Ladies Hostel / ଲେଡିସ୍ ହଷ୍ଟେଲରେ ଦୁର୍ବୃତ୍ତର ନାରକୀୟ କାଣ୍ଡ

Key Points
ଶୈଳଶ୍ରୀ ବିହାର ଅଞ୍ଚଳରେ ଲେଡିସ୍ ହଷ୍ଟେଲରେ ଦୁର୍ବୃତ୍ତର ନାରକୀୟ କାଣ୍ଡ ।
ବିଳମ୍ବିତ ରାତିରେ ଖେଳାଇଲା ଆତଙ୍କ ।
ଗେଟ୍ ଡେଇଁବା ସହ ସିକ୍ୟୁରିଟି ଗାର୍ଡକୁ ଚକମା ଦେଇ ପଶିଲା ବିଲଡିଂରେ ।
ପ୍ରଥମ ମହଲାରେ ଶୋଇଥିବା ଯୁବତୀଙ୍କୁ ଟଣାଓଟରା କରିଥିବା ଅଭିଯୋଗ ।
ଭୁବନେଶ୍ବର ଶୈଳଶ୍ରୀ ବିହାର ଲେଡିସ୍ ହଷ୍ଟେଲରେ ଦୁର୍ବୃତ୍ତର ନାରକୀୟ କାଣ୍ଡ । ବିଳମ୍ବିତ ରାତିରେ ପିଜି ହଷ୍ଟେଲରେ ଦୁର୍ବୃତ୍ତ ଖେଳାଇଲା ଆତଙ୍କ । ଗେଟ୍ ଡେଇଁବା ସହ ସିକ୍ୟୁରିଟି ଗାର୍ଡକୁ ଚକମା ଦେଇ ବିଲଡିଂରେ ପଶିଲା ଦୁର୍ବୃତ୍ତ । ପ୍ରଥମ ମହଲାରେ ଶୋଇଥିବା ଯୁବତୀଙ୍କୁ ଟଣାଓଟରା କରିଥିଲା ଦୁର୍ବୃତ୍ତ । ନିଦ ଭାଙ୍ଗି ଯିବାରୁ ପାଟି କରି ଚିତ୍କାର କଲେ ଯୁବତୀ ।
ବିଲ୍ଡିଂର ଅନ୍ୟ ରୁମ୍ ଗୁଡ଼ିକୁ ବାହାର ପଟୁ ବନ୍ଦ୍ କରିଦେଇଥିଲା ଦୁର୍ବୃତ୍ତ । କବାଟ ବନ୍ଦ ଥିବାରୁ ବାହାରକୁ ଆସି ପାରିଲେନି ଅନ୍ତେବାସୀ । ବାଥରୁମରେ ଥିବା ରୁମ୍ ମେଟ୍ ଆସି ଯିବାରୁ ବର୍ତ୍ତିଲେ ଯୁବତୀ । ଦୁର୍ବୃତ୍ତକୁ କାବୁ କରିବାକୁ ଯାଇ ଧସ୍ତାଧସ୍ତି ବେଳେ ଆହତ ହେଲେ ଦୁଇ ଯୁବତୀ ।
📱 Get Argus News App
✨
ପରେ ଧାରୁଆ ଅସ୍ତ୍ର ଦେଖାଇବା ସହ ଏକାଧିକ ଲୋକଙ୍କୁ ଆହତ କରି ଫେରାର ହୋଇଛି ଯୁବକ । ଭୟରେ ଠେଙ୍ଗା ବାଡି ଧରି ରାତିରେ ପହରା ଦେଲେ ହଷ୍ଟେଲ ଅନ୍ତେବାସୀ । ଯୁବତୀଙ୍କ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ । ସିସିଟିଭି ଯାଞ୍ଚ୍ ସହ ହଷ୍ଟେଲ ମାଲିକଙ୍କୁ ପଚରାଉଚରା କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।
Related Topics
Explore more stories