Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Digital Arrest / ଚାକିରି ପରେ ଅବସର ବେଳକୁ ସଞ୍ଚିଥିଲେ କୋଟିଏ, ଡିଜିଟାଲ ଆରେଷ୍ଟରେ ଟଙ୍କା ସହ ଚାଲିଗଲା ପ୍ରାଣ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଚାକିରି ପରେ ଅବସର ବେଳକୁ ସଞ୍ଚିଥିଲେ କୋଟିଏ, ଡିଜିଟାଲ ଆରେଷ୍ଟରେ ଟଙ୍କା ସହ ଚାଲିଗଲା ପ୍ରାଣ

Key Points

ଜଣେ ଅବସରପ୍ରାପ୍ତ ୮୦ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଡିଜିଟାଲ୍ ଆରେଷ୍ଟ ସ୍କାମ୍‌ର ଶିକାର ହୋଇଥିବା ଜାଣିବା ପରେ ଉଡ଼ି ଯାଇଛି ବୃଦ୍ଧ ଜଣଙ୍କର ପ୍ରାଣ ବାୟୁ ।
ମୁମ୍ବାଇ: ଲୋକେ ଚାକିରି କରନ୍ତି, ଅର୍ଥ ସଞ୍ଚନ୍ତି । ଭାବିଥାନ୍ତି ଅବସର ପରେ ସଞ୍ଚିତ ଅର୍ଥରେ ଚଳିବେ, ବାର୍ଦ୍ଧକ୍ୟ ଭଲରେ ବିତାଇବେ । ଏଭଳି ଆଶା ରଖି ମହାରାଷ୍ଟ୍ରର ଜଣେ ସରକାରୀ ଚାକିରିଆ ଆକାଉଣ୍ଟରେ କୋଟିଏ ୨୦ ଲକ୍ଷ ଟଙ୍କା ରଖିଥିଲେ । ହେଲେ ଗୋଟିଏ ସ୍କାମ୍ ସବୁ ସାରିଦେଲା । ସଞ୍ଚିତ ଟଙ୍କା ସହ ଜୀବନ ଚାଲିଗଲା ।

ଏଭଳି ଘଟିଛି ମହାରାଷ୍ଟ୍ରର ପୁନେରେ । ଯେଉଁଠି ଜଣେ ଅବସରପ୍ରାପ୍ତ ୮୦ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଡିଜିଟାଲ୍ ଆରେଷ୍ଟ ସ୍କାମ୍‌ର ଶିକାର ହୋଇଥିବା ଜାଣିବା ପରେ ଉଡ଼ି ଯାଇଛି ବୃଦ୍ଧ ଜଣଙ୍କର ପ୍ରାଣ ବାୟୁ ।

ମିଳିଥିବା ସୂଚନା ଅନୁସାରେ, ଅବସରପ୍ରାପ୍ତ ସରକାରୀ ଅଧିକାରୀ ଜଣଙ୍କ ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୧୭ ପ୍ରାୟ ମାସେ ଧରି ସ୍କାମର ଶିକାର ହୋଇଥିଲେ । ସାଇବର ଠକ ନିଜକୁ ମୁମ୍ବାଇ ସାଇବର ପୋଲିସ ଓ ସିବିଆଇ ଅଧିକାରୀ ଭାବେ ପରିଚିତ କରାଇ କରିଥିଲେ ଡିଜିଟାଲ୍ ଆରେଷ୍ଟ ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଏହି ୪ କାମ ସଫଳ ହେଲେ ଖସିଯିବ ସୁନା ସହ ରୂପା ମୂଲ୍ୟ !

ଅବସରପ୍ରାପ୍ତ ସରକାରୀ ଅଧିକାରୀ ଜଣଙ୍କର ୩ ଝିଅ ଥିବାବେଳେ ସେମାନେ ବିଦେଶରେ ରୁହନ୍ତି । ପୁନେର ସ୍ତ୍ରୀଙ୍କ ସହ ରହୁଥିଲେ ବୃଦ୍ଧ । ଆଉ ଏହାର ଫାଇଦା ନେଇଥିଲେ ସାଇବର ଠକ । ୩ ଝିଅଙ୍କୁ ମଧ୍ୟ ମନି ଲଣ୍ଡରିଂ ମାମଲାରେ ତଦନ୍ତ ପରିସରଭୁକ୍ତ କରାଯାଇଥିବା ନେଇ ବିଶ୍ଵାସ ଜନ୍ମାଇ ବୃଦ୍ଧଙ୍କୁ ୩ ଦିନ ପାଇଁ ଡିଜିଟାଲ୍ ଆରେଷ୍ଟ କରି ନେଇଥିଲେ ।

ଏନେଇ ମୃତକଙ୍କ ପତ୍ନୀ ମଙ୍ଗଳବାର ପୋଲିସରେ ଏତଲା ଦେଇଛନ୍ତି । ସେ କହିଛନ୍ତି, "ସ୍ଵାମୀଙ୍କୁ ମାନସିକ ଚାପ ଭିତରେ ରଖାଯାଇଥିଲା । ଜୀବନର ତମାମ ସଞ୍ଚିତ ଜମା ପୁଞ୍ଜି ହରାଇବା ପରେ ବି ସ୍ଵାମୀଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ ସାଇବର ଠକ ।"

ଏତଲା ଅନୁସାରେ, ଅକ୍ଟୋବର ୨୨ରେ ବୃଦ୍ଧ ଜଣଙ୍କ ଘରେ ଅଚେତ ହୋଇ ପଡ଼ି ଯାଇଥିଲେ । ଏହା ପରେ ତାଙ୍କୁ ମେଡିକାଲ୍ ନିଆଯାଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର । ପୋଲିସ ଅନୁସାରେ, ଏତେ ବଡ଼ ଠକେଇ ପରେ ବୃଦ୍ଧ ଜଣଙ୍କ ମାନସିକ ଭାବେ ଶକ୍ତ ଆଘାତ ପାଇଥିଲେ ।

କେମିତି ହେଲା ଠକେଇ ?

ଅଗଷ୍ଟ ୧୬ ତାରିଖରେ ବୃଦ୍ଧ ଜଣଙ୍କୁ ଏକ କଲ୍ ଆସେ । ଆଉ କଲ୍ କରିଥିବା ବ୍ୟକ୍ତି ନିଜକୁ ମୁମ୍ବାଇ ପୋଲିସର ଏନକାଉଣ୍ଟର ସ୍ପେସାଲିଷ୍ଟ ପରିଚୟ ଦିଅନ୍ତି । କୁହନ୍ତି, "ଆପଣଙ୍କ ବ୍ଯାଙ୍କ୍ ଆକାଉଣ୍ଟ ଏବଂ ଆଧାର ତଥ୍ୟର ଅପବ୍ୟବହାର ହେଉଛି । ଯାହାକି ଏକ ଘରୋଇ ଏୟାରଲାଇନ୍‌ର ମନି ଲଣ୍ଡରିଂ ସହ ଜଡ଼ିତ ।"

ପୁନେ ସାଇବର ପୋଲିସ ଅନୁସାରେ, ଏହା ପରେ ବୃଦ୍ଧଙ୍କୁ ଠକ କଲ୍ ପରେ କଲ୍ କରି ଚାଲନ୍ତି । କେତେବେଳେ IPS ଆଉ କେବେ ଦିଲ୍ଲୀ CBIର ବଡ଼ ଅଧିକାରୀ ପରିଚୟ ଦିଅନ୍ତି । କଲ୍‌ରେ ବୃଦ୍ଧ ଦମ୍ପତିଙ୍କୁ ଗିରଫ କରିବା ନେଇ କୁହନ୍ତି । ବୃଦ୍ଧଙ୍କୁ ଫୋନ୍ କ୍ୟାମେରା ଅନ୍ ରଖିବା ଲାଗି କହି ଦମ୍ପତିଙ୍କୁ ୩ ଦିନ ପର୍ଯ୍ୟନ୍ତ ଡିଜିଟାଲ୍ ଆରେଷ୍ଟ କରି ନିଅନ୍ତି ।

ଏଥିସହ ପଢ଼ନ୍ତୁ: ଭାରତର ବଡ଼ ଠକେଇ: ବ୍ୟବସାୟୀଙ୍କୁ ଅନଲାଇନ୍ ଗିରଫ କରି ୧୮ ଆକାଉଣ୍ଟରେ ୫୮ କୋଟି ଲୁଟ୍

ଆଉ ୩ ଦିନର ଡିଜିଟାଲ୍ ଆରେଷ୍ଟରେ ନେଇ ଯାଆନ୍ତି ସମସ୍ତ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସହ ଆଧାର କାର୍ଡର ବିବରଣୀ । ସମସ୍ତ ତଥ୍ୟ ହାସଲ ପରେ ଠକ ୫ଟି ଆକାଉଣ୍ଟକୁ ସମସ୍ତ ଟଙ୍କା ଟ୍ରାନ୍ସଫର କରି ନିଅନ୍ତି । ଆଉ ଠକଙ୍କ ଫୋନ୍ ହଠାତ୍ କଟିବା ପରେ ଦମ୍ପତି ଜାଣି ପାରନ୍ତି ସେମାନେ ଠକେଇର ସିକାର ହୋଇଛନ୍ତି । ଆଉ ପୋଲିସରେ ଅଭିଯୋଗ କରନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pune: 80-Year-Old Retired Officer Dies After ₹1.2 Crore Digital Arrest Scam | Argus News | Argus News