Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Nurse Murder / ହସ୍ପିଟାଲ୍ ଭିତରେ ନର୍ସଙ୍କୁ ହତ୍ୟା; ଅଭିଯୁକ୍ତଙ୍କୁ ଧରାଇଦେଲା ସୁଇସାଇଡ୍ ନୋଟ୍

Sushanta Sahoo
Browse all articles by Sushanta Sahoo
·16 hours ago·2 min read
ହସ୍ପିଟାଲ୍ ଭିତରେ ନର୍ସଙ୍କୁ ହତ୍ୟା; ଅଭିଯୁକ୍ତଙ୍କୁ ଧରାଇଦେଲା ସୁଇସାଇଡ୍ ନୋଟ୍
Nurse Murdered Inside Hospital OT

Key Points

ହସ୍ପିଟାଲ୍‌ର ଅପରେସନ୍ ଥିଏଟରରେ ଜଣେ ନର୍ସଙ୍କୁ ବିଷାକ୍ତ ଇଞ୍ଜେକ୍ସନ୍ ଦିଆଯାଇ ହତ୍ୟା କରାଯାଇଛି । ଆଉ ନର୍ସଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ହସ୍ପିଟାଲ୍‌ର ଜଣେ କର୍ମଚାରୀ ଓ ଅନ୍ୟ ଜଣେଙ୍କୁ ଗିରଫ କରିଛି ।
ନୂଆଦିଲ୍ଲୀ: ବିବାହ ପାଇଁ ପ୍ରେମିକ ଉପରେ ଚାପ ପକାଉଥିଲେ । ହେଲେ ପ୍ରେମିକ ରାଜି ନଥିଲା । ଆଉ ଶେଷରେ ପ୍ରେମିକାକୁ ରାସ୍ତାରୁ ହଟାଇବା ଲାଗି ହସ୍ପିଟାଲ୍‌ରେ ଷଡ଼ଯନ୍ତ୍ର ରଚିଲା ପ୍ରେମିକ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ମେରଠରେ ।

ହସ୍ପିଟାଲ୍‌ର ଅପରେସନ୍ ଥିଏଟରରେ ଜଣେ ନର୍ସଙ୍କୁ ବିଷାକ୍ତ ଇଞ୍ଜେକ୍ସନ୍ ଦିଆଯାଇ ହତ୍ୟା କରାଯାଇଛି । ଆଉ ନର୍ସଙ୍କୁ ହତ୍ୟା ଅଭିଯୋଗରେ ହସ୍ପିଟାଲ୍‌ର ଜଣେ କର୍ମଚାରୀ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଛି । ମୃତ ନର୍ସ ୨୫ ବର୍ଷୀୟ ନେହା ଭାଟିଆ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ନେହା ଶନିବାର ହସ୍ପିଟାଲ୍‌କୁ ଡ୍ୟୁଟି ଯାଇଥିଲେ । ଦ୍ଵି-ପ୍ରହରରେ ନେହାଙ୍କ ଶରୀର ସନ୍ଦିଗ୍ଧ ଅବସ୍ଥାରେ ଅପରେସନ୍ ଥିଏଟରରୁ ମିଳିଥିଲା । ଯାଞ୍ଚ ପରେ ଡାକ୍ତର ନେହାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସର ପ୍ରାଥମିକ ତଦନ୍ତ ବେଳେ କୀଟନାଶକ ଔଷଧ ସହ ଏକ ସୁଇସାଇଡ୍ ନୋଟ୍ ମିଳିଥିଲା । ଲାଗୁଥିଲା ନେହା ଆତ୍ମହତ୍ୟା କରିଛନ୍ତି ।

ବିବାହ ଚାପରେ ଇଞ୍ଜେକ୍ସନ୍‌ରେ ବିଷ

ପୋଲିସ ଯାଞ୍ଚରୁ ଜଣପଡ଼ିଛି, ନେହା ଆତ୍ମହତ୍ୟା କରି ନାହାନ୍ତି ବରଂ ପ୍ରେମ ସମ୍ପର୍କ, ବିବାହ ପାଇଁ ଚାପରୁ ତାଙ୍କୁ ହତ୍ୟା କରାଯାଇଛି । ଆଉ ହତ୍ୟାକାରୀ ହେଉଛି ନେହାଙ୍କ ପ୍ରେମିକ । ଯିଏ କି ଉକ୍ତ ହସ୍ପିଟାଲ୍‌ରେ କାର୍ଯ୍ୟରତ । ପ୍ରେମିକ ଓ ତାଙ୍କର ଜଣେ ସହଯୋଗୀ ନେହାଙ୍କ ଭେନ୍‌ରେ ବିଷାକ୍ତ ରସାୟନ ଦେଇ ତାଙ୍କୁ ହତ୍ୟା କରିବା ସହ ନକଲି ସୁଇସାଇଡ୍ ନୋଟ୍ ମୃତଦେହ ପାଖରେ ରଖି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ।

ମେରଠର ଲୋହିଆ ନଗରରେ ଥିବା ଏକ ଘରୋଇ ହସ୍ପିଟାଲ୍‌ରେ ନେହା କାମ କରୁଥିଲେ । ଶନିବାର ଡ୍ୟୁଟି ଯିବାର କିଛି ସମୟ ପରେ ନେହା ଅଚେତ ଅବସ୍ଥାରେ ଅପରେସନ୍ ଥିଏଟରରୁ ମିଳିଥିଲେ । ପରେ ମୃତ ଘୋଷଣା କରିଥିଲେ ଡାକ୍ତର ।

ହେଲେ ନେହାଙ୍କ ଆତ୍ମହତ୍ୟାକୁ ପରିବାର ଲୋକ ଗ୍ରହଣ କରିପାରି ନଥିଲେ । ସୁଇସାଇଡ୍ ନୋଟ୍‌ର ହାତଲେଖା ମଧ୍ୟ ନେହାଙ୍କ ନୁହେଁ କହିବା ପରେ ପୋଲିସ ତଦନ୍ତର ମୋଡ଼ ବଦଳାଇଥିଲା । ହସ୍ପିଟାଲ୍‌ର ସିସିଟିଭି ଫୁଟେଜ୍ ସହ ମୋବାଇଲ୍ କଲ୍ ରେକର୍ଡ ଯାଞ୍ଚ କରିଥିଲା ପୋଲିସ ।

ହତ୍ୟା ପଛରେ ପୂର୍ବତନ ପ୍ରେମିକ

ତଦନ୍ତ ବେଳେ ଜଣାପଡ଼ିଥିଲା, ନେହାଙ୍କୁ ହତ୍ୟା ପଛରେ ତାଙ୍କ ପ୍ରେମିକ ସୁରଶ ଅଛନ୍ତି । ଉଭୟଙ୍କ ମଧ୍ୟରେ କିଛିମାସ ହେଲା ପ୍ରେମ ସମ୍ବନ୍ଧ ଥିଲା । ବିବାହ ପାଇଁ ନେହା, ସୁରେଶଙ୍କ ଉପରେ ଚାପ ପକାଉଥିଲେ ।

ଆଉ ଚାପରୁ ମୁକ୍ତି ପାଇଁ ସହଯୋଗୀ ଫରହାନ ସହ ମିଶି ନେହାଙ୍କୁ ବିଷ ଇଞ୍ଜେକ୍ସନ ଦେଇଥିଲା ସୁରେଶ । ଆଉ ସମସ୍ତଙ୍କ ନଜର ହଟାଇବା ପାଇଁ ମୃତଦେହ ନିକଟରେ ଜାଲ୍ ସୁଇସାଇଡ୍ ନୋଟ୍ ବି ରଖିଥିଲା । ପୋଲିସ ଉଭୟ ସୁରେଶ ଓ ଫରହାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored