ଏକତରଫା ପ୍ରେମରୁ ହତ୍ୟାକାଣ୍ଡ: ଘରେ ଏକାକୀ ଥିବା ଯୁବତୀଙ୍କ ଗଳା କାଟିଦେଲା ଯୁବକ

ସୋର: ଦିନ ଦ୍ଵିପ୍ରହରରେ ବିଭତ୍ସ ହତ୍ୟା । ଘରେ ପଶି ଯୁବତୀଙ୍କ ଗଳା କାଟି ଦେଲା ଯୁବକ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ । ସୋର ପୌରପାଳିକାର ୭ ନମ୍ବର ୱାର୍ଡ ଲିଙ୍ଗପଡ଼ାରେ ଜଣେ ଯୁବତୀଙ୍କ ତଣ୍ଟି କାଟି ମାରି ଦେଇଛି ଯୁବକ ।
ସୂଚନା ଅନୁସାରେ, ଲିଙ୍ଗାପଡ଼ାର ମୃତ ୨୫ ବର୍ଷିଆ ଯୁବତୀଙ୍କୁ ଜଣେ ଯୁବକ ବାରମ୍ବାର ହଇରାଣ କରୁଥିଲେ । ଏନେଇ ଦୁଇ ଦିନ ତଳେ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯୁବତୀ ଜଣଙ୍କ । ତେବେ ଯୁବତୀ ଜଣଙ୍କ ଆଜି ଏକାକୀ ଘରେ ଥିବାବେଳେ ଯୁବକ ଜଣଙ୍କ ଘରେ ପଶି ଧାରୁଆ ଅସ୍ତ୍ରରେ ଯୁବତୀଙ୍କ ଗଳା କାଟି ହତ୍ୟା କରିଛନ୍ତି । ଯୁବତୀଙ୍କ ଚିତ୍କାର ଶୁଣି ପଡ଼ୋଶୀ ଧାଇଁ ଆସିବା ବେଳକୁ ଯୁବତୀଙ୍କୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଦେଖିଥିଲେ ।
📱 Get Argus News App
✨ଅଭିଯୁକ୍ତ ଯୁବକ ଜଣଙ୍କ ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଏକତରଫା ପ୍ରେମକୁ ନେଇ ଯୁବତୀଙ୍କୁ, ଯୁବକ ଜଣଙ୍କ ହତ୍ୟା କରିଥିବା ସୂଚନା ମିଳିଛି । ତେବେ ହତ୍ୟା ପରେ ଯୁବକ ଜଣଙ୍କ ଫେରାର୍ ହୋଇ ଯାଇଥିବା ବେଳେ ସୋର ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି ।