Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡ କଣ ମିଳିବ ଆସନ୍ତୁ ଜାଣିବା

Rashmita Mishra
Browse all articles by Rashmita Mishra
·2 years ago·2 min read
ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡ କଣ ମିଳିବ ଆସନ୍ତୁ ଜାଣିବା

ଅର୍ଗସ ବ୍ୟୁରୋ:POCSO ଆକ୍ଟ କଣ ? କିଏ ଦୋଷୀ ଏଵଂ ଦଣ୍ଡ କଣ 
ପୋକ୍ସୋ ଆକ୍ଟ...ଯେବେ କିଛି ନାବାଳକ କିମ୍ବା ନାବାଳିକାଙ୍କ ପ୍ରତି ଅପରାଧ ହୁଏ ସେତେବେଳେ ଏହି ଆକ୍ଟରେ ବିଚାର ହୁଏ । ଏପରି ପରିସ୍ଥିତିରେ ଦୋଷୀ ସାବ୍ୟସ୍ତ ହେଲେ କଠୋର ଦଣ୍ଡ ପାଇଁ ବ୍ୟବସ୍ଥା କରାଯାଇଛି । POCSO ଆକ୍ଟ କ’ଣ ଏବଂ ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡ କଣ ମିଳିବ ଆସନ୍ତୁ ଜାଣିବା । 
ଭାରତରେ ସବୁବେଳେ ମହିଳାଙ୍କ ଠାରୁ ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତ ଶାରୀରିକ ନିର୍ଯାତନାର ଶିକାର ହେଉଛନ୍ତି । ଖାସ କରି ନାବଳିକାଙ୍କୁ ଏଭଳି ଘଟଣାରୁ ରକ୍ଷା କରିବା ପାଇଁ POCSO ଆକ୍ଟ କରାଯାଇଛି ।  ଯଦିଓ ବେଳେବେଳେ ଏହାର ଅପବ୍ୟବହାର ହେବାର ଖବର ଆସିଥାଏ, କିନ୍ତୁ ହାରାସମେଣ୍ଟ୍ ରୁ ରକ୍ଷା ପାଇଁ ଏହି ନିୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
POCSO ଆକ୍ଟ କଣ :-

ବାସ୍ତବରେ POCSO ଆକ୍ଟର ସମ୍ପୂର୍ଣ୍ଣ ଭାଵେ ଵୁଝିଵାକୁ ଗଲେ ଶିଶୁମାନଙ୍କୁ ସେକ୍ସଚ୍ୟୁଆଲ ହାରାସମେଣ୍ଟ ସୁରକ୍ଷା ଦେଵ ।  ଏହି ଆଇନ 2012 ରେ ଅଣାଯାଇଥିଲା । ଏହି ନିୟମ 18 ବର୍ଷରୁ କମ୍ ଉଭୟ ପୁଅ ଏବଂ ଝିଅ ପାଇଁ ପ୍ରଯୁଜ୍ୟ | ଯଦି POCSO ଅଧୀନରେ ଦୋଷୀ ସାବ୍ୟସ୍ତ ହୁଏ ତେବେ କଠୋର ଦଣ୍ଡର ବ୍ୟବସ୍ଥା ମଧ୍ୟ ଅଛି । ପୂର୍ବରୁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ନଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଆଜୀବନ କାରାଦଣ୍ଡ ଭଳି ଦଣ୍ଡ ମଧ୍ୟ ଏହି ଆଇନରେ ଯୋଡା ଯାଇଥିଲା ।
POCSO ଆକ୍ଟରେ ଦଣ୍ଡର ବ୍ୟବସ୍ଥା କଣ -
* POCSO ଅଧିନିୟମରେ ବିଭିନ୍ନ ପ୍ରକାରର ଦଣ୍ଡ ବ୍ୟବସ୍ଥା କରାଯାଇଛି ।ଏଥିରେ ଦୋଷୀ 20 ବର୍ଷରୁ ଆଜୀବନ କାରାଦଣ୍ଡର ସମ୍ମୁଖୀନ ହୋଇପାରନ୍ତି। ଏହା ବ୍ୟତୀତ ଜରିମାନା ମଧ୍ୟ ଦେବାକୁ ପଡିବ 
* ପିଲାଙ୍କୁ ଅଶ୍ଳୀଳତା  ବ୍ୟବହାର କରିବାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି 5 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ।
* ମହିଳାଙ୍କର  ଅଶ୍ଳୀଳ ଚିତ୍ର ସଂଗ୍ରହ କରିବା କିମ୍ବା କାହା ସହିତ ସେୟାର କଲେ ଦୋଷୀକୁ ତିନି ବର୍ଷ ଜେଲଦଣ୍ଡ ଦିଆଯାଇପାରେ କିମ୍ବା ଉଭୟ ଜେଲ ଓ ଜରିମାନା ମଧ୍ୟ ହୋଇପାରେ
* ଯଦି 16 ବର୍ଷରୁ କମ୍ ଶିଶୁ ଉପରେ ଯୈନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ 20 ବର୍ଷ ଜେଲରୁ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି।
* ତେବେ ଯଦି ଏହି ଘଟଣାରେ ନାବାଳିକାଙ୍କର ମୃତ୍ୟୁ ହୁଏ, ତେବେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇପାରେ।
  କିଏ ଦୋଷୀ ହୋଇପାରେ ?
 ଏହା ସତ ଯେ POCSO ନିୟମ ଅନୁଯାୟୀ କେବଳ ପୁରୁଷଙ୍କୁ ଦଣ୍ଡ ଦିଆଯାଏ ନାହିଁ, କିନ୍ତୁ ଯଦି ଜଣେ ମହିଳା ଯୌନରେ ଅପରାଧ ମଧ୍ୟ କରିଥିବେ ତେବେ ଦୋଷୀ ସାବ୍ୟସ୍ତ ହେଲେ ମହିଳାଙ୍କୁ ମଧ୍ୟ ସମାନ ଦଣ୍ଡ       ଦିଆଯିବ।  । ଏହା ବ୍ୟତୀତ ପୀଡିତା କେବଳ ଝିଅ ନୁହଁନ୍ତି ଶିଶୁ ମଧ୍ୟ ହୋଇପାରନ୍ତି। ଅପରାଧ କରୁଥିବା ସମସ୍ତଙ୍କ ପାଇଁ ସମାନ ଦଣ୍ଡର ବ୍ୟବସ୍ଥା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
POCSO ACT | Argus News