Crime in India / 'ମତେ ସାପ କାମୁଡିଲା, ଟ୍ୟାକ୍ସି ଅଟକାଅ', ଆଉ ତାପରେ ଜୀବନ ହାରିଦେଲେ ବ୍ୟବସାୟୀ

Key Points
"ମତେ ସାପ କାମୁଡିଦେଲା । ଜଲଦି ଟ୍ୟାକ୍ସି ଅଟକାଇଦିଅ ।" ଏହି ସମୟରେ ଟ୍ୟାକ୍ସି ଚାଳକ ଭୟଭୀତ ହୋଇ ଟ୍ୟାକ୍ସିକୁ ଅଟକାଇ ଦେଇଥିଲେ । ଆଉ ଏହା ପରେ ପରେ ଟ୍ୟାକ୍ସି ଖୋଲି ସମୁଦ୍ରକୁ ହଠାତ କରି ଡେଇଁ ପଡିଥିଲେ ଅମିତ ।
ହଠାତ ଅଟକାଇ ଦେଲେ ଟ୍ୟାକ୍ସି । ଆଉ ତାପରେ ଟ୍ୟାକ୍ସିରୁ ବାହାରି ହଠାତ ସମୁଦ୍ରକୁ ଡେଇଁ ପଡିଲେ । ଇମିଟେସନ ଜୁଏଲାରୀ ବ୍ୟବସାୟୀ ଅମିତ ଚୋପ୍ରା ସମୁଦ୍ରକୁ ଡେଇଁ ପ୍ରାଣ ହରାଇଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଅମିତ ଚୋପ୍ରା ତାଙ୍କ ଅନ୍ଧେରୀ ବାସଭବନରୁ କ୍ୟାବ୍ ଭଡା ନେଇଥିଲେ । ରାତି ୧ଟା ପାଖାପାଖି ସେ ମୁମ୍ବାଇର ବାନ୍ଦ୍ରା ଓର୍ଲି ସି ଲିଙ୍କ୍ରେ ପହଞ୍ଚିବା ବେଳେ ହଠାତ ଟ୍ୟାକ୍ସି ଭିତରୁ ଚିତ୍କାର କରି କହିଥିଲେ, "ମତେ ସାପ କାମୁଡିଦେଲା । ଜଲଦି ଟ୍ୟାକ୍ସି ଅଟକାଇଦିଅ ।" ଏହି ସମୟରେ ଟ୍ୟାକ୍ସି ଚାଳକ ଭୟଭୀତ ହୋଇ ଟ୍ୟାକ୍ସିକୁ ଅଟକାଇ ଦେଇଥିଲେ । ଆଉ ଏହା ପରେ ପରେ ଟ୍ୟାକ୍ସି ଖୋଲି ସମୁଦ୍ରକୁ ହଠାତ କରି ଡେଇଁ ପଡିଥିଲେ ଅମିତ । ସାଙ୍ଗେସାଙ୍ଗେ ଟ୍ୟାକ୍ସି ଚାଳକ ପୋଲିସକୁ ସୂଚନା ଦେଇଥିଲେ । ଯାହାକୁ ନେଇ ସାଙ୍ଗେସାଙ୍ଗେ ସନ୍ଧାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଚୋପ୍ରା ତାଙ୍କ ସ୍ଲିଙ୍ଗ ବ୍ୟାଗ୍ ଏବଂ ମୋବାଇଲ୍ ଫୋନ୍ କ୍ୟାବ୍ ଭିତରେ ଛାଡି ଦେଇଥିଲେ। ବାନ୍ଦ୍ରା ପୋଲିସ କହିଥିଲେ , " ବ୍ୟାଗରେ କିଛି କାଗଜପତ୍ର ଏବଂ ତାଙ୍କର ପରିଚୟପତ୍ର ଥିଲା, ଯାହା ତାଙ୍କ ପରିବାର ସହିତ ଯୋଗାଯୋଗ କରିବାରେ ସକ୍ଷମ କରିଥିଲା। ସେ କାହିଁକି ଏହି ଚରମ ପଦକ୍ଷେପ ନେଲେ ତାହାର ସୁରାକ ଖୋଜିବା ପାଇଁ ଫୋନଟିକୁ ଫୋରେନସିକ୍ ଲାବୋରେଟୋରୀକୁ ପଠାଯିବ।"
ତେବେ ଏହାକୁ ନେଇ ଚୋପ୍ରାଙ୍କର ସ୍ତ୍ରୀ କହିଛନ୍ତି, " ସେ ସାଧାରଣତଃ ରାତିରେ ଘରୁ ବାହାରି କିଛି ସମୟ ପରେ ଫେରି ଆସୁଥିଲେ। କିନ୍ତୁ, ଏଥର ସେ ଆଉ ଫେରି ନଥିଲେ ଏବଂ ତାଙ୍କ ଫୋନ୍ ବନ୍ଦ ଥିଲା।
ଚୋପ୍ରାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅ ଅଛନ୍ତି। ତାଙ୍କ ଭାଇ ସମାନ ବ୍ୟବସାୟ କରନ୍ତି। ତାଙ୍କର ପରିବାର ଲୋକେ କହିଛନ୍ତି ଯେ , ତାଙ୍କ ଉପରେ କୌଣସି ଋଣ ନାହିଁ କିନ୍ତୁ ସେ ଡିପ୍ରେସନରେ ଥିଲେ କି ନାହିଁ ତାହା ସେମାନେ ଜାଣି ନଥିଲେ " । ତେବେ ଏହି ଘଟଣାର ପ୍ରାଥମିକ ତଦନ୍ତରେ ପୋଲିସକୁ କୌଣସି ସୁଇସାଇଡ ନୋଟ ମିଳିନଥିଲା । ତେବେ ପୋଲିସ କହିଥିଲେ, ଘଟଣାର ସିସିଟିଭି ଫଟେଜ ଯାଞ୍ଚ କରିବା ସହ ପରିବାରକୁ ପଚରାଉଚରା କରିବା ପରେ ସମ୍ପୂର୍ଣ୍ଣ ସତ ପଦାକୁ ଆସିବ ।
📱 Get Argus News App
✨Related Topics
Explore more stories