Videos
|
Crime

ପ୍ରେମିକକୁ ଘରେ ପକାଇଥିଲେ ତାଲା, ସ୍ଵାମୀ ଖୋଲିଦେଲେ ସ୍ତ୍ରୀର ଅସଲ ମୁଖା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ପ୍ରେମିକକୁ ଘରେ ପକାଇଥିଲେ ତାଲା,  ସ୍ଵାମୀ ଖୋଲିଦେଲେ ସ୍ତ୍ରୀର ଅସଲ ମୁଖା

Key Points

ମହିଳା କନେଷ୍ଟବଳଙ୍କ କଳା କାରନାମା
ପ୍ରେମିକକୁ ଲୁଚାଇ ଘରେ ପକାଇଥିଲେ ତାଲା
ସ୍ଵାମୀ ଖୋଲିଦେଲେ ସ୍ତ୍ରୀଙ୍କ ଅସଲ ମୁଖା

ପତି, ପତ୍ନୀ ଔର ୱ... ସ୍ଵାମୀଙ୍କ ଅନୁପସ୍ଥିତିରେ ଘରକୁ ଆସିଥିଲେ ପ୍ରେମିକ । ହେଲେ ଅଚାନକ ଯେ ଏତେବଡ ହଙ୍ଗାମା ହୋଇଯିବ, ତାହା କେବେ ବି ଭାବିନଥିଲେ ପତ୍ନୀ ଏବଂ ପ୍ରେମିକ । ହଠାତ ଯେତେବେଳେ ଘରେ ତାଲା ପଡିଥିବା କବାଟ ଭଙ୍ଗାଯାଇଥିଲା, ସେତେବେଳେ ସତ ଥିଲା ସମସ୍ତଙ୍କ ସାମ୍ନାରେ । ଯାହା କୌଣସି ଫିଲ୍ମର ସ୍କ୍ରିପ୍ଟ ଠାରୁ ମଧ୍ୟ କମ ନଥିଲା ।

ଆଉ ସବୁଠୁ ଚର୍ଚ୍ଚାର ବିଷୟ ଏଇଟା ଥିଲା, କି ଉଭୟ ପତି , ପତ୍ନୀ ଏବଂ ପ୍ରେମିକ ସମସ୍ତେ ଥିଲେ ପୋଲିସ କନେଷ୍ଟବଳ । ୩ ଜଣ ପୋଲିସ ବିଭାଗରେ କାମ କରୁଥିଲେ । ସେମାନଙ୍କ ଭିତରେ ହୋଇଥିଲା ତ୍ରିକୋଣୀୟ ପ୍ରେମ କାହାଣୀ ।

କୁଶୀନଗର ଜିଲ୍ଲାର କସାୟା ନଗରରେ ରହୁଥିବା ମହିଳା କନେଷ୍ଟବଳଙ୍କର ଆଉ ଜଣେ କନେଷ୍ଟବଳଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯାହାକୁ କିଛି ମାତ୍ରାରେ ସନ୍ଦେହ କରୁଥିଲେ ସ୍ଵାମୀ । ହେଲେ ପ୍ରମାଣ ନମିଳିବା ଯୋଗୁ ଚୁପ ରହିଥିଲେ । ଉଭୟଙ୍କ ସମ୍ପର୍କରେ ପୂର୍ବରୁ ହିଁ ତିକ୍ତତା ଲାଗି ରହୁଥିଲା । ସେଥିପାଇଁ କନେଷ୍ଟବଳ ପତ୍ନୀ କସାୟା ନଗରରେ ଏକ ପ୍ରାଇଭେଟ ରୁମ ନେଇ ରହୁଥିଲେ । ଆଉ ସେଥିପାଇଁ ତାଙ୍କର ପ୍ରେମ ସମ୍ପର୍କ ଆହୁରି ଗଭୀର ହେବାରେ ଲାଗିଥିଲା । ହେଲେ ସ୍ଵାମୀଙ୍କର ପୁରା ନଜର ଥିଲା ସ୍ତ୍ରୀ ଉପରେ । ସେ କେବଳ ଏକ ସୁଯୋଗର ଅପେକ୍ଷାରେ ଥିଲେ ।

ସେଦିନ ହଠାତ ସ୍ଵାମୀ ପହଞ୍ଚିଥିଲେ ପତ୍ନୀଙ୍କ ଘରେ । ବାହାରୁ କବାଟ ବନ୍ଦ ଥିବା ଦେଖିବା ପରେ ସ୍ଵାମୀ ସନ୍ଦେହରେ ବାରମ୍ବାର କବାଟ ପିଟିବାକୁ ଲାଗିଥିଲେ । କବାଟ ନଖୋଲିବାରୁ ସେ ପୋଲିସକୁ ଡାକିଥିଲେ । ଅନେକ ସମୟ ପରେ କବାଟ ଖୋଲି ବାହାରକୁ ଆସିଥିଲେ ପତ୍ନୀ । ହେଲେ ବାହାରୁ କବାଟକୁ ପକାଇଥିଲେ ତାଲା । ସନ୍ଦେହରେ ସ୍ଵାମୀ ଏବଂ ପୋଲିସ ମିଶି କବାଟ ଭାଙ୍ଗିବାରୁ ବାହାରକୁ ବାହାରିଥିଲେ ସ୍ତ୍ରୀଙ୍କର ପ୍ରେମିକ । ରାଗରେ ଜର୍ଜରିତ ସ୍ଵାମୀ ସାଙ୍ଗେସାଙ୍ଗେ ପ୍ରେମିକଙ୍କୁ ଖୁବ ପିଟିଥିଲେ ।

ମାମଲା ରୋକିବା ପାଇଁ ପୁଲିସ ସାଙ୍ଗୋସାଙ୍ଗ ପ୍ରେମୀ କନେଷ୍ଟବଳଙ୍କୁ ଅଟକ ରଖିଥିଲେ । ଏହାପରେ ସ୍ଵାମୀ ନିଜେ ପୋଲିସ ଷ୍ଟେସନରେ ପହଞ୍ଚି ସ୍ତ୍ରୀ ଏବଂ ପ୍ରେମିକଙ୍କ ନାଁରେ ଏତଲା ଦେଇଥଲେ । ତେବେ ପୋଲିସ ବିଭାଗରେ ରହିବା ପରେ ମଧ୍ୟ ଏପରି କାର୍ଯ୍ୟକଳାପ ସେମାନଙ୍କ ପାଇଁ ବିବାଦ ସୃଷ୍ଟି କରିଛି । ବର୍ତ୍ତମାନ ପୋଲିସ ବିଭାଗ ଘଟଣାକୁ ଗୁରୁତ୍ଵର ନେବା ସହ ଘଟଣାର ଯାଞ୍ଚ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: