Pitabas Panda Murder Mystery / ପିତବାସ ପଣ୍ଡା ହତ୍ୟାରେ ଜୟପୁର ଲିଙ୍କ: ଆଉ ଜଣେ ଗିରଫ୍

Key Points
ବିଜେପି ନେତା ପିତବାସ ପଣ୍ଡା ହତ୍ୟା ଘଟଣାରେ ଜୟପୁର ଲିଙ୍କ । ଆଇନଜୀବୀ ତଥା ବରିଷ୍ଠ ବିଜେପି ନେତା ପିତବାସଙ୍କ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଅନେକ ନାମୀଦାମୀ ନେତା ଓ ହାଇ ପ୍ରୋଫାଇଲ ଅପରାଧି । ତେବେ ଏହାରି ଭିତରେ କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ସୁନୀଲ ହୋତା ନାମକ ବ୍ୟକ୍ତି ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଜଣେ ଅପରାଧୀଙ୍କୁ ନିଜ ଫାର୍ମ ହାଉସରେ ଶରଣ ଦେଇଥିବା କଥା କହିଛନ୍ତି ବ୍ରହ୍ମପୁର ଏସପି । ତଥ୍ୟ ସଂଗ୍ରହ ପାଇଁ ଫାର୍ମ ହାଉସକୁ ଯାଇଥିବା ବେଳେ ଜଣେ ଜଗୁଆଳି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରକୁ କୁକୁର ଛାଡିଦେବା ସହ ମାଲିକ କିଛି କହିବାକୁ ମନା କରିଛନ୍ତି ବୋଲି କହିଛନ୍ତି
ସେପଟେ ସମୟ ବଦଳିବା ସହ ପୀତବାସଙ୍କ ଠାରୁ ବିକ୍ରମ ପଣ୍ଡା ଦୂରେଇ ଯାଆନ୍ତି । ଆଉ ବିକ୍ରମ ପଣ୍ଡାଙ୍କ ସହ ମିଶି ସବୁଦିନ ପାଇଁ ପୀତବାସଙ୍କୁ ହତ୍ୟା କରିବାକୁ ଯୋଜନା କରନ୍ତି ଶିବଶଙ୍କର ଦାଶ । ଆଉ ଏଥିରେ ସହଯୋଗ କରିଥିଲେ ଉମା ବିଷୋୟୀ ଓ ଯୋଗେନ୍ଦ୍ର ରାଉତ । ବିଜେଡି କର୍ପୋରେଟର ମଳୟ ବିଷୋୟୀଙ୍କ ସହ ମିଶି ବିକ୍ରମଙ୍କ ଘନିଷ୍ଠ ସହଯୋଗୀ ମଦନ ଦଳେଇ ହତ୍ୟାର ସବୁ ଯୋଜନା କରିନ୍ତି ।
ଯୋଜନା ଅନୁସାରେ, ସେପ୍ଟେମ୍ବର ୧୦ରେ ବିହାରରୁ ଦୁଇ ସାର୍ପ ସୁଟର ବ୍ରହ୍ମପୁର ଆସି ରେକି କରନ୍ତି । ସେପ୍ଟେମ୍ବର ୧୪ ତାରିଖରେ ହତ୍ୟା ପାଇଁ ଷଡ଼ଯନ୍ତ୍ର ବି ହୁଏ । ହେଲେ ବିହାରରୁ ଆସିଥିବା ଅପରାଧୀ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଫେରି ପଳାନ୍ତି । ଏହା ପରେ ଉମା ବିଷୋୟୀ ସ୍ଥାନୀୟ ଅପରାଧୀଙ୍କୁ ଏଥିରେ ନିୟୋଜିତ କରିଥିଲେ ।
ବେଙ୍ଗାଲୁରୁରେ କାମ କରୁଥିବା ଚିଣ୍ଟୁ ପ୍ରଧାନ ସହ କୁରୁପତି ଭୂୟାଁଙ୍କୁ ସୁପାରି ଦେଇଥିଲେ ଉମା ବିଷୋୟୀ । ସେମାନଙ୍କୁ ୮ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା । ଗୁଳି କରିବାକୁ ୫ ଲକ୍ଷ ଓ ବାଇକ୍ ଚାଳକଙ୍କୁ ୩ ଲକ୍ଷ ଟଙ୍କା ଦେଇଥିଲେ । ଉଭୟଙ୍କୁ ପୀତବାସଙ୍କ ଚ୍ୟାମ୍ବର ନିକଟରେ ଏକ ଘରେ ରଖିଥିଲେ । ଅକ୍ଟୋବର ୬ ତାରିଖରେ ପୀତାମ୍ବରଙ୍କ ଘର ଛକ ପାଖରେ ଗାଡ଼ି ରଖି ଚିଣ୍ଟୁ ଓ କୁରୁପତି ଛକି ରହିଥିଲେ । ପୀତବାସ ଆସିବାରୁ ତାଙ୍କ ନମସ୍କାର କରି ସେ ବୋଲି ସ୍ପଷ୍ଟ ହେବା ପରେ ଗୁଳି କରିଥିଲେ କୁରୁପତି ।
କେମିତି ଫେରାର୍ ହେଲେ ?
ଫାୟାରିଂ ପରେ ଚିଣ୍ଟୁ ବାଇକ୍ ଚଳାଇବା ସହ କୁରୁପତି ବସି ଖସି ପଳାଇଥିଲେ । ଦୁହେଁ ସେଠାରୁ ଖସିଯିବା ସହ ଶୀତଳାପଲ୍ଲୀରେ ପୋଷାକ ବଦଳାଇବା ସହ ସେଠାରେ ବନ୍ଧୁକ ପୋତି ପୁରୁଷୋତ୍ତମପୁର ଦେଇ ପଳାଇଥିଲେ । ରାମେଶ୍ଵର ନିକଟରେ ବାଇକ୍ ରଖି ଦେଇ ବସ୍ ଯୋଗେ ଭୁବନେଶ୍ଵର ଆଉ ସେଠାରୁ ପୁରୀ ଖସି ଯାଇଥିଲେ । ହତ୍ୟା ପୂର୍ବରୁ ସମସ୍ତେ ମୋବାଇଲ୍ ବ୍ୟବହାର ଛାଡ଼ି ଦେଇଥିଲେ । ପୁରୀରୁ ଚିଣ୍ଟୁ ବେଙ୍ଗାଲୁରୁ ପଳାଇଥିବା ବେଳେ କୁରୁପତି ଜୟପୁର ଯାଇଥିଲେ । ହତ୍ୟା ବାବଦରେ ଜାଣିବା ପରେ ମଧ୍ୟ ବିକ୍ରମ ପଣ୍ଡାଙ୍କ ଜଣେ ସହଯୋଗୀ ସୁନୀଲ ହୋତା କୁରୁପତିଙ୍କୁ ଆଶ୍ରୟ ଦେଇଥିଲେ ।
ହତ୍ୟା ପାଇଁ ୫୦ ଲକ୍ଷର ଡିଲ୍
ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ବେଳେ ଅଗ୍ରୀମ ଭାବେ ୧୦ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି । ହତ୍ୟା ପଛରେ ରାଜନୈତିକ ଶତ୍ରୁତା ଥିବା ପୋଲିସ କହିଛି । ମାମଲାରେ ବ୍ରହ୍ମପୁର ପୋଲିସ ମୋଟ ୧୨ ଜଣଙ୍କୁ ଗିରଫ କରିଛି । ଏବେ ୩ ଜଣ ଫେରାର୍ ରହିଥିବା କହିଛନ୍ତି ବ୍ରହ୍ମପୁର ଏସ୍ପି ।
ବ୍ୟକ୍ତିଗତରୁ ବ୍ୟବସାୟିକ ବିବାଦ
ପୂର୍ବରୁ ବିକ୍ରମ ପଣ୍ଡାଙ୍କ ସହ ପୀତବାସଙ୍କ ବ୍ୟକ୍ତିଗତ ବିବାଦ ଲାଗି ରହିଥିବା ବେଳେ ବ୍ୟବସାୟିକ ବିବାଦ ବି ବଢ଼ିଥିଲା । ସୁଦର୍ଶନ ଜେନା, ମଦନ ଦଳେଇ ଓ ବିକ୍ରମ ପଣ୍ଡା ବିଭିନ୍ନ ବ୍ୟବସାୟ କରନ୍ତି । ଆଉ ସେମାନଙ୍କ ବ୍ୟବସାୟରେ କ୍ଷତି ପାଇଁ ସୁଦର୍ଶନ ଓ ମଦନ ଭାବୁଥିଲେ, ପୀତବାସଙ୍କ ପାଇଁ କ୍ଷତି ହେଉଛି । ଅନ୍ୟପଟେ ପୀତବାସ ମଧ୍ୟ ସୁଦର୍ଶନ ଓ ମଦନ କରୁଥିବା ସନ୍ଦେହକୁ ବିଭିନ୍ନ ଲୋକଙ୍କ ମାଧ୍ୟମରେ ଦୃଢ଼ୀଭୂତ କରୁଥିଲେ ।
ପୀତବାସଙ୍କ ହତ୍ୟା ମାମଲାରେ ପୋଲିସ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି । ହତ୍ୟା ପାଇଁ ଅପରାଧିକ ଷଡ଼ଯନ୍ତ୍ରରେ ବିକ୍ରମ ପଣ୍ଡାଙ୍କ ବିରୋଧରେ ବୈଷୟିକ ପ୍ରମାଣ (Technical Evidence) ପୋଲିସକୁ ମିଳିଛି । ଏଥିସହ ପୋଲିସ ଗୋଟିଏ ଦେଶୀ ବନ୍ଧୁକ ସହ ଆଉ ଏକ ବନ୍ଧୁକ ଜବତ କରିଛି । ୧୨ ଜଣ ଗିରଫ ହୋଇଥିବା ବେଳେ ୩ ଜଣ ଫେରାର୍ ଅଛନ୍ତି । ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀ ଧରାପଡ଼ି ନାହିଁ । ଫେରାର୍ ଅଭିଯୁକ୍ତମାନେ ଗିରଫ ହେବା ପରେ ଘଟଣାର ଅନ୍ୟ ଦିଗ ଉପରୁ ପରଦା ହଟିବ ବୋଲି ବ୍ରହ୍ମପୁର ଏସ୍ପି କହିଛନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories