Videos
|
Crime

Crime News / ମା'ର କୋଳରୁ ଛୁଆକୁ ଛଡ଼ାଇ ଆଣି ତଳେ କଚାଡ଼ି କଚାଡ଼ି ମାରିଲା ପିଶାଚ ରୂପି ମଣିଷ

Rashmita Mishra
Browse all articles by Rashmita Mishra
·2 months ago·2 min read
ମା'ର କୋଳରୁ ଛୁଆକୁ ଛଡ଼ାଇ ଆଣି ତଳେ କଚାଡ଼ି କଚାଡ଼ି ମାରିଲା ପିଶାଚ ରୂପି ମଣିଷ
Crime News

Key Points

ମା'ର କୋଳରୁ ଛୁଆକୁ ଛଡ଼ାଇ ଆଣି ତଳେ କଚାଡ଼ି କଚାଡ଼ି ମାରିଲା...
ଦେଢ଼ ବର୍ଷର କୁନି ଛୁଆକୁ ୧୦ ଥର କଚାଡ଼ିଲା ପିଶାଚ ରୂପି ମଣିଷ ।
ଖୋଜି ଖୋଜି ପୋଲିସ୍‌ କରିଲା ଏନ୍‌କାଉଣ୍ଟର ।

ମା'ର କୋଳରୁ ଛୁଆକୁ ଛଡ଼ାଇ ଆଣି ତଳେ କଚାଡ଼ି କଚାଡ଼ି ମାରିଲା... ଦେଢ଼ ବର୍ଷର କୁନି ଛୁଆକୁ ୧୦ ଥର କଚାଡ଼ିଲା ପିଶାଚ ରୂପି ମଣିଷ । ଖୋଜି ଖୋଜି ପୋଲିସ୍‌ କରିଲା ଏନ୍‌କାଉଣ୍ଟର । ମାର କୋଳରୁ ପୁଅକୁ ଛଡ଼ାଇ ଆଣିଲା । ରାସ୍ତା ଉପରେ ଧାନ ବିଧା କଚାଡ଼ିଲା ଭଳି କଚାଡ଼ି କାଚାଡ଼ି ମାରିଦେଲା ।

ଯେମିତି କଂସ କାରାଗୃହରେ ବନ୍ଦୀ ଥିବା ଦେବକିଙ୍କ କୋଳରୁ ନବ ଜନ୍ମିତ ସନ୍ତାନଙ୍କୁ ଛଡ଼ାଇ ଆଣି କାଚାଡ଼ି ମାରିଥିଲା । ଠିକ୍‌ ସେମିତି ଏହି ପିଶାଚ ବି ମାର କୋଳରୁ ଦେଢ଼ ବର୍ଷର ଛୁଆକୁ ଛଡ଼ାଇ ଆଣି ରାସ୍ତାରେ ପିଟି ପିଟି ମାରିଦେଲା । ସେ ଦୃଶ୍ୟକୁ ଦେଖିଲେ ଲୋମ ଟାଙ୍କୁରି ହୋଇଯିବ ଦେହ ଭିତରେ ରକ୍ତ ଗରମ ହୋଇଯିବ । ଏମିତି କେମିତି ଜଣେ ଏତେ ନୃସଂଶ ହୋଇପାରେ ? କେମିତି ନିରୀହ ଛୁଆଟିକୁ ପିଟି ପିଟି ରାସ୍ତା ଉପରେ ମାରି ଦେଇପାରେ ? ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସିକୋହାବାଦରେ ।

ପିଶାଚ ପିଶାଚ ଜିତେନ୍ଦ୍ର ପାଠକ । ଯିଏ ଏଇ କୁନି ଛୁଆଟିକୁ ପିଟି ପିଟି ମାରି ଦେଇଛି । ମା' କୋଳରୁ ଛୁଆଟିକୁ ଛଡ଼ାଇ ଆଣିଥିଲା ଏହି ପିଶାଚ । ଦିନ ଦ୍ବିପ୍ରହରରେ ରାସ୍ତା ଉପରେ କଂସ କଚାଡ଼ିଲା ଭଳି କଚାଡ଼ି କଚାଡ଼ି ମାରିଦେଇଥିଲା । ଯଦି ଦେଖିବା ମହିଳା ଜଣକ ତାଙ୍କ ଶାଶୁଘରୁ ନିର୍ଯ୍ୟାତନା ପାଇ ଆସି ଅନ୍ୟତ୍ର ରହୁଥିଲେ ।

ଏଥିସହ ପଢ଼ନ୍ତୁ: ବାରରେ ଜୋରଦାର ଝଗଡ଼ା…ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ନେଇଗଲା ଜଣେ ଝିଅର ଜୀବନ

ଯେଉଁଠାରେ ମହିଳାଙ୍କ ସ୍ବାମୀଙ୍କ ସାଙ୍ଗ ଆସି ସବୁବେଳେ ଦେଖାସାକ୍ଷାତ କରନ୍ତି । ଆଉ ଏମିତି ଦେଖାସାକ୍ଷାତରୁ ମହିଳାଙ୍କୁ ବିବାହର ପ୍ରସ୍ତାବ ଦେଇଥିଲା ଅଭିଯୁକ୍ତ ଜିତେନ୍ଦ୍ର । କିନ୍ତୁ ମହିଳା ଜଣକ କହିଥିଲେ କି ମୋର ଦେଢ଼ ବର୍ଷର ଛୁଆ ଅଛି ମୁଁ ତୁମକୁ ବିବାହ କରିପାରିବି ନାହିଁ । ଏକଥା ଶୁଣିଲା ପରେ ବାହାନା କରି ଛୁଆକୁ ସାଙ୍ଗରେ ନେଇ ଆସିଲା ଏହି ପିଶାଚ। ଆଉ ରାସ୍ତା ଉପରେ କଚାଡ଼ି କାଚାଡ଼ି ମାରିଦେଲା ।

ଅଭିଯୁକ୍ତ ଜିତେନ୍ଦ୍ର ପାଠକ ବଦାୟୁଁ ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ପୋଲିସ ଭୟରେ ଆହ୍ ଗଢ଼ା ବାର୍ଥରା ରୋଡ୍ ନିକଟସ୍ଥ ବୁଦା ମୂଳେ ଲୁଚି ରହିଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଟିମ୍ ସେହି ସ୍ଥାନରେ ଚଢ଼ାଉ କରିଥିଲା । କିନ୍ତୁ ନିଜକୁ ପୋଲିସ ସାମ୍ନାରେ ଦେଖି ଅଭିଯୁକ୍ତ ଜିତେନ୍ଦ୍ର ପୋଲିସ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲା ।

ପୋଲିସ ମଧ୍ୟ ଆତ୍ମରକ୍ଷାରେ ଜବାବୀ ଗୁଳି ବର୍ଷଣ କରିଥିଲା। ଯେଉଁଥିରେ ଜିତେନ୍ଦ୍ରର ଦୁଇଟି ଯାକ ଗୋଡ଼ରେ ଗୁଳି ବାଜିଥିଲା। ଜେରା ବେଳେ ସବୁ ସତ ମାନିଛି ଅଭିଯୁକ୍ତ। କହିଛି କି ମହିଳା ଜଣକ ତାଙ୍କ ପ୍ରମକୁ ପ୍ରତ୍ୟାହାର କରିବାରୁ ସେ ଏମିତି କରିଛନ୍ତି ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Crime News | Mother’s Nightmare: Infant Snatched from Her Arms and Killed in Shocking Incident | Argus News