ପ୍ରେମ ନିବେଦନ ମାନିଲେନି ନାବାଳିକା, ମରଣାନ୍ତକ ଆକ୍ରମଣ କଲେ ଯୁବକ
·11 months ago·1 min read

Key Points
ଏକତରଫା ପ୍ରେମ ମାନିଲେନି ନାବାଳିକା
ମରଣାନ୍ତକ ଆକ୍ରମଣ କଲେ ଯୁବକ
ମୁଣ୍ଡ ,ବେକ,ଓ ବିଭିନ୍ନ ସ୍ଥାନରେ ଲାଗିଛି ଭୀଷଣ ଆଘାତ
ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିଲେ ଯୁବକ । ହେଲେ ନାବାଳିକା ଜଣକ ନମାନିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏମିତି ଘଟଣା ଘଟିଛି କଟକ ଜଗତପୁର ଥାନା ଅଂଚଳରେ। ନାବାଳିକା ଜଣଙ୍କ କଲେଜ୍ ରେ ସାଙ୍ଗ ମାନଙ୍କ ସହ ଯାଉଥିବା ବେଳେ ମଳୟ ସାମଲ ନାମକ ଜଣେ ଯୁବକ ଉକ୍ତ ନାବାଳିକାଙ୍କ ଚୁଟି ଘୋଷାଡି ଆଣିବା ସହ ଇଟା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲା।
ପୂର୍ବରୁ ଉକ୍ତ ଯୁବକ ଜଣଙ୍କ ନାବାଳିକାଙ୍କ ନମ୍ବର୍ ସଂଗ୍ରହ କରି ବାରମ୍ବାର ଫୋନ୍ ଯୋଗେ ପ୍ରେମ ନିବେଦନ କରିଥିଲେ ସୁଦ୍ଧା ନାବାଳିକା ଜଣଙ୍କ ବାରମ୍ବାର ପ୍ରତ୍ୟାଖ୍ୟାନ କରି ଆସୁଥିଲେ। ଶେଷରେ ପ୍ରେମ ନିବେଦନ କରି ବିଫଳ ହେବାରୁ ଆଜି ରକ୍ତମୁଖା ହୋଇ ଆକ୍ରମଣ କରିଥିବା ନେଇ ନାବାଳିକାଙ୍କ ବାପା ଜଗତପୁର ଥାନାରେ ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ମୁଣ୍ଡ ,ବେକ,ଓ ବିଭିନ୍ନ ସ୍ଥାନରେ ଭୀଷଣ ଆଘାତ ହୋଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: