Delhi Blast / ୬ ରାଜ୍ୟରେ NIAର ଛାନଭିନ୍; ଡାକ୍ତରଙ୍କ ଆତଙ୍କୀ ନେଟୱର୍କ ଲମ୍ବିଛି କେତେ ବାଟ ?
·4 months ago·2 min read

Key Points
ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ବାହାରେ ବଡ଼ ବିସ୍ଫୋରଣ ପରେ ଡାକ୍ତରଙ୍କ ଆତଙ୍କବାଦୀ ନେଟୱର୍କ ଉପରେ NIA କରିଛି ବଡ଼ ପ୍ରହାର । ଜମ୍ମୁ-କାଶ୍ମୀର ସମେତ ୬ ରାଜ୍ୟରେ NIA ଛାନଭିନ୍ କରୁଛି ।
ନୂଆଦିଲ୍ଲୀ: ଦିଲ୍ଲୀ ଦୋହଲାଇଲେ, ଆହୁରି ବଡ଼ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ବି ରଚିଥିଲେ । ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ବାହାରେ ବଡ଼ ବିସ୍ଫୋରଣ ପରେ ଡାକ୍ତରଙ୍କ ଆତଙ୍କବାଦୀ ନେଟୱର୍କ ଉପରେ NIA କରିଛି ବଡ଼ ପ୍ରହାର ।
ଜମ୍ମୁ-କାଶ୍ମୀର ସମେତ ୬ ରାଜ୍ୟରେ NIA ଛାନଭିନ୍ କରୁଛି । ପଞ୍ଜାବ, ଉତ୍ତରପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ନୂଆଦିଲ୍ଲୀ ଓ ଜମ୍ମୁ-କାଶ୍ମୀରରେ ତଦନ୍ତ କରୁଛି NIA ଟିମ୍ । ନିୟମିତ ଚଢ଼ାଉ ଜାରି ରହିଛି । NIA ଡିଜି ସଦାନନ୍ଦ ଦାତେ ନିଜେ ତଦନ୍ତର ନେତୃତ୍ଵ ନେଉଛନ୍ତି ।
ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ପଛର ୭ ସନ୍ଦିଗ୍ଧ; ପୁଲୱାମାରୁ ଫରିଦାବାଦ ଲମ୍ବିଛି ନେଟୱର୍କ
ଏବେ NIA ଡିଜି ଖୋଦ୍ ଶ୍ରୀନଗରରେ ରହି ତଦନ୍ତ କରୁଛନ୍ତି । ଶ୍ରୀନଗରରେ ଡକ୍ଟର ଆଦିଲ, ଡକ୍ଟର ମୁଜମ୍ମିଲ, ଡକ୍ଟର ଶାହୀନ ଓ ଅନ୍ୟ ଅଭିଯୁକ୍ତଙ୍କୁ ଘନ ଘନ ଜେରା କରୁଛି NIA ଟିମ୍ । ଅନ୍ୟପଟେ ଜିଏମସି ଅନନ୍ତନାଗର ଶେଷ ବର୍ଷ ଛାତ୍ର ହରିୟାଣାର ଡକ୍ଟର ପ୍ରିୟଙ୍କା ଶର୍ମାଙ୍କୁ ପୋଲିସ ହେପାଜତକୁ ନେଇ ଜେରା କରୁଛି ।
ହେପାଜତରେ ୧୫ ଡକ୍ଟର
ଦିଲ୍ଲୀ ବିସ୍ଫୋରଣ ମାମଲାରେ ଏବେ ସୁଦ୍ଧା ତଦନ୍ତକାରୀ ଏଜେନ୍ସି ୧୫ରୁ ଅଧିକ ଡକ୍ଟରଙ୍କୁ ହେପାଜତକୁ ନେଇଛନ୍ତି । ଏକାଧିକ ଡାକ୍ତର ଏବେ ତଦନ୍ତକାରୀ ସଂସ୍ଥାର ରାଡାରରେ ଅଛନ୍ତି । ମାତ୍ରାଧିକ ସଂଖ୍ୟାରେ ଡକ୍ଟରଙ୍କୁ ସୋସିଆଲ୍ ମିଡିଆ ଗ୍ରୁପ୍ ମାଧ୍ୟମରେ ଯୋଡ଼ିବା ସହ ରେଡିକିଲାଇଜ୍ କରାଯାଇଥିଲା ।
ଏବେ ସୁଦ୍ଧା ଧରାପଡ଼ିଥିବା ଡକ୍ଟର ପଶ୍ଚିମବଙ୍ଗର ଦିନାଜପୁରରୁ ଅଲ୍-ଫଲାହ ବିଶ୍ଵବିଦ୍ୟାଳୟର ଡକ୍ଟର ନିସାର ଆଲମ, ମଧ୍ୟପ୍ରଦେଶ ବୁରହାନପୁରର ଜଣେ ଡକ୍ଟର, ମେୱାତର ୩ ଡକ୍ଟର, ସୁନେହରା (ଫିରୋଜପୁର)ର ଡକ୍ଟର ମୁସ୍ତକିମ, ଅହମଦବସ ଗାଁର ଡକ୍ଟର ମହମ୍ମଦ, ଡକ୍ଟର ରେହାନ ହୟାତ, ଅଲ୍-ଫଲାହ ବିଶ୍ଵବିଦ୍ୟାଳୟର ପୂର୍ବତନ ଡକ୍ଟର ପଠାନକୋର୍ଟର ରଈସ ଅହମ୍ମଦ ଭଟ, ୟୁପି ହାପୁଡ଼ର ଡକ୍ଟର ଫାରୁକ, କାନପୁର କାର୍ଡିଓଲୋଜିଷ୍ଟ ଆରିଫ୍, ଲକ୍ଷ୍ନୌର ଡକ୍ଟର ପରବେଜ, ଫରିଦାବାଦର ଡକ୍ଟର ଫହିମ ସହିତ ଅଲ୍-ଫଲାହ ବିଶ୍ଵବିଦ୍ୟାଳୟର ଅନେକ ଡକ୍ଟର ଓ କର୍ମଚାରୀଙ୍କୁ ଜେରା ଚାଲିଛି ।
ଏଥିସହ ପଢ଼ନ୍ତୁ: ମହିଳା ଆତଙ୍କବାଦୀ ଗ୍ରୁପ ବଢ଼ାଇବାକୁ ଆତଙ୍କବାଦୀ ଡାକ୍ତର ସାହିନ୍ ନେଇଥିଲା ଦାୟିତ୍ୱ !
ବିଦେଶ ପଳାଇଥାନ୍ତା ସାହିନ
ଖବର ଅନୁସାରେ, ନିକଟରେ ସାହିନ ପାସପୋର୍ଟ ତିଆରି ପ୍ରୟାସ କରିଥିଲା । ପାସପୋର୍ଟ ପାଇଁ ପୋଲିସ ଭେରିଫିକେସନ୍ ମଧ୍ୟ କରିଥିଲା । ଯାହାକୁ ନେଇ ଆଶଙ୍କା କରାଯାଉଛି ଯେ, ବିସ୍ଫୋରଣ ଷଡ଼ଯନ୍ତ୍ର ପରେ ସାହିନ ବିଦେଶ ପଳାଇଥାନ୍ତା ।
ତେବେ ପାସପୋର୍ଟ ତିଆରି ପଛରେ କ'ଣ ଥିଲା ସାହିନର ଉଦ୍ଦେଶ୍ୟ ? ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ବାହାରେ ବିସ୍ଫୋରଣକୁ ନେଇ ନୂଆ ନୂଆ ତଥ୍ୟ ଆସୁଛି । ଡାକ୍ତରଙ୍କ ଏହି "ଧଳା ଆତଙ୍କୀ ମଡ୍ୟୁଲ୍"ର ପ୍ରକୃତ ସାମ୍ନାକୁ ଆସିବାରେ ଲାଗିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories