Rape Of Minor / ଏ ପାପି ମଣିଷ, ନାମଯଜ୍ଞ ଦେଖିବାକୁ ଯାଇ ନାବାଳିକାକୁ ଦୁଷ୍କର୍ମ
·7 months ago·2 min read

Key Points
ନାମଯଜ୍ଞ ଦେଖିବାକୁ ଯାଇ ନାବାଳିକା ଦୁଷ୍କର୍ମର ଶିକାର
ପୋଲିସ ହେପାଜତରେ ଅଭିଯୁକ୍ତ
ପୋଲିସ ହେପାଜତରେ ଅଭିଯୁକ୍ତ
ଦେବଗଡ଼ ଥାନା ଅଞ୍ଚଳରେ ୫ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛି । ଗତକାଲି ରାତିରେ ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛି ନାବାଳିକା । ବାରକୋଟ ଥାନା ବାଲିରୋଇ ଗ୍ରାମର ଉଦିତ ପାତ୍ର ନିଶାସକ୍ତ ଅବସ୍ଥାରେ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟା ଚିତ୍କାର କରିବାରୁ ଦୁଷ୍କର୍ମକାରୀଙ୍କୁ ଗ୍ରାମବାସୀ କାବୁ କରି ନିର୍ଦ୍ଧୁମ ମାଡ ମାରିଛନ୍ତି। ଗ୍ରାମବାସୀଙ୍କ ମାଡରେ ଉଦିତଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।
ଘଟଣାସ୍ଥଳରୁ ଉଦ୍ଧାର କରି ଉଦିତଙ୍କୁ ଦେବଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଛି। ପୀଡ଼ିତାଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି।ଡାକ୍ତରଖାନାରେ ପୋଲିସ ହେପାଜତରେ ଅଭିଯୁକ୍ତ ରହିଛି। ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିଥିବାବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମକୁ ସୂଚନା ଦିଆଯାଇଛି । ଘଟଣା ବିଷୟରେ ଅଦାଲତଙ୍କୁ ଅବଗତ କରାଯାଇଛି। ଚିକିତ୍ସା ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ ମିଶ୍ର ସୂଚନା ଦେଇଛନ୍ତି। ବଦଳୁନାହିଁ ଲୋକଙ୍କ ଚିନ୍ତାଧାରା।
ଶେଷରେ ୫ ବର୍ଷର ନାବାଳିକାକୁ ବି ଛାଡୁନାହାନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଘଟଣାମାନ ସାମ୍ନାକୁ ଆସୁଥିବାବେଳେ ପିଲାମାନଙ୍କୁ ବାହାରକୁ ଛାଡିବାକୁ ବି ଡରୁଛନ୍ତି ପରିବାର ଲୋକେ। କେତେବେଳେ ଅପହରଣ କରିନେଉଛନ୍ତି ତ ପୁଣି କେଉଁଠି ଘରେ ପଶି ଏଭଳି କାଣ୍ଡ ଭିଆଉଛନ୍ତି। ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଯାହା ଦ୍ୱାରା ଭୟଭୀତ ହୋଇ ଆଗାମୀ ଦିନରେ ଏହି କାର୍ଯ୍ୟ କରିବାକୁ ଡରିବେ।
ଏଥିସହ ପଢ଼ନ୍ତୁ: ୫୦୦ ଟଙ୍କା ପାଇଁ ବିଭତ୍ସ ହତ୍ୟା, ଦେଖା କରିବାକୁ ଡାକି ଛାତ୍ରଙ୍କ ତଣ୍ଠି କାଟିଦେଲେ ସାର୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫରିଦାବାଦର ଏକ ହୋଟେଲରେ ୧୭ ବର୍ଷୀୟା ଜାତୀୟ ସ୍ତରୀୟ ମହିଳା ସୁଟରଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ହରିୟାଣା ପୋଲିସ ଜାତୀୟ ସୁଟିଂ ପ୍ରଶିକ୍ଷକ ଅଙ୍କୁଶ ଭରଦ୍ୱାଜଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଆଥଲେଟଙ୍କ ପରିବାର ପକ୍ଷରୁ ଦାଖଲ କରାଯାଇଥିବା ଏକ ବିସ୍ତୃତ ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଲା । ମଙ୍ଗଳବାର ଏକ ଏଫଆଇଆର ରୁଜୁ ହୋଇଛି ଏବଂ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିବା ଏବଂ ସିସିଟିଭି ଫୁଟେଜ୍ ସୁରକ୍ଷିତ କରିବା ପାଇଁ ପ୍ରୟାସ କରିବା ସହିତ ତଦନ୍ତ ଚାଲିଛି।
ଅଧିକ ପଢ଼ନ୍ତୁ ଅପରାଧ ଖବର:
ଅଧିକ ପଢ଼ନ୍ତୁ ଅପରାଧ ଖବର:
Related Topics
Explore more stories