Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

ସ୍ତ୍ରୀଙ୍କ ସହ ଝଗଡ଼ାରୁ ୪ ଛୁଆଙ୍କୁ କୂଅକୁ ଫିଙ୍ଗି ନିଜେ ବି ଡେଇଁ ପଡ଼ିଲେ

Sushanta Sahoo
Browse all articles by Sushanta Sahoo
·11 months ago·2 min read
ସ୍ତ୍ରୀଙ୍କ ସହ ଝଗଡ଼ାରୁ ୪ ଛୁଆଙ୍କୁ କୂଅକୁ ଫିଙ୍ଗି ନିଜେ ବି ଡେଇଁ ପଡ଼ିଲେ

Key Points

ପତିପତ୍ନୀଙ୍କ ଝଗଡ଼ାରୁ ପାଞ୍ଚ ପାଞ୍ଚଟି ଜୀବନ ଚାଲି ଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଅହିଲ୍ୟାନଗରରେ । ସ୍ତ୍ରୀ ସହ ଝଗଡ଼ା ପରେ ସ୍ଵାମୀ ୪ ଛୁଆଙ୍କୁ କୂଅକୁ ଫିଙ୍ଗି ହତ୍ୟା କରିଛି ।

ମୁମ୍ବାଇ: ପତିପତ୍ନୀଙ୍କ ଝଗଡ଼ାରୁ ପାଞ୍ଚ ପାଞ୍ଚଟି ଜୀବନ ଚାଲି ଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଅହିଲ୍ୟାନଗରରେ । ସ୍ତ୍ରୀ ସହ ଝଗଡ଼ା ପରେ ସ୍ଵାମୀ ୪ ଛୁଆଙ୍କୁ କୂଅକୁ ଫିଙ୍ଗି ହତ୍ୟା କରିଛି । ଏହା ପରେ କୂଅକୁ ଡେଇଁ ନିଜ ଜୀବନ ବି ହାରିଛନ୍ତି । ଏହି ଘଟଣା ପରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇ ଯାଇଥିବା ବେଳେ ସୂଚନା ପାଇ ପୋଲିସ ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।


ସୂଚନା ଅନୁସାରେ, ଅହିଲ୍ୟାନଗର ଜିଲ୍ଲାର ଶ୍ରୀଗୋନ୍ଦା ତହସିଲ୍ ଅନ୍ତର୍ଗତ ଚିଖଲି କୋରେଗାଓଁର ଅରୁଣ କାଲେଙ୍କ ଝଗଡ଼ା ତାଙ୍କ ସ୍ତ୍ରୀ ସହ ଶନିବାର ହୋଇଥିଲା । ଆଉ ଝଗଡ଼ା ପରେ ଅରୁଣ ଆଶ୍ରମଶାଳାରେ ପଢ଼ୁଥିବା ତାଙ୍କ ୪ ଛୁଆଙ୍କୁ ବାଇକରେ ବସାଇ ଶିରିଡ଼ିରୁ ୧୦ କିଲୋମିଟର ଦୂର କୋରାହଲେ ଗାଁ ନିକଟ ଚାଷ ଜମିରେ ଥିବା କୂଅ ପାଖକୁ ନେଇ ଯାଇଥିଲେ ।


ତା' ପରେ କୂଅକୁ ତାଙ୍କ ଝିଅ ସହ ୩ ପୁଅଙ୍କୁ ଫିଙ୍ଗି ଦେଇଥିଲେ । ଏହାପରେ ଅରୁଣ ନିଜେ ମଧ୍ୟ କୂଅ ଭିତରକୁ ଡେଇଁ ପଡ଼ିଥିଲେ । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅରୁଣଙ୍କ ସହ ୪ ଛୁଆଙ୍କ ଖୋଜ ଖବର ଅନେକ ସମୟ ଧରି ନ ମିଳିବାରୁ ସମ୍ପର୍କୀୟ ଖୋଜାଖୋଜି କରିଥିଲେ । ଯାହା ପରେ ଜଣା ପଡ଼ିଥିଲେ ଅରୁଣ ୪ ଛୁଆଙ୍କୁ କୂଅକୁ ଫିଙ୍ଗି ନିଜେ ବି ଡେଇଁ ପଡ଼ିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ପରେ ପୋଲିସ ପହଞ୍ଚି କୂଅରୁ ସମସ୍ତଙ୍କ ମୃତଦେହ ବାହାର କରିଥିଲା । ପୋଲିସ ଅନୁସାରେ, ଅରୁଣଙ୍କ ଝଗଡ଼ା ତାଙ୍କ ପତ୍ନୀଙ୍କ ସହ ହୋଇଥିଲା । ଆଉ ଏହା ପରେ ଅରୁଣ ୪ ଛୁଆଙ୍କୁ କୂଅକୁ ଫିଙ୍ଗି ନିଜେ ଡେଇଁ ପଡ଼ି ଜୀବନ ହାରିଛନ୍ତି । ମୃତ ଛୁଆଙ୍କ ବୟସ ୬ରୁ ୯ ବର୍ଷ ମଧ୍ୟରେ ହୋଇଥିବା ବେଳେ ଅରୁଣଙ୍କୁ ୩୫ ବର୍ଷ ।


ଅପରାଧ ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Maharashtra: Man Kills 4 Children, Dies by Suicide After Dispute | Argus News