Videos
|
Crime

ଦିବ୍ୟାଙ୍ଗ ପୁଅକୁ ଧରି ଡେଇଁ ପଡିଲେ ମାଆ, ଛାଡିଗଲେ ସୁଇସାଇଡ ନୋଟ୍

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
ଦିବ୍ୟାଙ୍ଗ ପୁଅକୁ ଧରି ଡେଇଁ ପଡିଲେ ମାଆ, ଛାଡିଗଲେ ସୁଇସାଇଡ ନୋଟ୍

Key Points

୩୭ ବର୍ଷୀୟ ମହିଳା ସାକ୍ଷୀ ଚାୱଲା ନିଜର ସ୍ଵାମୀ ଦର୍ପନ ଚାୱଲା ଏବଂ ପୁଅ ସହ ଗ୍ରେଟର ନୋଏଡାରେ ରୁହନ୍ତି । ଦର୍ପନ ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟ ଅଟନ୍ତି । ତେବେ ତାଙ୍କର ୧୧ ବର୍ଷରୁ ପୁଅ ଜନ୍ମରୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ପୀଡିତ ଥିଲେ ଏବଂ ଏଥିପାଇଁ ସେ ଚିକିତ୍ସିତ ମଧ୍ୟ ହେଉଥିଲେ ।

ନିଜର ଦିବ୍ୟାଙ୍ଗ ପୁଅକୁ ଧରି ୧୩ ମହଲାରୁ ତଳକୁ ଡେଇଁ ପଡିଲେ ମହିଳା । ଛାଡି ଦେଇଗଲେ ସୁଇସାଇଡ ନୋଟ୍ । ମାନସିକ ଅସୁସ୍ଥ ଥିବା ୧୧ ବର୍ଷର ପୁଅ ଧରି ସେ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଗ୍ରେଟର ନୋଏଡାର ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

୩୭ ବର୍ଷୀୟ ମହିଳା ସାକ୍ଷୀ ଚାୱଲା ନିଜର ସ୍ଵାମୀ ଦର୍ପନ ଚାୱଲା ଏବଂ ପୁଅ ସହ ଗ୍ରେଟର ନୋଏଡାରେ ରୁହନ୍ତି । ଦର୍ପନ ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟ ଅଟନ୍ତି । ତେବେ ତାଙ୍କର ୧୧ ବର୍ଷରୁ ପୁଅ ଜନ୍ମରୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ପୀଡିତ ଥିଲେ ଏବଂ ଏଥିପାଇଁ ସେ ଚିକିତ୍ସିତ ମଧ୍ୟ ହେଉଥିଲେ । ଯାହାକୁ ନେଇ ସାକ୍ଷୀ ଅନେକ ସମୟ ଚାପଗ୍ରସ୍ତ ରହୁଥିଲେ ।


ଏଥିସହ ପଢ଼ନ୍ତୁ: ପୋଷାକ ସିଲେଇ କରିବା ପାଇଁ ୧୩ ମହଲାକୁ ପୁଅକୁ ନେଇ ଯାଇଥିଲା ମାଆ, ଆଉ ୧୨ ସେକେଣ୍ଡ ପରେ..

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଯେଉଁଦିନ ସାକ୍ଷୀ ଏବଂ ତାଙ୍କ ପୁଅ ୧୩ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ, ସେହିନ ସେ ଘରେ ଥିଲେ ଏବଂ ଅନ୍ୟ ଏକ ରୁମରେ ଥିଲେ । ସେ ପୋଲିସକୁ କହିଛନ୍ତି ଯେ ସେ ଅନ୍ୟ ଏକ କୋଠରୀରେ ଥିଲେ ଏବଂ ହଠାତ ତାଙ୍କୁ ଏକ ଚିତ୍କାର ଶୁଭିଥିଲା । ସେ ବାଲକୋନିରେ ପହଞ୍ଚି ଦେଖିଥିଲେ ତାଙ୍କ ସ୍ତ୍ରୀ ଏବଂ ପୁଅ ତଳେ ପଡିଛନ୍ତି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପରେ ସେମାନେ ସାକ୍ଷୀଙ୍କ ଦ୍ଵାରା ଲେଖାଯାଇଥିବା ଏକ ସୁଇସାଇଡ ନୋଟ ଛାଡି ଯାଇଛନ୍ତି । ତାଙ୍କ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଚିଠିରେ ସାକ୍ଷୀ ଚାୱଲା ଲେଖିଛନ୍ତି, " ଆମେ ଦୁଃଖିତ , ଆମେ ଏହି ଦୁନିଆ ଛାଡି ଚାଲିଯାଉଛୁ । ଆମେ ତୁମକୁ ଆଉ କଷ୍ଟ ଦେବାକୁ ଚାହୁଁନାହୁଁ। ଆମ ଯୋଗୁଁ ତୁମର ଜୀବନ ନଷ୍ଟ ନହେଉ । ଆମ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି।"

ତେବେ ମହିଳା ଜଣକ ନିଜ ପୁଅର ସ୍ଵାସ୍ଥ୍ୟ ପାଇଁ ଅନେକ ଦିନ ହେବ ମାନସିକ ଚିନ୍ତାଗ୍ରସ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବର୍ତ୍ତମାନ ପୋଲିସ ଘଟଣାକୁ ଗୁରୁତ୍ଵର ସହ ନେବା ସହ ତଦନ୍ତ ଆରମ୍ଭ କରିଛି ।