Videos
|
Crime

ହତ୍ୟା ପରେ ସ୍ଵାମୀକୁ କୂଅରେ ଫିଙ୍ଗିଦେଲା ତୃତୀୟ ସ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ହତ୍ୟା ପରେ ସ୍ଵାମୀକୁ କୂଅରେ ଫିଙ୍ଗିଦେଲା ତୃତୀୟ ସ୍ତ୍ରୀ

Key Points

ଶାଢ଼ୀରେ ବନ୍ଧା ହୋଇଥିଲା ବେକ । ଦେହ ସାରା ଗୁଡ଼ାଇ ଦିଆଯାଇଥିଲା କମ୍ବଳ । ଆଉ କୂଅରେ ଭାସୁଥିଲା ମରଶରୀର ।

ଭୋପାଳ: ଦଉଡ଼ିରେ ବନ୍ଧା ହୋଇଥିଲା ଶରୀର । ଶାଢ଼ୀରେ ବନ୍ଧା ହୋଇଥିଲା ବେକ । ଦେହ ସାରା ଗୁଡ଼ାଇ ଦିଆଯାଇଥିଲା କମ୍ବଳ । ଆଉ କୂଅରେ ଭାସୁଥିଲା ମରଶରୀର । ମୃତଦେହ ଦେଖି ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ଆଉ ମୃତଦେହ ଉଦ୍ଧାର ପରେ ଯେଉଁ ଷଡ଼ଯନ୍ତ୍ରର ଗୁମର ଖୋଲିଲା, ତାହା ସମସ୍ତଙ୍କୁ ଚକିତ କରିଦେଲା ।


ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି, ମଧ୍ୟପ୍ରଦେଶରେ । ହତ୍ୟା ପରେ ୬୦ ବର୍ଷର ବ୍ୟକ୍ତିଙ୍କୁ କମ୍ବଳରେ ଗୁଡ଼ାଇ କୂଅକୁ ଫିଙ୍ଗି ଦିଆଯାଇଛି । ମୃତକ ଭାୟାଲାଲ ରଜକ, ସେ ତିନିଥର ବିବାହ କରିଥିବା ଜଣାପଡ଼ିଛି । ଭାୟାଲାଲଙ୍କ ପ୍ରଥମ ପତ୍ନୀ ତାଙ୍କୁ ଛାଡ଼ି ପଳାଇଥିବା ବେଳେ ପିଲାଛୁଆ ନ ହେବାରୁ ଗୁଡ୍ଡି ବାଇଙ୍କୁ ଦ୍ଵିତୀୟ ବିବାହ ବିଫଳ ହୋଇଥିଲା ।


ଆଉ ଏହା ପରେ ତୃତୀୟ ବିବାହ କରିଥିଲେ ଭାୟାଲାଲ । ଦ୍ଵିତୀୟ ପତ୍ନୀ ଗୁଡ୍ଡି ବାଇଙ୍କ ସାନ ଭଉଣୀ ମୁନି ଓରଫ ବିମଳା ରଜକକଙ୍କୁ ଭାୟାଲାଲ ତୃତୀୟ ବିବାହ କରିଥିଲେ । ଆଉ ବିବାହ ପରେ ମୁନି ପରକୀୟା ପ୍ରୀତିରେ ଲିପ୍ତ ଥିଲେ ଲାଲୁ କୁଶୱାହାଙ୍କ ସହ । ଲାଲୁ ହେଉଛନ୍ତି ଜଣେ ଜମି ବେପାରୀ, ଯିଏକି ପୈତୃକ ଜମିର ଡିଲ୍ ପାଇଁ ବାରମ୍ବାର ତାଙ୍କ ଘରକୁ ଆସୁଥିଲେ ।


ଲାଲୁଙ୍କ ପ୍ରେମରେ ମୁନି ପଡ଼ିବା ପରେ ସ୍ଵାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ଲଟ୍ ତିଆରି କରିଥିଲା । ଆଉ ଘରେ ଭାୟାଲାଲ ଏକାକୀ ଶୋଇଥିବା ବେଳେ ଲାଲୁ ତାର ସହଯୋଗୀ ସହ ଆସିଥିଲା । ଭାୟାଲାଲଙ୍କ ମୁଣ୍ଡକୁ ରଡ୍‌ରେ ପିଟି ହତ୍ୟା ପରେ କମ୍ବଳରେ ଗୁଡ଼ାଇ ଦେଇଥିଲା । ଦଉଡ଼ି ଓ ଶାଢ଼ୀରେ ବାନ୍ଧି କୂଅକୁ ଫିଙ୍ଗି ଦେଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଉ କୂଅରେ ମରଶରୀର ଭାସୁଥିବା ଦେଖିଥିଲେ ଦ୍ଵିତୀୟ ସ୍ତ୍ରୀ । ଆଉ ପୋଲିସକୁ ଖବର ଦେବା ପରେ କଅରୁ ଉଦ୍ଧାର ହୋଇଥିଲା ମରଶରୀର । ପୋଲିସ ଛାନଭିନ୍ ପରେ ମାମଲାରେ ତୃତୀୟ ସ୍ତ୍ରୀ ମୁନି ସହ ପ୍ରେମିକ ଲାଲୁ ଏବଂ ସହଯୋଗୀ ଧିରଜକୁ ଗିରଫ କରିଛି ।