Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Pitabas Panda Murder Case / ପୀତବାସ ପଣ୍ଡା ହତ୍ୟା ମାମଲା; ବିକ୍ରମ ପଣ୍ଡାଙ୍କ ସହ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ପୀତବାସ ପଣ୍ଡା ହତ୍ୟା ମାମଲା; ବିକ୍ରମ ପଣ୍ଡାଙ୍କ ସହ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ
High profile murder Odisha

Key Points

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ବିକ୍ରମ ପଣ୍ଡାଙ୍କ ସହ ୫ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ।
ବ୍ରହ୍ମପୁର: ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ବେଲ୍ ଦେବାକୁ ମନା କଲେ କୋର୍ଟ । ବିକ୍ରମ ପଣ୍ଡାଙ୍କ ସହ ୫ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ତୃତୀୟ) ।

ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ, ଆଇନଜୀବୀ ମଦନ ମୋହନ ଦଳାଇ, ସୁନୀଲ ହୋତା ଓ ଶୂନ୍ୟ ଦାସଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଏଡିଜେ କୋର୍ଟ-୩ ।

ଏଥିସହ ପଢ଼ନ୍ତୁ: ଜେଲ୍‌ରେ ବିକ୍ରମ ଓ ପିଣ୍ଟୁ, ଅଜଣା ନମ୍ବରରୁ ପୀତବାସଙ୍କ ପରିବାରକୁ କିଏ ଦେଉଛି ଧମକ ?

ଜେଲ୍‌ରେ ଥାଇ ପୀତବାସଙ୍କ ପରିବାରକୁ ଧମକ ଚମକ ଦେବା ନେଇ ବିକ୍ରମ ପଣ୍ଡାଙ୍କ ବିରୋଧରେ ନିକଟରେ ଆଉ ୨ଟି ମାମଲା ହୋଇଛି । ଯାହାକୁ ନେଇ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ଏହା ପୂର୍ବରୁ ବିକ୍ରମ ପଣ୍ଡା ଓ ମଦନ ଦଳେଇଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ନଭେମ୍ବର ୨୫ରେ ଜାମିନ ଆବେଦନ ଖାରଜ କରିଥିଲେ ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟ ।

ଏବେ ସୁଦ୍ଧା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରି ସାରିଛି । ତଥାପି ପୀତବାସଙ୍କ ପରିବାରକୁ ଧମକପୂର୍ଣ୍ଣ କଲ୍ ଆସିବା ପରେ ବିକ୍ରମ ପଣ୍ଡା ହିଁ ଦୋଷୀ ବୋଲି କହିଛନ୍ତି ପୀତବାସଙ୍କ ପରିବାର । ଏନେଇ ପୋଲିସକୁ ଲିଖିତ ଭାବେ ପୀତବାସଙ୍କ ପରିବାର ଜଣାଇଛନ୍ତି ।

ଅନ୍ୟପଟେ ପୀତବାସ ପଣ୍ଡାଙ୍କ ପାଇଁ ଲଢ଼ିବେ ୨୦୯ ଆଇନଜୀବୀ । ଏଥିପାଇଁ ୨୦୯ ଜଣ ଆଇନଜୀବୀ ବ୍ରହ୍ମପୁର SDJM କୋର୍ଟଙ୍କ ନିକଟରେ ଓକିଲାତିନାମା ଦାଖଲ କରିଛନ୍ତି । ପୂର୍ବରୁ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବିକ୍ରମ ପଣ୍ଡା, ଚିଣ୍ଟୁ ଦାଶ, ମଳୟ ବିଷୋୟୀ ଓ ମଦନ ଦଳାଇଙ୍କ ପାଇଁ ୫୩ ଜଣ ଆଇନଜୀବୀ ଓକିଲାତିନାମା ଦାଖଲ କରିଥିଲେ ।

ଏଥିସହ ପଢ଼ନ୍ତୁ: IPL 2026 ନିଲାମର ଠିକ୍ ପୂର୍ବରୁ BCCI ଯୋଡ଼ିଲା ୧୯ ନାଁ; ତାଲିକାରେ ୨ ଓଡ଼ିଆ ଖେଳାଳି

ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡକୁ ମାସେ ପୂରିବା ପରେ ଗୁଳିକାଣ୍ଡ ସ୍ଥଳରେ ପୋଲିସ୍ କରିଥିୋ କ୍ରାଇମ୍ ସିନ୍ ରିକ୍ରିଏସନ୍ । ଅକ୍ଟୋବର ୬ କୁମାର ପୂର୍ଣ୍ଣିମା ରାତିରେ ସାର୍ପ ସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ କିଭଳି ଭାବେ ପୀତବାସଙ୍କୁ ଗୁଳି କରିଥିଲେ ତାହା ପୋଲିସକୁ ଦେଖାଇଥିଲେ ।

କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକ୍‌ରେ ଆସି ଅତି ପାଖରୁ ଗୁଳି କରିଥିଲେ କୁରୁପତି ଓ ଚିଣ୍ଟୁ । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳରେ ଗୁଳି କରି ଫେରାର୍ ହୋଇ ଯାଇଥିଲେ ଉଭୟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pitabas Panda Murder Case: Bikram Panda Bail Rejected | Argus News | Argus News