Videos
|
Crime

ଗୁଣି ସନ୍ଦେହରେ ରାତି ଅଧରେ ଘରୁ ଟେକି ନେଇ ପିଟିଲେ, ମରିଗଲା ଭାବି ଘର ଆଗରେ ଆଣି ଫିଙ୍ଗିଦେଲେ...

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଗୁଣି ସନ୍ଦେହରେ ରାତି ଅଧରେ ଘରୁ ଟେକି ନେଇ ପିଟିଲେ, ମରିଗଲା ଭାବି ଘର ଆଗରେ ଆଣି ଫିଙ୍ଗିଦେଲେ...

Key Points

ମନ ଭରିଲା ଯାଏଁ ମାଡ଼ ମାରିଲେ । ପୁଣି ମରିଗଲା ଭାବି ଘର ଆଗରେ ଆଣି ଫିଙ୍ଗି ପଳାଇଲେ । ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ଏଭଳି ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରାପଡ଼ା/କଣ୍ଟାବାଞ୍ଜି: ରାତି ଅଧରେ ଦଳବଳ ହୋଇ ଆସିଲେ, ଶୋଇଥିବା ଅବସ୍ଥାରେ ଟେକିନେଇ ମନ ଭରିଲା ଯାଏଁ ମାଡ଼ ମାରିଲେ । ପୁଣି ମରିଗଲା ଭାବି ଘର ଆଗରେ ଆଣି ଫିଙ୍ଗି ପଳାଇଲେ । ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ଏଭଳି ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି । ବାପପୁଅ ୩ ଜଣ ମିଶି ଅମାନବୀୟ ଭାବେ ବୃଦ୍ଧଙ୍କୁ ଏଭଳି ମାଡ଼ ମାରିଥିବା ଅଭିଯୋଗ ହୋଇଛି ।


କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବରେଇ ଗାଁରେ ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମାଡ଼ ମରାଯାଇଛି । ଗୁରୁତର ବୃଦ୍ଧଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ମେଡିକାଲରେ ପହଞ୍ଚି ବୃଦ୍ଧଙ୍କୁ ପଚରାଉଚରା କରିଛି ।


ଅଭିଯୋଗ ଅନୁସାରେ, ସେହି ଗାଁରେ ଜଣେ ଯୁବକଙ୍କ ପତ୍ନୀଙ୍କୁ ଗୁଣି କରାଯାଇଥିବା ସନ୍ଦେହ କରି ଆକ୍ରମଣକାରୀ ବୃଦ୍ଧ ଉମେଶ ଜାତିଙ୍କୁ ମାଡ଼ ମାରିଛନ୍ତି । ଶୋଇଥିବା ବେଳେ ଘରୁ ଟେକି ନେଇ ନିସ୍ତୁକ ମାଡ଼ ମାରିବା ପରେ ମରି ଯାଇଥିବା ଭାବି ଘର ଆଗରେ ଫିଙ୍ଗି ପଳାଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।


ସେପଟେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ତାଲଚକେଲ ଗାଁରେ ମଧ୍ୟ ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ୬୦ ବର୍ଷୀୟ ମୀନିକେତନ ବାଗଙ୍କୁ ୩ ଜଣ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମୀନିକେତନ ନିଜ ଭାଇଙ୍କ ସହ ଚାଷ ଜମିକୁ ଯାଉଥିବା ବେଳେ ଗାଁର ୩ ଯୁବକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବଙ୍ଗୋମୁଣ୍ଡା ପୋଲିସ ତଦନ୍ତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: