Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

ଚୋରି କରିବାକୁ ଘରେ ପଶି ସୈଫ ଅଲ୍ଲୀ ଖାନଙ୍କୁ ଛୁରି ଭୁସିଲା ଦୁର୍ବୃତ୍ତ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଚୋରି କରିବାକୁ ଘରେ ପଶି ସୈଫ ଅଲ୍ଲୀ ଖାନଙ୍କୁ ଛୁରି ଭୁସିଲା ଦୁର୍ବୃତ୍ତ

Key Points

ସୈଫ ଅଲ୍ଲୀ ଖାନଙ୍କୁ ହତ୍ୟା ଉଦ୍ୟମ

ଘରେ ପଶି ଛୁରାମାଡ଼ କଲେ ଦୁର୍ବୃତ୍ତ 

ଲୀଳାବତି ହସ୍ପିଟାଲରେ ସୈଫ ଅଲ୍ଲୀ ଖାନ ଭର୍ତ୍ତି

ଅର୍ଗସ ବ୍ୟୁରୋ: ବଲିଉଡ୍‌ରୁ ଆସୁଛି ବଡ଼ ଖବର । ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ହତ୍ୟା ଉଦ୍ୟମ ହୋଇଛି । ସୈଫଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ଛୁରି ଭୁସି ହତ୍ୟା ଉଦ୍ୟମ କରିଛି ଦୁର୍ବୃତ୍ତ । ମିଳିଥିବା ସୂଚନା ଅନୁସାରେ, ରାତି ପ୍ରାୟ ୨ଟା ସମୟରେ ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ହୋଇଛି । ୨ରୁ ୩ ଥର ଛୁରାମାଡ଼ ହୋଇଥିବା କୁହାଯାଉଛି ।


ଏବେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କିଏ ଓ କେଉଁ କାରଣରୁ ସୈଫ ଅଲ୍ଲୀ ଖାନଙ୍କୁ ଛୁରି ଭୁସିଲା ତାର ଛାନଭିନ୍ କରୁଛି ପୋଲିସ । କୁହାଯାଉଛି ଛୁରାମାଡ଼ ସମୟରେ ସୈଫ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଘରେ ଶୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୋଲିସ ଅନୁସାରେ, ଛୁରାମାଡ଼ କରିଥିବା ଦୁର୍ବୃତ୍ତ ଚୋରି କରିବାକୁ ଆସିଥିଲା । ଘରର ସଦସ୍ୟ ଉଠିଯିବାରୁ ସେ ଖସି ପଳାଇଛି । ପୋଲିସ ମାମଲା ରୁଜୁ କରି ଦୁର୍ବୃତ୍ତଙ୍କୁ ଧରିବା ଲାଗି ଏକାଧିକ ଟିମ୍ ଗଠନ କରିଛି । ପୋଲିସ ମୁମ୍ବାଇ କ୍ରାଇମବ୍ରାଞ୍ଚ ମଧ୍ୟ ସମାନ୍ତରାଳ ଭାବେ ତଦନ୍ତ ଆରମ୍ଭ କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Sponsored
Miscreants Stabbed Actor Saif Ali Khan When Sleeping In Bandra House | Argus News