Crime News / ପ୍ରେମିକା ସାଜିଲା ରାକ୍ଷସୀ: ୩୨ ଥର ଛୁରୀ ଭୁଷି ନେଲା ଦୁଇ ଜୀବନ

Key Points
ପ୍ରେମିକା ସାଜିଲା ରାକ୍ଷସୀ: ୩୨ ଥର ଛୁରୀ ଭୁଷି ନେଲା ଦୁଇ ଜୀବନ ।
ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ସ୍ତ୍ରୀ ଓ ପିଲାକୁ କିଲିବିଲି କରି ମାରିଲା କନଷ୍ଟେବଳଙ୍କ ପ୍ରେମିକା । ଥରେ ନୁହେଁ କି ଦୁଇ ଥର ନୁହେଁ, ୧୮ ଥର ଭୁଷିଲା ଛୁରୀ । ସଙ୍ଗେ ସଙ୍ଗେ ଚାଲିଗଲା ଜୀବନ। ଏଭଳି ଲୋମହର୍ଷଣକାରୀ ଓ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ।
ଶନିବାର ସକାଳେ ଜଣେ ବିବାହିତ କନଷ୍ଟେବଳଙ୍କ ପ୍ରେମିକା ତାଙ୍କ ସ୍ତ୍ରୀ ଏବଂ ୮ ବର୍ଷର ପୁଅକୁ ଛୁରି ଭୁଷି ହତ୍ୟା କରିଛି । ଏହି ଆକ୍ରମଣରେ କନଷ୍ଟେବଳଙ୍କ ଦୁଇ ଝିଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ ସମୟରେ ଝିଅମାନଙ୍କ ମଧ୍ୟରୁ ଜଣେ ବାଥରୁମରେ ଲୁଚି ପଳାଇ ଯାଇଥିବା ଯୋଗୁଁ ତାଙ୍କ ଜୀବନ ବଞ୍ଚିଯାଇଛି ।
ସୂଚନାନୁଯାୟୀ ସ୍ମୃତି ନଗର ଥାନା ଅନ୍ତର୍ଗତ STF କଲୋନୀରେ କନଷ୍ଟେବଳ ଲଳିତେଶ ଯାଦବଙ୍କ ଘର । ସେଠାରେ ସ୍ତ୍ରୀ ରୀନା ଯାଦବ, ପୁଅ ଆଦିତ୍ୟ ଯାଦବ (୮), ଝିଅ ତାନ୍ୟା ଓ ନୈନା ରୁହନ୍ତି। ଲଳିତେଶ ଯାଦବ STFରେ ଜଣେ କନଷ୍ଟେବଳ ଏବଂ ବର୍ତ୍ତମାନ ବିଜାପୁରରେ ତାଙ୍କର ପୋଷ୍ଟିଂ ହୋଇଛି। ସେ ୧୫ ଦିନର ଛୁଟିରେ ଦୁର୍ଗ ସ୍ଥିତ ଘରକୁ ଆସିଥିଲେ। ଶନିବାର ସକାଳେ ରୀନାଙ୍କ ଉପରକୁ ଆକ୍ରମଣ ହୋଇଥିବା ବେଳେ ଲଳିତେଶ ଘରେ ନଥିଲେ ।
ବିବାହିତ କନଷ୍ଟେବଲ୍ ଲଳିତେଶ ଯାଦବ ଓ ସରୋଜିନୀ ଭରଦ୍ୱାଜ ଫେସ୍ବୁକ ମାଧ୍ୟମରେ ଦେଖା ହୋଇଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସ୍ଥାନୀୟ ଲୋକେ କୁହନ୍ତି, ସେମାନେ ବିବାହ ମଧ୍ୟ କରି ସାରିଛନ୍ତି। ସରୋଜିନୀ ହତ୍ୟାକାଣ୍ଡ ଘଟାଇବାର ଗୋଟିଏ ଦିନ ପୂର୍ବରୁ ଲଳିତେଶଙ୍କ ଘରକୁ ଆସିଥିଲେ। ସେଠାରେ ରହିବା ପାଇଁ ଜିଦ୍ କରିଥିଲେ। ହେଲେ, ଲଳିତେଶ ତାଙ୍କୁ ସେଦିନ ବୁଝାଇସୁଝାଇ ପଠାଇ ଦେଇଥିଲେ। ହେଲେ ବୁଝିନଥିଲେ ସରୋଜିନୀ ।
ସେ ତା’ ପରଦିନ ପୁଣି ଆସିଥିଲେ ତାଙ୍କ ଘରକୁ। ସକାଳ ପ୍ରାୟ ୬ଟା ୩୦ରେ ଆସି ତାଙ୍କ ଘରେ ପହଞ୍ଚିଥିଲେ। ସେହି ସମୟରେ ଲଳିତେଶ ଘରେ ନଥିଲେ। ରୀନା ଓ ପୁଅ ଆଦିତ୍ୟ ଶୋଇଥିବା ବେଳେ ପ୍ରାୟ ୮ଟା ସମୟରେ ସେମାନଙ୍କୁ ଅତର୍କିତ ଛୁରୀ ଭୁଷି ଚାଲିଥିଲେ ସରୋଜିନୀ। ଛାଡିଦେବା ପାଇଁ ନେହୁରା ହେଉଥାନ୍ତି ରୀନା। ଗୋଡ ଧରି ପିଲାମାନଙ୍କୁ ଆକ୍ରମଣ ନ କରିବା ପାଇଁ ଅନୁରୋଧ କରୁଥାଆନ୍ତି। ହେଲେ କିଛି ଶୁଣି ନଥିଲେ ସରୋଜିନୀ। ପରିବା କଟା ଛୁରୀରେ ସେମିତି ଭୁଷି ଚାଲିଥାନ୍ତି ।
ଏହି ସମୟରେ ରୀନା ତାଙ୍କ ଝିଅମାନଙ୍କୁ ସେଠାରୁ ଖସି ଯିବାକୁ କହିଥିଲେ। ଗୋଟିଏ ଝିଅ ତାନ୍ୟା ଖସି ପଳାଇବାରେ ସଫଳ ହୋଇଥିଲେ ଏବଂ ପଡ଼ୋଶୀମାନଙ୍କୁ ଯାଇ ଏହି ଘଟଣା ବିଷୟରେ କହିଥିଲେ। ଅନ୍ୟ ଝିଅ ନୈନା ବାଥରୁମରେ ଲୁଚି ଯାଇଥିଲେ। ସୂଚନା ପାଇ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ସରୋଜିନୀଙ୍କୁ କାବୁ କରିଥିଲେ ଓ ତାଙ୍କ ହାତରୁ ଛୁରୀ ଛଡ଼ାଇ ନେଇ ପୋଲିସକୁ ଖବର ଦେଇଥିଲେ। ରୀନା ଯାଦବ ଏବଂ ତାଙ୍କ ପୁଅ ଆଦିତ୍ୟ ଯାଦବଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସା ସମୟରେ ସେମାନଙ୍କର ମୃତ୍ୟୁ ଘଟିଛି।
ପୋଲିସ ସରୋଜିନୀଙ୍କୁ ଗିରଫ କରିଛି ଓ ଲଳିତେଶଙ୍କୁ ମଧ୍ୟ ପଚରାଉଚରା କରୁଛି। ତଦନ୍ତରେ ଏହା ମଧ୍ୟ ଜଣାପଡିଛି ଯେ, ସରୋଜିନୀ ଭରଦ୍ୱାଜ ଜାଞ୍ଜଗିର ଜିଲ୍ଲାର ବାସିନ୍ଦା। କିନ୍ତୁ ଦୁର୍ଗରେ ଏକ ଭଡା ଘରେ ରହୁଥିଲେ। କନଷ୍ଟେବଳ ଲଳିତେଶ ହିଁ ତାଙ୍କୁ ସେଠାରେ ରହିବାର ବ୍ୟବସ୍ଥା କରିଥିଲେ ।
📱 Get Argus News App
✨Related Topics
Explore more stories