Crime In Odisha / ମାମୁ ଘରେ ନାବାଳକଙ୍କ ସନ୍ଦିଗ୍ଧ ମୃତ୍ୟୁ; ଦାଣ୍ଡ ପଟେ ହତ୍ୟା ପରେ ବାରିରେ ଫିଙ୍ଗିଦେଲେ...
·7 months ago·2 min read

Key Points
ସକାଳେ ମାଆ ସହ କଥା ହେଲା । ଆଈ ହାତରୁ ବିସ୍କୁଟ୍ ଖାଇ ଦାଣ୍ଡକୁ ଖେଳିବାକୁ ଗଲା । ହେଲେ ଦ୍ଵି-ପ୍ରହରରେ ବାରି ପଟୁ ମିଳିଲା ନାବାଳକଙ୍କ ମୃତଦେହ ।
କବିସୂର୍ଯ୍ୟନଗର: ଅଜା ଘରକୁ ବୁଲିବାକୁ ଆସି ପଳାଇଲା ନାତିର ଜୀବନ । ସକାଳେ ମାଆ ସହ କଥା ହେଲା । ଆଈ ହାତରୁ ବିସ୍କୁଟ୍ ଖାଇ ଦାଣ୍ଡକୁ ଖେଳିବାକୁ ଗଲା । ହେଲେ ଦ୍ଵି-ପ୍ରହରରେ ବାରି ପଟୁ ମିଳିଲା ନାବାଳକଙ୍କ ମୃତଦେହ । ନାବାଳକଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ନାବାଳକଙ୍କ ଅଜା ଓ ମାଆ ।
ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସାମନ୍ତରାପୁର ଗାଁରେ । ଶେରଗଡ଼ ଖମାର ଗାଁର ଆଦିତ୍ୟ ୪ ଦିନ ତଳେ ଅଜା ଘରକୁ ବୁଲିବାକୁ ଆସିଥିଲା । ହେଲେ ବୁଧବାର ଅଜାଙ୍କ ପଡ଼ିଶା ଘର ବାରି ପଟ ପାଇଖାନା ନିକଟରୁ ଆଦିତ୍ୟର ମୃତଦେହ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ଏଥିସହ ପଢ଼ନ୍ତୁ: କଲେଜ କ୍ଲାସ୍ ବେଳେ ଭିଡିଓ କଲ୍, ପୁଣି ପ୍ରେମ ନିବେଦନ; ଗିରଫ ହେଲେ ପ୍ରିନ୍ସିପାଲ୍
ଆଦିତ୍ୟକୁ ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି ଅଜା । ସେ କହିଛନ୍ତି, "ସକାଳେ ଆଦିତ୍ୟ ଆଈ ହାତରୁ ବିସ୍କୁଟ୍, ମିକ୍ସଚର ଖାଇ ଗାଁ ଦାଣ୍ଡରେ ଖେଳୁଥିଲା । ଆଈ ବିଲକୁ ଯାଇଥିବା ବେଳେ ବାରି ପଟ ପାଇଖାନା ନିକଟରୁ ମୃତଦେହ ମିଳିଛି ।" ଆଦିତ୍ୟ ବେକରେ ଆଘାତ ଚିହ୍ନ ରହିଥିବାରୁ କେହି ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ କରିଛନ୍ତି ଅଜା ।
ଆଦିତ୍ୟ ମାଆ କହିଛନ୍ତି, 'ଦାଣ୍ଡରେ ପୁଅର ତଣ୍ଟି ଚିପି ବାରି ପଟେ ଫିଙ୍ଗି ଦେଇଛନ୍ତି ପଡ଼଼ିଶା ଘରର ଲୋକ ।' ତେବେ କିଏ ଓ କାହିଁକି ଆଦିତ୍ୟକୁ ହତ୍ୟା କଲା ସ୍ପଷ୍ଟ ହୋଇ ନାହିଁ । ମୃତଦେହ ଜବତ କରି କବିସୂର୍ଯ୍ୟନଗର ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି ।
ଏଥିସହ ପଢ଼ନ୍ତୁ: ମିଳିଲାନି ମହିଳାଙ୍କ କଟାମୁଣ୍ଡ; ମାଟିରେ ମୁଣ୍ଡର ପ୍ରତିକୃତି କରି ଆଦିବାସୀ ରୀତିନୀତିରେ କଲେ ଶବ ଦାହ
ଆଈ ବିସ୍କୁଟ୍ ଦେଇ ବିଲକୁ ଯିବା ପରେ ଗାଁ ଦାଣ୍ଡରେ ଖେଳୁଥିବା ଆଦିତ୍ୟ ହଠାତ୍ ନିଖୋଜ ହୋଇ ଯାଇଥିଲା । ଗ୍ରାମବାସୀ ଓ ପରିବାର ଲୋକ ଖୋଜାଖୋଜି କରିବା ପରେ ଘର ବାରିପଟୁ ଆଦିତ୍ୟକୁ ମୁର୍ମୂଷୁ ଅବସ୍ଥାରେ ପାଇ ପୋଲିସକୁ ଖବର ଦେଇଥିଲେ ।
ଆଦିତ୍ୟକୁ ଉଦ୍ଧାର କରି କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ମୃତ ଘୋଷଣା କରିଛନ୍ତି ଡାକ୍ତର । ତେବେ ଆଦିତ୍ୟଙ୍କ ତଣ୍ଟିରେ ଆଘାତ ଚିହ୍ନ ରହିଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଆଦିତ୍ୟଙ୍କୁ କିଏ, କାହିଁକି ହତ୍ୟା କଲା ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇ ପାରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories