|
logo
Live
Argus News App
GET APP

Argus News - ଭାରତର ବଡ଼ ଠକେଇ: ବ୍ୟବସାୟୀଙ୍କୁ ଅନଲାଇନ୍ ଗିରଫ କରି ୧୮ ଆକାଉଣ୍ଟରେ ୫୮ କୋଟି ଲୁଟ୍

Crime

Digital Arrest / ଭାରତର ବଡ଼ ଠକେଇ: ବ୍ୟବସାୟୀଙ୍କୁ ଅନଲାଇନ୍ ଗିରଫ କରି ୧୮ ଆକାଉଣ୍ଟରେ ୫୮ କୋଟି ଲୁଟ୍

Sushanta Sahoo
Browse all articles by Sushanta Sahoo
·5 months ago·3 min read
ଭାରତର ବଡ଼ ଠକେଇ: ବ୍ୟବସାୟୀଙ୍କୁ ଅନଲାଇନ୍ ଗିରଫ କରି ୧୮ ଆକାଉଣ୍ଟରେ ୫୮ କୋଟି ଲୁଟ୍

Key Points

ମୁମ୍ବାଇର ବ୍ୟବସାୟୀ ଦମ୍ପତିଙ୍କୁ ଡିଜିଟାଲ୍ ଆରେଷ୍ଟ କରି ସାଇବର ଠକ ଉଠାଇ ନେଇଛନ୍ତି ୫୮ କୋଟି । ଭାରତରେ ଏହା ଏ ପର୍ଯ୍ୟନ୍ତ ସବୁଠୁ ବଡ଼ ସାଇବର ଠକେଇ ବୋଲି କୁହାଯାଉଛି ।

ମୁମ୍ବାଇ: ED, CBIର ବଡ଼ ଅଧିକାରୀ ପରିଚୟ । ମନି ଲଣ୍ଡରିଂ ମାମଲାରେ ଗିରଫ ଭୟ । ଏଭଳି ମିଛ ଭୟ ଦେଖାଇ ସାଇବର ଠକ ବଡ଼ ଧରଣର ଲୁଟ୍ କରିଛନ୍ତି । ମୁମ୍ବାଇର ବ୍ୟବସାୟୀ ଦମ୍ପତିଙ୍କୁ ଡିଜିଟାଲ୍ ଆରେଷ୍ଟ କରି ସାଇବର ଠକ ଉଠାଇ ନେଇଛନ୍ତି ୫୮ କୋଟି । ଭାରତରେ ଏହା ଏ ପର୍ଯ୍ୟନ୍ତ ସବୁଠୁ ବଡ଼ ସାଇବର ଠକେଇ ବୋଲି କୁହାଯାଉଛି ।


ମାମଲାକୁ ନେଇ ମୁମ୍ବାଇ ପୋଲିସର ଅଧିକାରୀ କହିଛନ୍ତି, "ବୋଧ ହୁଏ ଏତେ ବଡ଼ ପରିମାଣର ଠକେଇ ଦେଶରେ ପ୍ରଥମ ।" ପୋଲିସ ମାମଲାରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଭିଡିଓ କଲ୍‌ରେ ନିଜକୁ ସରକାରୀ ଅଧିକାରୀ ପରିଚୟ ଦେଇଥିଲେ । ଜାଲ୍ କାଗଜପତ୍ର ମାଧ୍ୟମରେ ଡରାଇ, ଧମକାଇ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି ।


ପ୍ରାୟ ୨ ମାସ ଧରି ଏତେବଡ଼ ଠକେଇ ଚାଲିଥିଲା । ୨୦୨୫ ଅଗଷ୍ଟରେ ସାଇବର ଠକଙ୍କ ଡିଜିଟାଲ୍ ଆରେଷ୍ଟ ସ୍କାମ୍‌ରେ ଫସିଥିଲେ ବ୍ୟବସାୟୀ ଜଣଙ୍କ । ଏବେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ଆକାଉଣ୍ଟରେ ଠକେଇ ଅର୍ଥରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଜମା ହୋଇଥିବା ପୋଲିସ ଜାଣିବାକୁ ପାଇଛି ।


ଏଥିସହ ପଢ଼ନ୍ତୁ: ପୀତବାସଙ୍କ ହତ୍ୟା ଅଭିଯୁକ୍ତ ଚିହ୍ନଟ, ବିହାରରୁ ୨ ସାର୍ପ ସୁଟରଙ୍କୁ ଉଠାଇଲା ବ୍ରହ୍ମପୁର ପୋଲିସ


ସୂଚନା ଅନୁସାରେ, ଅଗଷ୍ଟ ୧୯ ତାରିଖରେ ବ୍ୟବସାୟୀଙ୍କୁ ଠକେ କଲ୍ କରିବା ସହ ସୁବ୍ରମଣିଆମ ଓ କରଣ ଶର୍ମା ବୋଲି ପରିଚୟ ଦେଇଥିଲେ । ଏହାପରେ ଏକାଧିକ ଫୋନ୍ ନମ୍ବର ଓ ହ୍ଵାଟ୍ସଆପ୍ ମାଧ୍ୟମରେ ଭିଡିଓ କଲ୍‌ କରି ନିଜକୁ ସିବିଆଇ ସହ ଅନ୍ୟ ତଦନ୍ତକାରୀ ସଂସ୍ଥାର ଅଧିକାରୀ ପରିଚୟ ଦେଉଥିଲେ ।


ଅନଲାଇନ୍‌ରେ ଜାଲ୍ ଦସ୍ତାବିଜ୍ ଦେଖାଇବା ସହ "ଡିଜିଟାଲ୍ ଆରେଷ୍ଟ" କରିବାର ଭୟ ବି ଦେଖାଉଥିଲେ ସାଇବର ଠକ । ବ୍ୟବସାୟୀ ଓ ତାଙ୍କ ପତ୍ନୀଙ୍କୁ ମନି ଲଣ୍ଡରିଂ ଭୟ ଦେଖାଇ ଜୋର ଜବରଦସ୍ତି "ତଦନ୍ତ କ୍ଲିୟରାନ୍ସ" ନାଁରେ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମାମଲାରେ ମହାରାଷ୍ଟ ନୋଡାଲ ସାଇବର ଟିମ୍ ମଲାଡର ଅବ୍ଦୁଲ ନାସିର ଖୁଲ୍ଲି, ଚିର ବଜାରର ଅର୍ଜୁନ କଡୱାସର ଓ ଜେଠରାମ କଡୱାସରଙ୍କୁ ଗିରଫ କରିଛି । ଏମାନେ ମିଶି ମୁମ୍ବାଇର ୭୨ ବର୍ଷୀୟ ବ୍ୟବସାୟୀଙ୍କ ଠାରୁ ୫୮ କୋଟି ଟଙ୍କା ଡିଜିଟାଲ୍ ଆରେଷ୍ଟ ମାଧ୍ୟମରେ ଲୁଟି ନେଇଛନ୍ତି ।


୨୦୨୫ ଅଗଷ୍ଟ ୧୯ରୁ ଅକ୍ଟୋବର ୮ ମଧ୍ୟରେ ବ୍ୟବସାୟୀ ଜଣଙ୍କ ମୋଟ ୫୮ କୋଟି ୧୩ ଲକ୍ଷ ଟଙ୍କା RTGS ମାଧ୍ୟମରେ ଅଭିଯୁକ୍ତ ଦେଇଥିବା ବିଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି । ଆଉ ବ୍ୟବସାୟୀ ଠକେଇ କଥା ଜାଣିବା ବେଳକୁ ଆକାଉଣ୍ଟ ଖାଲି ହୋଇ ସାରିଥିଲା ।


ଏଥିସହ ପଢ଼ନ୍ତୁ: ୧୮ ଲକ୍ଷ ଖର୍ଚ୍ଚ ପରେ ଧୋକା; ଦେଖା କରିବାକୁ ଡାକି ମୁହଁକୁ ଛେଚି ବ୍ୟାରେଜ୍‌ ତଳେ ଫିଙ୍ଗିଦେଲା


ତଦନ୍ତରୁ ଜଣାପଡ଼ିଛି ବ୍ୟବସାୟୀଙ୍କ ଠାରୁ ଟଙ୍କା ଟ୍ରାନ୍ସଫର ପରେ ଏହାକୁ ୧୮ଟି ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । ଏସବୁ ଆକାଉଣ୍ଟ ମହାରାଷ୍ଟ୍ର ସହ ଅନ୍ୟ ରାଜ୍ୟରେ ରହିଛି । ସେଥିରୁ ଗୋଟିଏ ଆକାଉଣ୍ଟ ଏୟାରକୁଲ୍ ଏଣ୍ଟରପ୍ରାଇଜେସ୍ ନାଁରେ ରହିଥିବା ବେଳେ ଖାତା ଚଳାଉଛି ଅଭିଯୁକ୍ତ ଅବ୍ଦୁଲ ନାସୀରର ପତ୍ନୀ ଆର୍ଫିନ ଖୁଲି । ଏହାଛଡ଼ା ୨୫ ଲକ୍ଷ ଟଙ୍କା ଉକ୍ତ ଆକାଉଣ୍ଟରୁ ଆଉ ୭ଟି ଖାତାକୁ ପଠା ଯାଇଛି ।


ଆଉ ୨୪ ଲକ୍ଷ ୯୫ ହଜାର ଟଙ୍କା ମେଘଦୂତ ଟ୍ରେଡିଂ କମ୍ପାନୀ ଆକାଉଣ୍ଟକୁ ପଠା ଯାଇଥିବା ବେଳେ ଖାତା ପରିଚାଳନା ଅଭିଯୁକ୍ତ ଅର୍ଜୁନ କଡୱାସର କରୁଛି । ଏହାଛଡ଼ା ଠକେଇ ଟଙ୍କାର କାରବାର ଗୁଜରାଟ ସହ ରାଜସ୍ଥାନରେ ହୋଇଥିବା ଜଣାପଡ଼ିଛି । ଠକେଇ ଟଙ୍କା ଦେଣନେଣ ହୋଇଥିବା ଆକାଉଣ୍ଟ ଗୁଡ଼ିକୁ ପୋଲିସ ଫ୍ରିଜ୍ କରି ଦେଇଛି ।


ଏହି ମାମଲାର ତଦନ୍ତ ଡିଆଇଜି ସଞ୍ଜୟ ଶିନ୍ତରେ, ଅତିରିକ୍ତ ଡିଜି ୟାଶସଭି ଯାଦବ ଓ ପୋଲିସ ଇନ୍ସପେକ୍ଟର ଅଭିଜିତ ସୋନାୱାନେ କରୁଛନ୍ତି । ଏଥିସହ ଥାନେ, ଗୁଜରାଟ ଓ ରାଜସ୍ଥାନର ସାଇବର୍ ଟିମ୍ ମଧ୍ୟ ମାମଲାର ଡିଜିଟାଲ୍ ପ୍ରାଣ ଓ ଟଙ୍କା ଦେଣନେଣ ନେଇ ଛାନଭିନ୍ କରୁଛନ୍ତି ।

Related Topics

Explore more stories

Sponsored
Digital Arrest: ଭାରତର ବଡ଼ ଠକେଇ: ବ୍ୟବସାୟୀଙ୍କୁ ଅନଲାଇନ୍ ଗିରଫ କରି ୧୮ ଆକାଉଣ୍ଟରେ ୫୮ କୋଟି ଲୁଟ୍ | Argus News