିଜ ସ୍ତ୍ରୀ ପିଲାଙ୍କ ସହ ଅଲଗା ରହିଥିଲେ କରନ ।
ଏଇଠି ଘଟଣାର ମୋଡରେ ପରିବର୍ତ୍ତନ ଆସିଥିଲା । କରନଙ୍କର ସମ୍ପର୍କୀୟ ଦାଦାଙ୍କ ପୁଅ ରାହୁଲ ସହ ସୁସ୍ମିତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ଲୁଚି ଲୁଚି ଭେଟ ହେବାକୁ ଲାଗିଥିଲେ । କରନ ସବୁବେଳେ ଅଫିସରୁ ଡେରିରେ ଫେରୁଥିଲେ । ଆଉ ଏହାର ମଉକା ନେଇ ସୁସ୍ମିତା ଏବଂ ରାହୁଲ ନିଜ ଘରେ ପ୍ରତିଦିନ ଭେଟୁଥିଲେ । ଯେହେତୁ ଉଭୟଙ୍କର ସମ୍ପର୍କ ଦିଅର ଏବଂ ଭାଉଜର ଏହାକୁ ନେଇ ବିଶେଷ କାହାକୁ ସନ୍ଦେହ ମଧ୍ୟ ହେଉନଥିଲା । ହେଲେ ଉଭୟ ସ୍ଥିର କରିଥିଲେ, କେତେଦିନ ଏମିତି ଦୁହେଁ ଲୁଚି ଲୁଚି ଭେଟ ହେବେ । ଏଥିପାଇଁ ଉଭୟ କରନଙ୍କୁ ତାଙ୍କ ରାସ୍ତାରୁ ହଟାଇବାକୁ ଚେଷ୍ଟା କରିଥିଲେ । ସୁସ୍ମିତା କହିଥିଲେ, ଯଦି କରନଙ୍କୁ ଆମେ ରାସ୍ତାରୁ ହଟାଇଦେବା, ତାହେଲେ ତାଙ୍କର ସବୁ ସମ୍ପତ୍ତି ଆମର ହୋଇଯିବ , ଆମେ ଦୁଇଜଣ ବିବାହ କରିଦେବା । ପ୍ଲାନ ମୁତାବକ ଉଭୟ କରନଙ୍କୁ ନିଦ ମେଡିସିନ ଦେଇ ମାରିବାକୁ ଚେଷ୍ଟା କରିଥିଲେ । ୧୩ ଜୁଲାଇ ଅର୍ଥାତ ଶନିବାର ରାତିରେ ରାହୁଲ ନିଦ ମେଡିସିନ କିଣି ସୁସ୍ମିତାଙ୍କୁ ଦେଇଥିଲେ ।
📱 Get Argus News App
✨ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ...