ମିରଟ ମର୍ଡର କେସ୍ ; ମୁସ୍କାନ, ସୌରଭ, ସାହିଲ ଆଉ ନୀଳ ଡ୍ରମ୍ ର କାହାଣୀ.....

୬ ମାର୍ଚ୍ଚ ୨୦୨୫ । ସୌରଭ ରାଜପୁତଙ୍କ ପାଖକୁ ତାଙ୍କ ଭଉଣୀର ମେସେଜ ଆସେ । "ତୁ କେବେ ମତେ ଦେଖା କରିବାକୁ ଆସୁଛୁ ?" ସେପଟୁ ସୌରଭଙ୍କ ପାଖରୁ ଉତ୍ତର ଆସେ, "ମୁଁ ହୋଲି ସରିଲେ ଯିବି । ମୁଁ ମୁସ୍କାନ ସହ ସିମଲା ବୁଲିବାକୁ ଆସିଛି । ଆମେ ଦୁହେଁ ଖୁବ ମଜା କରୁଛୁ, ଖୁବ ପାର୍ଟି କରୁଛୁ " ଆଉ ହୋଲି ସମୟରେ ନିଜ ସ୍ତ୍ରୀ ମୁସ୍କାନଙ୍କ ସହ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଅପଲୋଡ କରନ୍ତି ସୌରଭ । କିନ୍ତୁ ସମାନ ସମୟରେ ମୁସ୍କାନ ଆଉ ସାହିଲଙ୍କର ହୋଲି ବେଳର ଏକ ଭିଡିଓ , ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେମାନେ ଦୂନିଆର ସବୁଠୁ ଖୁସିଥିବା ପ୍ରେମୀଯୁଗଳ ଭାବେ ନାଚୁଥାଆନ୍ତି । ଗୋଟିଏ ସମୟରେ ଦୁଇ ଜଣଙ୍କ ସହ ଫଟୋ ଏବଂ ଭିଡିଓ .......କେମିତି ସମ୍ଭବ ? ?
ମଣିଷ ରୂପରେ ସଇତାନ । ଖୁସିରେ ନିଜ ସ୍ତ୍ରୀ ଏବଂ ନିଜ ଝିଅ ସହ ନାଚୁଥିବା ଏହି ସ୍ବାମୀ ଜଣକ ଜାଣିନଥିଲେଯେ, ତାଙ୍କ ସ୍ତ୍ରୀ ହିଁ ତାଙ୍କ ମୃତ୍ୟୁର କାରଣ ସାଜିବ । ଜଣେ ସ୍ତ୍ରୀ ବି ଏତେ ଭୟଙ୍କର ହୋଇପାରେ , ତାହା ଆପଣ ମୁସ୍କାନ ଆଉ ସୌରଭଙ୍କ କେସରୁ ଅନୁମାନ କରିପାରିବେ । ସୋସିଆଲ ମିଡିଆରେ ମୁସ୍କାନ ଏବଂ ସାହିଲ ଆଉ ମୃତ ସ୍ବାମୀ ସୌରଭ ବିଷୟରେ ଆପଣ ଅନେକ ଖବର ଶୁଣି ସାରିଥିବେ । କିନ୍ତୁ ଘଟଣାର ପ୍ରକୃତ ସତ୍ୟ , ପ୍ରକୃତ ରଚାଯାଇଥିବା ଷଡଯନ୍ତ୍ର , ମୁସ୍କାନର ମାଷ୍ଟରମାଇଣ୍ଡ ପ୍ଲାନ ସମ୍ପର୍କରେ ବିସ୍ତାରରେ ଆମେ ଏହି ଭିଡିଓରେ ଜାଣିବା । କିଛି ଏମିତି ତଥ୍ୟ , ଯାହା ଆପଣଙ୍କୁ ବି ଚିନ୍ତାରେ ପକାଇଦେବ । ଆଜି ଜାଣିବା , ମିରଟର ଚର୍ଚ୍ଚିତ ମୁସ୍କାନ, ସୌରଭ , ସାହିଲ ଏବଂ ଚର୍ଚ୍ଚାରେ ରହିଥିବା ନୀଳ ଡ୍ରମର କାହାଣୀ ।
ଘଟଣା ୨୪ ଫେବୃଆରୀର । ମିରଟ ସୌରଭ ରାଜପୁତ ଦୀର୍ଘ ୨ ବର୍ଷ ପରେ ନିଜ ଘରକୁ ଫେରୁଥିଲେ । ସେ ଲଣ୍ଡନରେ ଚାକିରି କରନ୍ତି । କିନ୍ତୁ ଏବେ ସେ ନିଜ ପତ୍ନୀଙ୍କ ସହ ନିଜ ଝିଅ ପିହୁର ଜନ୍ମଦିନ ପାଳନ କରିବାକୁ ମିରଟ ଫେରୁଥିଲେ । ଫେରିବା ପରେ ଏହି ଭିଡିଓ
ହେଉଛି ୨୮ ଫେବୃଆରୀର । ଯେଉଁଥିରେ ସୌରଭ ନିଜ ସ୍ତ୍ରୀ ମୁସ୍କାନ ଏବଂ ଝିଅ ପିହୁ ସହ ଖୁସିରେ ନାଚୁଥିଲେ । ସୌରଭଙ୍କ ମାଆ ବାପା ଏବଂ ତାଙ୍କ ଭାଇ ଅଲଗା ରହୁଥିଲେ । ଆଉ ସୌର ନିଜ ସ୍ତ୍ରୀ ନିଜ ପିଲା ସହ ସେହି ମିରଟରେ ଅଲଗା ଘର ନେଇ ରହୁଥିଲେ । କିନ୍ତୁ ପ୍ରତି ଦିନ ନିଜ ଘରୁ ରାତି ଖାଇବା ନିଜ ପାଇଁ ଆଣୁଥିଲେ ।
୩ ମାର୍ଚ୍ଚରେ ମୁସ୍କାନ ନିଜ ଝିଅକୁ ନିଜ ବାପଘରେ ଛାଡି ଦେଇଥିଲେ । ଆଉ କହିଥିଲେ , ସେ ଆଉ ସୌରଭ ଦୁହେଁ ସିମଲା ବୁଲିବାକୁ ଯାଉଛନ୍ତି, ଫେରିବା ପରେ ସେ ନିଜ ଝିଅକୁ ନେଇଯିବେ । ଆଉ ସେପଟେ ୪ ମାର୍ଚ୍ଚକୁ ମଧ୍ୟ ନିଜ ଘରକୁ ରାତି ଖାଇବା ଆଣିବାକୁ ଯାଇନଥିଲେ ସୌରଭ । ତାଙ୍କ ଭାଇ ମେସେଜରେ ପଚାରିବାରୁ, ସେ ନିଜ ସ୍ତ୍ରୀ ମୁସ୍କାନଙ୍କ ସହ ସିମଲା ବୁଲିବାକୁ ବାହାରି ଗଲେଣି ବୋଲି କହିଥିଲେ ।
ଏ ଭିତରେ ସୌରଭଙ୍କ ଭଉଣୀ ମଧ୍ୟ ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ । କିନ୍ତୁ ସୌରଭ ମେସେଜରେ କହିଥଇଲେ, ଯେ ସେ ଏବେ ସିମଲାରେ ପାର୍ଟି କରିବାରେ ବ୍ୟସ୍ତ ଅଛନ୍ତି । ତେଣୁ କେବେ ଫେରିବେ ଜଣାନାହିଁ । ଭଉଣୀ ମଧ୍ୟ ନିଜ ଭାଇକୁ ସ୍ତ୍ରୀ ସହ ପାର୍ଟି କରୁଥିବାର ଜାଣି ଖୁସି ହୋଇଥିଲେ, ଏବଂ ଆସିବା ପାଇଁ କୌଣସି ବାଧ୍ୟ କରି ନଥିଲେ। ହୋଲି ସମୟରେ ସୌରଭଙ୍କ ଫେସବୁକ ଆକାଉଣ୍ଟରୁ ଉଭୟଙ୍କ ଫଟୋ ମଧ୍ୟ ପୋଷ୍ଟ ହୋଇଥିଲା । କିନ୍ତୁ ପ୍ରକୃତରେ କେହି ଜାଣି ନଥିଲେ, ଏହି ଟ୍ରିପରେ କିଏ କିଏ ସାମିଲ ଥିଲେ, କଣ ଚାଲିଥିଲା ।
ସିମଲା ଥିବା ସମୟରେ ମୁସ୍କାନ ଏବଂ ସୌରଭ ମିରଟରେ ରହୁଥିବା ଘରର ଘରମାଲିକ ତାଙ୍କୁ ଘର ମରାମତି କରିବା ଉଦ୍ଦେଶ୍ୟରେ ଘର ଖାଲି କରିବାକୁ ଫୋନ କରିଥିଲେ । ଯେଉଁଥିପାଇଁ ମୁସ୍କାନଙ୍କୁ ପୁଣି ମିରଟ ଆସିବାକୁ ପଡିଥିଲା । ମିରଟରେ ପହଞ୍ଚି ନିଜ ଘର ଖାଲି କରିବା ବେଳେ , ଘରୁ ଜିନିଷ ନେଉଥିବା ଲୋକମାନେ ଏକ ନୀଳ ଡ୍ମ ଦେଖିବାକୁ ପାଇଥିଲେ । ଯାହାକୁ ଉଠାଇବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ଡ୍ରମ ଉଠାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଡ୍ରମର ଉପର ଭାଗ ଖୋଲି ଯାଇଥିଲା, ଏବଂ ସେଥିରେ ସିମେଣ୍ଟ ବାହାରକୁ ଆସିଥିଲା । କିନ୍ତୁ ସେଥିରୁ ଏତେ ପରିମାଣରେ ଦୁର୍ଗନ୍ଧ ବାହାରୁଥିଲା ଯେ ସେଠାରେ ସେମାନେ ଚାଲି ଯାଇଥିଲେ । ଆଉ ଏ ଭିତରେ ମୁସ୍କାନ ନିଜ ମାଆକୁ ଭିଡିଓ କଲ କରି ନିଜ ଝିଅ ପିହୁକୁ ଦେଖାଇବାକୁ କହିଥିଲେ । ଏବଂ ଖୁବ ଜୋରରେ କାନ୍ଦିଥିଲେ . ତାଙ୍କ ମାଆଙ୍କୁ ଲାଗିଥିଲା, ନିଶ୍ଚୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଝଗଡା ଲାଗିଛି । ଆଉ ତାଙ୍କ ମାଆ ଯେତେବେଳେ ସୌରଭଙ୍କ କଥା ପଚାରିଥିଲେ, ମୁସ୍କାନ କୌଣସି ଉତ୍ତର ଦେଇନଥିଲେ, ଏବଂ ସିଧା ନିଜ ବାପଘରକୁ ଆସିଥିଲେ । ଆଉ ସେଠାରେ ପହଞ୍ଚି ନିଜ ମାଆଙ୍କୁ କହିଥିଲେ, ଯେ ସୌରଭ ଆଉ ନାହାନ୍ତି । ତାଙ୍କୁ ତାଙ୍କ ପରିବାର ଲୋକେ ମାରି ଦେଇଛନ୍ତି ।
ଏସବୁ ଶୁଣିବା ପରେ ତାଙ୍କ ବାପା ମାଆଙ୍କୁ ସହଜରେ ଏହା ବିଶ୍ବାସ ହେଉନଥିଲା । ଏହା କେମିତି ହେଲା ପଚାରିବାରୁ ମୁସ୍କାନ କହିଥିଲେ, ସୌରଭଙ୍କ ଘରଲୋକେ ଚାହୁଁଥିଲେ, ସେ ତାଙ୍କୁ ଡିଭୋର୍ସ ଦିଅନ୍ତୁ । କିନ୍ତୁ ସୌରଭ ତାଙ୍କୁ ବହୁତ ଭଲ ପାଉଥିଲେ । ସେଥିପାଇଁ ସେମାନେ ସୌରଭଙ୍କୁ ମାରି ଦେଇଥିଲେ । ଏମିତି କିଛି କାହାଣୀ ନିଜ ପରିବାରକୁ ଶୁଣାଇଥିଲେ ମୁସ୍କାନ । କିନ୍ତୁ କଥାରେ ଅଛି ଚୋର ଘର ବେଶି ଦିନ ଅନ୍ଧାର ନୁହେଁ ।
ସେପଟେ ନୀଳ ଡ୍ରମରୁ ଦୁର୍ଗନ୍ଧ ବାହାରିବାରୁ ଖବର ପହଞ୍ଚିଥିଲା ପୋଲିସ ପାଖରେ । ପୋଲିସ ସେମାନେ ରହୁଥିବା ଘରେ ପହଞ୍ଚି ସେହି ନୀଳ ଡ୍ରମକୁ ଜବତ କରିଥିଲା । ଏବଂ ନୀଳ ଡ୍ରମକୁ କାଟିବା ପାଇଁ ମେକାନିକକୁ ଡକାଯାଇଥିଲା । ଆଉ ସେଥିରୁ ବାହାରିଥିଲା ସିମେଣ୍ଟ ଭିତରେ ଭର୍ତ୍ତି ହୋଇଥିବା ସୌରଭଙ୍କ ଶରୀରର ଅନେକ କଟା ଅଂଶ । ଏବେ ଜାଣିବା ପ୍ରକୃତରେ ଏ ଘଟଣା କେମିତି ହୋଇଥିଲା , କେମିତି ପ୍ଲାନରେ ନିଜ ସ୍ବାମୀଙ୍କୁ ମାରିଥିଲେ ମୁସ୍କାନ । ଆଉ ଘଟଣାରେ କେମିତି ଥିଲା ସାହିଲଙ୍କ ଏଣ୍ଟ୍ରି ।
ମୁସ୍କାନ ଏବଂ ସୌରଭ ପରସ୍ପରକୁ ପ୍ରେମ ବିବାହ କରିଥିଲେ । ୨୦୧୬ରେ ଉଭୟଙ୍କ ବିବାହ ହୋଇଥିଲା । ବିବାହ ପରେ ଘରେ ପ୍ରତିଦିନ କିଛି ନା କିଛି କାରଣକୁ ନେଇ ଝଗଡା ହେଉଥିବା ଯୋଗୁଁ ମୁସ୍କାନ ନିଜ ସ୍ବାମୀ ସୌରଭଙ୍କୁ ଅଲଗା ଘର ନେଇ ରହିବାକୁ ଜିଦ ଧରି କହିଥିଲେ । ଆଉ ପରେ ନିଜ ସ୍ବାମୀ ଝିଅ ସହ ଅଲଗା ରହିଥିଲେ ମୁସ୍କାନ । ସେତେବେଳେ ନିଜର ସ୍କୁଲ ବେଳର ସାଙ୍ଗ ସାହିଲ ସହ ସମ୍ପର୍କରେ ଆସିଥିଲେ ମୁସ୍କାନ । ଆଉ ପ୍ରଥମେ ଦୋସ୍ତି ପରେ ପୁଣି ସାହିଲଙ୍କ ପ୍ରେମରେ ପଡିଥିଲେ ମୁସ୍କାନ । ତାଙ୍କ ସହ ଅଧିକ ମିଶିବା ଆରମ୍ଭ କରିଥିଲେ, ଆଉ ଉଭୟ ମିଶି ନିଶାଦ୍ରବ୍ୟ ମଧ୍ୟ ସେବନ କରୁଥିଲେ । ସୌରଭଙ୍କୁ ଏ ସମ୍ପର୍କରେ ସନ୍ଦେହ ସୃଷ୍ଟି ହେବାରୁ ସେ ମୁସ୍କାନଙ୍କ ଫୋନ ଚେକ କରି ସାହିଲଙ୍କ ମଧ୍ୟରେ ଥିବା ସମ୍ପର୍କ ଜାଣିବାକୁ ପାଇଥିଲେ । ଅନେକ ଝଗ଼ଡା ପରେ ସେ ମୁସ୍କାନଙ୍କୁ ୨୦୨୧ରେ ଡିଭୋର୍ସ ଦେବାକୁ ଅପିଲ କରିଥିଲେ । କିନ୍ତୁ ନିଜ ଝିଅ ମୁହଁକୁ ଚାହିଁ ସେ ଏହି ନିଷ୍ପତ୍ତିକୁ ବଦଳାଇ ମୁସ୍କାନଙ୍କୁ ଆଉ ଏକ ସୁଯୋଗ ଦେବାକୁ ଭାବିଥିଲେ । ହେଲେ ସେ ଜାଣିନଥିଲେ , ଏହି ପରିବର୍ତ୍ତନ ତାଙ୍କ ଜୀବନ ନେଇଯିବ ।
୨୦୨୩ରେ ଯେତେବେଳେ ସେ ଲଣ୍ଡନରେ ଚାକିରି କରିବାକୁ ଯାଇଥିଲେ, ସେତେବେଳେ ମୁସ୍କାନଙ୍କୁ ଆହୁରି ନିଜ ବୟଫ୍ରେଣ୍ଡ ସାହିଲ ସହ ବୁଲିବାର ସୁଯୋଗ ମିଳିଯାଇଥିଲା । ସେ ଆହୁରି ଖୁଲମଖୁଲ୍ଲା ସାହିଲ ସହ ସମୟ କାଟୁଥିଲେ, ନିଶାରେ ରହୁଥିଲା । ଯାହାର ଖବର ପଡୋଶୀଙ୍କ ଦ୍ବାରା ପହଞ୍ଚୁଥିଲା ସୌରଭଙ୍କ ପାଖରେ । ଆଉ ଏସବୁକୁ ନେଇ ଦୀର୍ଘ ୨ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ପରେ ୨୦୨୪ ନଭେମ୍ବରରେ ସେ ଘରକୁ ଆଉ ୨ ମାସ ପରେ ଆସିବେ ବୋଲି ମୁସ୍କାନଙ୍କୁ ଖବର ଦେଇଥିଲେ । ଯାହା ମୁସ୍କାନଙ୍କ ଚିନ୍ତା ବଢାଇଥିଲା । କାରଣ ସୌରଭ ଆସିଲେ ତାଙ୍କ ସ୍ବାଧିନତା ଉପରେ ଆଞ୍ଚ ଆସିବ । ସେଥିପାଇଁ ସେ ସୌରଭଙ୍କୁ ମାରିବାର ପ୍ଲାନ ଆରମ୍ଭ କରିଥିଲେ । ଆଉ ଏଥିରେ ତାଙ୍କ ସହ ସାମିଲ ଥିଲେ ସାହିଲ । ସୌରଭ ମିରଟ ପହଞ୍ଚିବାର ୨ ଦିନ ପୂର୍ବରୁ ମୁସ୍କାନ ଡାକ୍ତରଙ୍କ ପାଖରୁ ନିଦ ନହେଉଥିବା ବାହାନା କରି ସ୍ଲିପିଙ୍ଗ ମେଡିସିନ ଆଣିଥିଲେ । କେବଳ ସେତିକି ନୁହେଁ, ସୌରଭଙ୍କୁ ମାରିବା ପାଇଁ ସେ ୨ଟି ବଡ ବଡ ଛୁରୀ, କଳା ପଲିଥିନ ବ୍ୟାଗ ମଧ୍ୟ ଆଣିଥିଲେ ।
ସୌରଭ ଆସିବା ପରେ ତାଙ୍କୁ ମାରିବାର ସୁଯୋଗ ଖୋଜୁଥିଲେ ମୁସ୍କାନ । ପରେ ତାଙ୍କ ଝିଅକୁ ତାଙ୍କ ବାପଘରେ ଛାଡିବା ପରେ ମାର୍ଚ୍ଚ ୪ ରାତିରେ ସୌରଭଙ୍କୁ ଖାଦ୍ୟରେ ନିଦ ମେଡିସିନ ଗୋଳାଇ ଦେଇ ଦେଇଥିଲେ ମୁସ୍କାନ । ପରେ ସାହିଲଙ୍କୁ ମଧ୍ୟ ଫୋନ କରି ଡାକିଥିଲେ । ଆଉ ସାହିଲଙ୍କ ଉପସ୍ଥିତିରେ ସୌରଭଙ୍କ ଛାତିରେ ଛୁରା ମାଡ କରିଥିଲେ ମୁସ୍କାନ । ନିଦ ମେଡିସିନ ଖାଇଥିଲେ ମଧ୍ୟ ଖୁବ କଷ୍ଟ ପାଇଥିଲେ ସୌରଭ । ପରେ ଲଗାତାର ତାଙ୍କ ଛାତିରେ ଛୁରା ମାଡ କରିଥିଲେ ସାହିଲ ଏବଂ ମୁସ୍କାନ । ଆଉ ଶେଷରେ ସାହିଲ ତାଙ୍କ ଶରୀରକୁ କାଟି କଳା ପଲିଥିନରେ ପୁରାଇ ନିଜ ଘରକୁ ଆଣିଥିଲେ ।
ସାହିଲଙ୍କ ଘର କାନ୍ଥରେ ତନ୍ତ୍ରସାଧନା ଚିତ୍ର ଥିଲା । ଯେଉଁ ଚିତ୍ର ଏକ ନେଗେଟିଭ ଅର୍ଥ ସୂଚାଉଛି ବୋଲି ଜଣା ପଡିଥିଲା । ତେଣୁ ସେ ଏଠାରେ ସୌରଭର କଟା ଶରୀରକୁ ତନ୍ତ୍ର ଉପାସନା କରିବାକୁ ଆଣିଥିଲା । ଆଉ ଏକ ଖବର ଯାହା ସାମ୍ନାକୁ ଆସିଛି ଯେ, ସାହିଲର ମାଆଙ୍କର ଦୀର୍ଘ ୧୭ ବର୍ଷ ହେବ ମୃତ୍ୟୁ ହୋଇସାରିଥିଲା । କିନ୍ତୁ ସାହିଲ ତନ୍ତ୍ର ସାଧନା ଦ୍ବାରା ବିଶ୍ବାସ କରୁଥିଲେ ଯେ ତାଙ୍କ ତାଙ୍କ ସହ ପୁଣି କଥା ହୋଇପାରିବେ, ଏବଂ ପୁଣି ଫେରିବେ । ଆଉ ଏ ସବୁ ଅନ୍ଧବିଶ୍ବାସର ଫାଇଦା ଉଠାଉଥିଲା ମୁସ୍କାନ । ସ୍ନାପଚାଟ୍ରେ ନିଜର ଏକ ଫେକ ଆକାଉଣ୍ଟ ସାହିଲ ମାଆ ନାଁରେ ସେ ଖୋଲିଥିଲା । ଏବଂ ସାହିଲ ସହ ତା ମାଆ ଭାବେ କଥା ମଧ୍ୟ ହେବା ଆରମ୍ଭ କରିଥିଲା । ଯେଉଁଥିରେ ସେ କହିଥିଲା, କି ତାର ପୁନର୍ଜନ୍ମ ହୋଇଛି । ସେ ଚାହୁଁଛନ୍ତି, ମୁସ୍କାନ ତାଙ୍କ ଘରର ବୋହୁ ହେଉ । ଏବଂ ଏଥିପାଇଁ ସୌରଭକୁ ମାରିବାକୁ ପଡିବ ବୋଲି ସେ ଲେଖିଥିଲେ । ଯାହାକୁ ପଢିବା ପରେ ନିଜ ମାଆକୁ ଭଲ ପାଉଥିବା ସାହିଲ ମୁସ୍କାନ ସହ ମିଶି ସୌରଭକୁ ମାରିବାର ପ୍ଲାନ କରିଥିଲେ ।
ତେବେ ସୌରଭକୁ ମାରିବାର ପରଦିନ ମୁସ୍କାନ ବଜାରରୁ ଡ୍ରମ ଆଉ କିଛି ସିମେଣ୍ଟ ଆଣିଥିଲେ । ଆଉ ସାହିଲ ସିମେଣ୍ଟ ଗୋଳେଇ ପ୍ରସ୍ତୁତ କରିବା ପରେ ସୌରଭଙ୍କ କଟା ଶରୀରକୁ ସେଥିରେ ପୁରାଇ ବନ୍ଦ କରି ଦେଇଥିଲେ । ଆଉ ତା ପରେ ସୌରଭଙ୍କ ଟଙ୍କାରେ ହିଁ ଉଭୟ ସିମଲା ବୁଲିବାକୁ ଯାଇଥିଲେ । ଆଉ ଯେତେବେଳେ ପରିବାର ଲୋକେ ସୌରଭଙ୍କ ଫୋନକୁ କଲ କରିବାକୁ ଚେଷ୍ଟା କରୁଥିଲେ, କଲ କାଟିଦେଉଥିଲେ ମୁସ୍କାନ । କୌଣସି ନା କୌଣସି କାମ ଥିବା କହି ସେ ମେସେଜ କରୁଥିଲେ । ସିମଲାରେ ଥିବା ସମୟରେ ମଧ୍ୟ ସୌରଭଙ୍କ ଫୋନରୁ ତାଙ୍କ ପରିବାର ଲୋକଙ୍କୁ ମେସେଜ କରୁଥିଲେ ମୁସ୍କାନ । ଆଉ କିଛି ପୁରୁଣା ଫଟୋକୁ ସୋସିଆଳ ମିଡିଆରେ ସେ ନିଜେ ସୌରଭଙ୍କ ଫୋନରୁ ଅପଲୋଡ କରୁଥିଲେ ।
କିନ୍ତୁ ଯେତେ ପ୍ଲାନ କରି ଖସିବାକୁ ଚେଷ୍ଟା କରିଲେ ମଧ୍ୟ ସବୁ ସତ ସାମ୍ନାକୁ ଆସିଥିଲା । ମୁସ୍କାନଙ୍କ ବାପା ସବୁ ସତ ଜାଣିବା ପରେ ନିଜେ ହିଁ ନିଜ ଝିଅକୁ ନେଇ ଥାନାକୁ ଯାଇଥିଲେ । ଆଉ ଥାନାରେ ସତ ମାନିଥିଲେ ମୁସ୍କାନ ଆଉ ସାହିଲ । ଏବେ ଜେଲରେ ରହିବା ପରେ ଉଭୟ ଜେଲର ଗୋଟେ ସ୍ଥାନରେ ଏକାଠି ରହିବାକୁ ଅନୁରୋଧ କରିଥିଲେ । କିନ୍ତୁ ଜେଲର ନିୟମ ଅନୁସାରେ ଉଭୟଙ୍କୁ ଅଲଗା ଅଲଗା ରଖାଯାଇଛି । ସେପଟେ ନିଜ ଝିଅକୁ ଫାଶୀ ଦିଯାଉ ବୋଲି ଦାବି କରିଛନ୍ତି ମୁସ୍କାନଙ୍କ ପରିବାର ଲୋକେ । ବର୍ତ୍ତମାନ କାନୁନ ତାଙ୍କୁ କେଉଁ ଦଣ୍ଡ ଦେବ ତାହା କେବଳ ସମୟ ହିଁ କହିବ ।