OTET ପ୍ରଶ୍ନପତ୍ର ଲିକ୍ ମାମଲା;ଦୁଇ ଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତ

Key Points
OTET ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା
ଦୁଇ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଜିତନ ମହାରଣା ଓ ବିଜୟ ମିଶ୍ର
ଅଲଗା ଅଲଗା ପରେ ସାମ୍ନାସାମ୍ନି ଜେରା କରିବ କ୍ରାଇମବ୍ରାଞ୍ଚ
OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଦୁଇ ଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଶିକ୍ଷକ ନେତା ବିଜୟ ମିଶ୍ର। ଚୌଦ୍ଵାର ଜେଲରୁ ଆଜି ଏ ଦୁଇ ଜଣଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଅଣାଯାଇ ଜେରା କରାଯାଉଛି। ନିଲମ୍ବିତ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ଲାପଟପରୁ ପ୍ରଶ୍ନପତ୍ର ପେନ୍ ଡ୍ରାଇଭରେ ନେଇଥିଲେ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା । ଏହାକୁ ସେ ଶିକ୍ଷକ ନେତା ବିଜୟ ମିଶ୍ରଙ୍କୁ ପଠାଇଥିଲେ । ଏଥିପାଇଁ ଅଢ଼େଇ ଲକ୍ଷ ଟଙ୍କା ପାଇଥିଲା ଜିତେନ୍ ।
ଏ ଘଟଣାରେ ଆଉ କାହା କାହାର ସଂପୃକ୍ତି ରହିଛି, ମୋଟ କେତେ ଟଙ୍କାର କାରବାର ହୋଇଛି ? ଜିତନ ଓ ବିଜୟ କେଉଁ କେଉଁ ମାନଙ୍କ ସହ ସମ୍ପର୍କରେ ଥିଲେ ଏଭଳି ବିଭିନ୍ନ ପ୍ରଶ୍ନରେ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ । ଉଭୟଙ୍କୁ ଅଲଗା ଅଲଗା ଜେରା ପରେ ଏକାଠି ବସାଇ ସାମ୍ନାସାମ୍ନି ଜେରା କରାଯିବ। ସେପଟେ ଓଟିଇଟି ପରୀକ୍ଷା ପାଇଁ ଚିନ୍ତା କରୁଛି ଶିକ୍ଷା ବିଭାଗ । ଆଗାମୀ ଦିନରେ କେମିତି ପରୀକ୍ଷା ସୁରୁଖୁରରେ ହେବ ସେ ନେଇ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।
📱 Get Argus News App
✨ଅନ୍ୟପଟେ OTET ସହ ଅନ୍ୟ ପରୀକ୍ଷାରେ ହେଉଥିବା ପ୍ରଶ୍ନପତ୍ର ଲିକ୍ ନେଇ ମଧ୍ୟ ଖୋଳତାଳ କରୁଛି କ୍ରାଇମବ୍ରାଞ୍ଚ୍। ଗିରଫ ଦୁଇ ଅଭିଯୁକ୍ତ ଜିତନ୍ ଏବଂ ବିଜୟ ମିଶ୍ର କେବେଠାରୁ ପରସ୍ପର ସହ ସମ୍ପର୍କରେ ଅଛନ୍ତି ? 2019 ଓ 2022ରେ OTET ପ୍ରଶ୍ନପତ୍ର ଲିକରେ ଏମାନଙ୍କ ସମ୍ପୃକି ଥିଲା କି ନାହିଁ ? ଦୁଇ ଅଭିଯୁକ୍ତଙ୍କ ବ୍ୟାଙ୍କ ଡିଟେଲେସ କୁ ମଧ୍ୟ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ଟିମ ।