Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Blackmail / ନାବାଳିକା ଝିଅକୁ ବ୍ଲାକ୍‌ମେଲ କରୁଥିଲା ପୁତୁରା, ଦାଦା ଜାଣିଲା ପରେ ଦେଲା ଭୟଙ୍କର ଶାସ୍ତି..!

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
ନାବାଳିକା ଝିଅକୁ ବ୍ଲାକ୍‌ମେଲ କରୁଥିଲା ପୁତୁରା, ଦାଦା ଜାଣିଲା ପରେ ଦେଲା ଭୟଙ୍କର ଶାସ୍ତି..!

Key Points

ପ୍ରଥମେ ଦେବୀରାମ ନିଜ ଦୋକାନକୁ ନେଇଥିଲେ, ତାପରେ ସେଠାରେ ଥିବା ଆଉ ଜଣେ ପୁତୁରା ନିତ୍ୟ କିଶୋର ସହ ମିଶି ରାକେଶର ବେକ ଚିପି ତାକୁ ମାରିଦେଇଥିଲେ ।

ନିଜ ପୁତୁରାକୁ ହତ୍ୟା କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ପୁତୁରାର ତଣ୍ଟି ଚିପି ଜୀବନରୁ ମାରିଦେବା ପରେ ତାକୁ ଏକ ଡ୍ରମ୍‌ରେ ପୁରାଇ ପୋଡ଼ି ଦେଇଥିଲା ଅଭିଯୁକ୍ତ । ଏହି ଘଟଣା ଆଗ୍ରାର ମାଲପୁରା ଅଞ୍ଚଳରୁ ସାମ୍ନାକୁ ଆସିଛି । ପ୍ରାଥମିକ ତଦନ୍ତରୁ ମିଳିଥିବା ଖବର ଅନୁସାରେ ମୃତ ପୁତୁରା ଅଭିଯୁକ୍ତ ଦାଦାର ନାବାଳିକା ଝିଅର ଅଶ୍ଲୀଳ ଫଟୋ ଉଠାଇ ରଖିଥିଲା । ଆଉ ତାକୁ ବାରମ୍ବାର ବ୍ଲାକ୍‌ମେଲ କରୁଥିଲା । ମଙ୍ଗଳବାର ପୋଲିସ ପକ୍ଷରୁ ଏହି ସୂଚନା ମିଳିଛି ।

ଡେପୁଟି କମିଶନର ଅଫ୍ ପୋଲିସ ଅତୁଲ ଶର୍ମା କହିଛନ୍ତି ଏହି ଘଟଣା ଗତ ବର୍ଷ ଫେବ୍ରୁଆରୀ ୧୮ ତାରିଖରେ ଘଟିଥିଲା । ଅର୍ଦ୍ଧଦଗ୍ଧ ଶରୀରର ଡିଏନ୍ଏ ଟେଷ୍ଟ କରିବା ପରେ ମୃତଦେହ ଚିହ୍ନଟ ହୋଇଥିଲା । ଅଭିଯୁକ୍ତ ଦାଦା ଦେବୀରାମଙ୍କୁ ପୋଲିସ ସୋମବାର ଗିରଫ କରିଛି । ମୃତକ ହେଉଛି ରାକେଶ । ଯାହାର ବୟସ ଥିଲା ମାତ୍ର ୧୯ । ତାକୁ ପ୍ରଥମେ ଦେବୀରାମ ନିଜ ଦୋକାନକୁ ନେଇଥିଲେ, ତାପରେ ସେଠାରେ ଥିବା ଆଉ ଜଣେ ପୁତୁରା ନିତ୍ୟ କିଶୋର ସହ ମିଶି ରାକେଶର ବେକ ଚିପି ତାକୁ ମାରିଦେଇଥିଲେ ।

ତାପରେ ଉଭୟ ମିଶି ମୃତଦେହକୁ ଏକ ବ୍ଲୁ ଡ୍ରମ ଭିତରେ ରଖିଲେ । ସେହି ଡ୍ରମକୁ ଏମିତି ଏକ ସ୍ଥାନକୁ ନେଇଗଲେ, ଯେଉଁଠିକି କେହି ଯାଆ ଆସ କରନ୍ତି ନାହିଁ । ସେଠାରେ ଡ୍ରମରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ପରେ ଅର୍ଦ୍ଧଦଗ୍ଧ ମୃତଦେହ ଉପରେ ପୋଲିସର ନଜର ପଡ଼ିଥିଲା । ସେହି ମୃତଦେହକୁ ଉଦ୍ଧାର କରି DNA ଟେଷ୍ଟ କରିଥିଲା ପୋଲିସ । ଏଥିରୁ ମୃତକ ରାକେଶର ପରିଚୟ ମିଳିଥିଲା । ପରେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିଲା ।

ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଯେ, ଅଭିଯୁକ୍ତ ଦେବୀରାମ ଅତ୍ୟନ୍ତ କ୍ରୋଧିତ ହୋଇ ଏଭଳି କାଣ୍ଡ ଭିଆଇଛି । କାରଣ ରାକେଶ ତାଙ୍କ ନାବାଳିକା ଝିଅର ନଗ୍ନ ଫଟୋ ରଖି ତାକୁ ବ୍ଲାକ୍‌ମେଲିଂ କରୁଥିଲା । ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତ ଦେବୀରାମଙ୍କୁ ଗିରଫ କରିଥିବା ବେଳେ ସହଯୋଗୀ ପୁତୁରା ନିତ୍ୟ କିଶୋର ଏବେ ଫେରାର ରହିଛି । ତାକୁ ଧରିବା ପାଇଁ ପୋଲିସ ପଚରାଉଚରା ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Blackmail | Man 'kills' nephew in Agra over blackmail, 'burns body in drum' | Argus News