ପଦାକୁ ଆସିବ ପାକିସ୍ତାନର ଷଡ଼ଯନ୍ତ୍ର

ଭାରତ ଫେରିଛି ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ । ଆତଙ୍କୀ ତହବ୍ବୁର ରାଣାକୁ NIA ଗିରଫ କରିଛି । ପୂରଣ ହୋଇଛି ୧୩ ବର୍ଷ ତଳେ ଗୁଜରାଟ ସିଏମ ଥିବା ସମୟରେ ମୋଦି ଦେଇଥିବା ପ୍ରତିଶ୍ରୁତି । ୧୭ ବର୍ଷର ଅପେକ୍ଷା ପରେ ଶେଷରେ ଭାରତ ହାତରେ ଲାଗିଛି ୨୬/୧୧ ଆକ୍ରମଣର ମୁଖ୍ୟ ଗୋଟିଚାଳକ ତହବ୍ବୁର ରାଣା । ସ୍ୱତନ୍ତ୍ର ବିମାନରେ ତହବ୍ବୁରକୁ ଭାରତ ଫେରାଇ ଆଣିଛନ୍ତି NIAର ସ୍ବତନ୍ତ୍ର ୟୁନିଟ୍ । ଏବେ ଅପେକ୍ଷା କେବେ ମୁହଁ ଖୋଲିବ ତହବୁର ଆଉ ପଦାକୁ ଆସିବ ଆତଙ୍କୀଙ୍କ ଆକା ପାକିସ୍ତାନର ଷଡ଼ଯନ୍ତ୍ର ।
17 ବର୍ଷର ଅପେକ୍ଷା ପରେ ଶେଷରେ ଭାରତ ହାତରେ ଲାଗିଛି 26/11 ଆକ୍ରମଣର ମୁଖ୍ୟ ଗୋଟିଚାଳକ ତହବ୍ବୁର ରାଣା । ଆକ୍ରମଣର ମାଷ୍ଟରମାଇଣ୍ଡ ହେଡଲିଠୁ କମାଣ୍ଡ ପାଇ ଯୋଜନାକୁ ସଫଳ କରାଇଥିଲା। 2008 ନଭେମ୍ବର 26ର ସେ ଦୁର୍ଦ୍ଦଶ ରାତିକୁ ହୁଏତ କିଏ ଭୁଲି ପାରିବେ। ସେଦିନ ନୀରିହଙ୍କ ଆର୍ତ୍ତ ଚିତ୍କାର ଭିତରେ ପିଣ୍ଡରୁ ଉଡ଼ିଯାଉଥିବା ପ୍ରତିଟି ପ୍ରାଣର ହିସାବ ଆଜି ତାକୁ ଦେବାକୁ ପଡ଼ିବ। ଆଉ ହିସାବ ଦେବାକୁ ପଡ଼ିବ ସେ ଆତଙ୍କୀଙ୍କ ଆକାଙ୍କୁ। ଯାହାଙ୍କ ନିର୍ଦ୍ଦେଶରେ ଲହୁଲୁହାଣ ହୋଇଥିଲା ଭାରତ ମାତାର ଛାତି। କାହିଁକି ନା ଏ ଭାରତ ଆଉ ସେ ପୁରୁଣା ଭାରତ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଅଣ୍ଟା କଷି, ଛାତିରେ ଦମ୍ଭ ଭରି ଶତ୍ରୁର ଆଖିରେ ଆଖି ମିଶେଇ ତାକୁ ପଛେଇବାକୁ ବାଧ୍ୟ କରୁଥିବା ଇଏ ହେଉଛି ନ୍ୟୁ ଇଣ୍ଡିଆ।
📱 Get Argus News App
✨ସ୍ବତନ୍ତ୍ର ବିମାନରେ ତହବ୍ବୁରକୁ ଭାରତ ଫେରାଇ ଆଣିଛନ୍ତି NIA ର ସ୍ବତନ୍ତ୍ର ୟୁନିଟ୍ । ତହବ୍ବୁର ଆସିବା ପୂର୍ବରୁ ଦିଲ୍ଲୀ ବିମାନବନ୍ଦର ସମେତ ବିଭିନ୍ନ ରୁଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଆତଙ୍କବାଦର ନକ୍ସା ବିଗାଡ଼ିବାକୁ ଭାରତ ହାତରେ ବଡ଼ ସୁରାଗ୍ ଲାଗିଥିବାରୁ ତା ଜୀବନ ପ୍ରତି ବିପଦ ଥିବାରୁ ଜାତୀୟ ରାଜଧାନୀରେ କଡ଼ାକଡ଼ି ହୋଇଥିଲା ସୁରକ୍ଷା ବ୍ୟବସ୍ଥା ।
ବିମାନବନ୍ଦରରୁ ତହବ୍ବୁରକୁ ସିଧା NIA ହେଡକ୍ବାର୍ଟର ନିଆଯାଇଥିବାବେଳେ ସେଠାରେ ତାକୁ NIA କୋର୍ଟରେ ହାଜର କରାଯିବ । ଆକ୍ରମଣରେ ତହବ୍ବୁର ବ୍ୟବହାର କରିଥିବା ସବୁ ଲିଙ୍କ ଡିକୋଡ୍ ହେବ, ସ୍ଲିପର ସେଲଙ୍କ ଠିକଣା ବି ଖୋଜିବ NIA । ଏହାପରେ ବିଭିନ୍ନ ଅଫିସିଆଲ୍ ପ୍ରକ୍ରିୟା ଶେଷ ହେବା ପରେ ତହବ୍ବୁରକୁ ତିହାର ଜେଲକୁ ପଠାଇ ଦିଆଯିବ । ଭାରତରେ ତହବ୍ବୁର ନୂଆ ଠିକଣା ସାଜିବ ତିହାର ଜେଲ୍ ।
26/11 ମୁମ୍ବାଇ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତହ୍ବବୁର ରାଣାର ଭାରତ ପ୍ରତ୍ୟର୍ପଣରେ NIAର କିଛି ସ୍ବତନ୍ତ୍ର ଅଧିକାରୀଙ୍କ ପ୍ରମୁଖ ଭୂମିକା ରହିଛି । ଆମେରିକା କୋର୍ଟରେ ଭାରତର ବିଜୟ ହେଉ କି ଭାରତରେ ତହବ୍ବୁର ସୁରକ୍ଷାକୁ ସୁନିଶ୍ଚିତ କରିବା ହେଉ, ଏହି ଟିମର ପ୍ରଚେଷ୍ଟା ଯୋଗୁ ହିଁ ସବୁ ସମ୍ଭବ ହୋଇ ପାରିଛି । ଏବେ ଅପେକ୍ଷା କେବେ ସେ ମୁହଁ ଖୋଲିବ ଆଉ ସରାଫତର ମୁଖା ପିନ୍ଧିଥିବା ଆତଙ୍କୀଙ୍କ ଆକା ପାକିସ୍ତାନ ସତ ପଦାକୁ ଆଣିବ ।