Murder Mystery / ତାରେଣୀଗଡ଼ା ହତ୍ୟା ଉପରୁ ପରଦା ଉଠାଇଲା ପୋଲିସ; ପୁରୁଷ ବନ୍ଧୁ ସହ ଝାଡ଼ଖଣ୍ଡର ଯୁବକ ଗିରଫ
·1 month ago·2 min read

Key Points
ତାରେଣୀଗଡ଼ା ୪ ମହଲା କୋଠାର ମର୍ଡର ମିଷ୍ଟ୍ରି ଉପରୁ ପରଦା ଉଠାଇଛି ପୋଲିସ । ଯୁବତୀ କିଭଳି ପ୍ରେମରେ ପ୍ରତାରଣାର ଶିକାର ହେବା ପରେ ରାସ୍ତାରେ ଅନ୍ୟ ଜଣଙ୍କ ଉପରେ ଭରସା କରି ଜୀବନ ହରାଇଲେ ସବୁ ବଖାଣିଛି ପୋଲିସ ।
ପାରାଦୀପ: ପ୍ରେମରେ ଧୋକା, ରାସ୍ତାରେ ସାହାଯ୍ୟ ବାହାନା କରି ଲୁଟିନେଲେ ଇଜ୍ଜତ । ପାରାଦୀପ ତାରେଣୀଗଡ଼ା ୪ ମହଲା କୋଠାର ମର୍ଡର ମିଷ୍ଟ୍ରି ଉପରୁ ପରଦା ଉଠାଇଛି ପୋଲିସ । ଯୁବତୀ କିଭଳି ପ୍ରେମରେ ପ୍ରତାରଣାର ଶିକାର ହେବା ପରେ ରାସ୍ତାରେ ଅନ୍ୟ ଜଣଙ୍କ ଉପରେ ଭରସା କରି ଜୀବନ ହରାଇଲେ ସବୁ ବଖାଣିଛି ପୋଲିସ ।
ପୋଲିସ ଅନୁସାରେ, ସେ ଦିନ ଯୁବତୀ ଜଣଙ୍କୁ ରାହାମା ବସ୍ ଷ୍ଟାଣ୍ଡ ନିକଟରୁ ଲିଫ୍ଟ ଦେଇଥିଲେ ଝାଡ଼ଖଣ୍ଡର ଯୁବକ ଶୁଭମ ସିଂହ । ଶୁଭମ ରହୁଥିବା ଭଡ଼ାଘରର ଛାତକୁ ଯୁବତୀଙ୍କୁ ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ପ୍ରତିବାଦ କରିବାରୁ ଯୁବତୀଙ୍କୁ ୪ ମହଲା ଛାତରୁ ତଳକୁ ଠେଲି ଦେଇଥିଲେ ।
ଏଥିସହ ପଢ଼ନ୍ତୁ: ବିବାହ ମଣ୍ଡପରେ ନବବଧୂକୁ ପାଗଳ ପ୍ରେମିକର ଗୁଳି ମାଡ଼
ରବିବାର, ରାହାମା ଓ ରହସ୍ୟ
ଫେବ୍ରୁଆରୀ ୨୨, ସେଦିନ ଥିଲା ରବିବାର । ଯୁବତୀ ଜଣଙ୍କ ପୂର୍ବରୁ ସମ୍ପର୍କରେ ଥିବା ପୁରୁଷ ବନ୍ଧୁଙ୍କୁ ଭେଟିବାକୁ ଦିନ ୧୦ଟାରେ ଘରୁ ବାହାରିଥିଲେ । ସାରଳା ମନ୍ଦିର ଯାଇ ପ୍ରେମିକ ସୋମନାଥଙ୍କ ସହ ମାଆଙ୍କ ଦର୍ଶନ କରିଥିଲେ । ବିବାହ ନେଇ ଆଲୋଚନା ପରେ ଉଭୟ ଫେରୁଥିଲେ ।
ସୋମନାଥଙ୍କ ସହ ଯୁବତୀ ଏକାକୀ ଥିବାରୁ ଏକାନ୍ତ ସ୍ଥାନକୁ ସୁଯୋଗ ନେଇ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପରେ ଯୁବତୀଙ୍କୁ ଅସହାୟ ଅବସ୍ଥାରେ ରାହାମା ବସ୍ ଷ୍ଟାଣ୍ଡ ନିକଟରେ ଛାଡ଼ି ଦେଇ ପଳାଇ ଯାଇଥିଲା ପ୍ରେମିକ ସୋମନାଥ ଓଝା ।
ଲିଫ୍ଟ ଦେଇ ମନ ଜିଣିଲେ, ଛାତ ଉପରୁ ଠେଲିଦେଲେ
ଯୁବତୀ ଜଣଙ୍କ ଅସହାୟ ହୋଇ ରାହାମା ବସ୍ ଷ୍ଟାଣ୍ଡ ନିକଟରେ ବୁଲୁଥିବା ବେଳେ ସେହି ବାଟ ଦେଇ ଯାଉଥିଲେ ଝାଡ଼ଖଣ୍ଡର ଶୁଭମ ସିଂହ । ବାଇକ୍ରେ ଯାଉଥିବା ଶୁଭମ ଏକାକୀ ଛିଡ଼ା ହୋଇଥିବା ଯୁବତୀଙ୍କୁ ଦେଖି ବାଇକ୍ ଅଟକାଇଥିଲେ । ପାରାଦୀପରେ ଛାଡ଼ି ଦେବେ ବୋଲି ମିଠା ଆଶ୍ଵାସନା ଦେଇ ବିଶ୍ଵାସ ଜିତିଥିଲେ ।
ଏଥିସହ ପଢ଼ନ୍ତୁ: ପ୍ରେମ ପାଇଁ ଝିଅ ହେଲା ରକ୍ତମୁଖା; ମାଆ ଓ ଭାଇଙ୍କୁ ହତ୍ୟା ପରେ କେନାଲରେ ଫିଙ୍ଗିଲା ମୃତଦେହ
କିନ୍ତୁ ଯୁବତୀଙ୍କୁ ସୁରକ୍ଷିତ ସ୍ଥାନରେ ଛାଡ଼ିବା ପରିବର୍ତ୍ତେ ଶୁଭମ ରହୁଥିବା ଭଡ଼ାଘରର ଛାତ ଉପରକୁ ନେଇ ଯାଇଥିଲେ । ସେଠାରେ ରାତି ତମାମ୍ ବଳ ପୂର୍ବକ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପ୍ରମାଣ ଲୁଚାଇବାକୁ ଯାଇ ଯୁବତୀଙ୍କୁ ୪ ମହଲା ଛାତ ଉପରୁ ତଳକୁ ଠେଲି ଦେଇଥିଲା ଶୁଭମ ।
ଏହି ମାମଲାରେ ପୋଲିସ ଯୁବତୀଙ୍କ ପୁରୁଷ ବନ୍ଧୁ ସୋମନାଥ ଓଝାଙ୍କ ସହ ଝାଡ଼ଖଣ୍ଡର ଶୁଭମ ସିଂହଙ୍କୁ ଗିରଫ କରିଛି । ଶୁଭମର ବାଇକ୍ ସହ ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories