ଅତ୍ୟଧିକ ରାଗିଯାଇ ବାପାକୁ ଜୀଅନ୍ତା ଜାଳିଦେଲେ ମା-ପୁଅ..!

Key Points
ମୃତଦେହକୁ ଜବତ କରିବା ସହ ସାଇଣ୍ଟିଫିକ ଟିମ୍ ମାଧ୍ୟମରେ ତଦନ୍ତ କରିଥିଲା ପୋଲିସ ।
ମାଆ ପୁଅଙ୍କୁ ନେଇ ପୋଲିସ ସିନ୍ ରିକ୍ରିଏସନ କରିଛି ।
ଗିରଫ କରି କୋର୍ଟ ଚାଲାଣ କରାଯିଛି ।
ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଘଟଣା । ସାମ୍ନାକୁ ଆସିଛି ଘଟଣା ପଛର ରହସ୍ୟ । ହତ୍ୟା ପଛରେ ପରକ୍ରିୟା ପ୍ରୀତି ହିଁ ମୁଖ୍ୟ କାରଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣକ ହେଲେ ଶିଶିର । ତାଙ୍କୁ ତାଙ୍କ ସ୍ତ୍ରୀ ଓ ପୁଅ ମିଶି ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଛି । ଉଭୟଙ୍କୁ ପୋଲିସ ଗିରଫ କରିବା ସହ ପଚରାଉଚରା କରିଛି । ତାପରେ ସେମାନଙ୍କୁ କୋର୍ଟ ଚାଲାଣ କରି ଜେଲ ପଠାଇଦେଇଛି ।
ଏହି ଜଘନ୍ୟ କାଣ୍ଡ ନୟାଗଡ଼ ଜିଲ୍ଲାରେ ଘଟିଛି । ଗତ ଶୁକ୍ରବାର ନୟାଗଡ଼ ଜିଲ୍ଲା ପଞ୍ଚିଡ଼ା ରେଞ୍ଜର ଫରେଷ୍ଟର ଶିଶିର ସାହୁ ଅଫିସ୍ କାମ ସାରି ରାତିରେ ଘରକୁ ଫେରିଥିଲେ । ରାତିରେ ଶିଶିରଙ୍କ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ନମିତା ସାହୁ ଓ ପୁଅ ଅଭିଷେକ ରଣସିଂଙ୍କ ସହିତ ତାଙ୍କର ଜୋରଦାର ଝଗଡ଼ା ହୋଇଥିଲା । ସେଥିରେ ସ୍ତ୍ରୀ ଓ ପୁଅ ଖୁବ୍ ରାଗିଯାଇଥିଲେ । ଆଉ ରାଗିଯାଇ ନିଜର ହିତାହିତ ଜ୍ଞାନ ଭୁଲିଯାଇଥିଲେ । ଘରେ ଥିବା ପେଟ୍ରୋଲ ଆଣି ଶିଶିରଙ୍କ ଉପରେ ଢାଳି, ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି ।
ଖବର ପାଇ ଟାଉନ୍ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସାଇଣ୍ଟିଫିକ ଟିମ୍ ମାଧ୍ୟମରେ ତଦନ୍ତ କରିଥିଲେ । ଆଜି ମାଆ ପୁଅଙ୍କୁ ନେଇ ପୋଲିସ ସିନ୍ ରିକ୍ରିଏସନ କରିବା ସହ ଗିରଫ କରି କୋର୍ଟ ଚାଲାଣ କରାଯିଛି । ଏନେଇ ଏସ୍ପି ସୂଚନା ଦେଇଛନ୍ତି ।