ନୀଳଡ୍ରମରେ ହତ୍ୟା ଘଟଣା , ପୁଅ କହିଲା ବାପା ମୃତ୍ୟୁର କାହାଣୀ

Key Points
ମା ଆଉ ଅଙ୍କଲ ମିଶି ମୋ ବାପାଙ୍କୁ ମାରିଦେଲେ
ସେମାନେ ବାପାଙ୍କୁ ନୀଳ ଡ୍ରମରେ ପୁରାଇବା ମୁଁ ଦେଖିଛି
ସେଦିନର ସବୁ ଦୃଶ୍ୟ ମୁଁ ଦେଖୁଥିଲି
ସେଦିନ ନୀଳ ଡ୍ରମରେ ବାପାଙ୍କୁ ଭର୍ତ୍ତି କରିବା ବେଳେ ମୁଁ ପ୍ରଶ୍ନ କରିଥିଲି , ଏମିତି କାହିଁକି କରିଲ, ଆଉ ସେ ଅଙ୍କଲ ଉତ୍ତର ଦେଇଥିଲେ, ତୋ ବାପାଙ୍କର ମୃତ୍ୟୁ ହୋଇସାରିଛି ।
ରାଜସ୍ଥାନର ଅଲୱାରରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡର ଏକ ନୂଆ ମୋଡ ସାମ୍ନାକୁ ଆସିଛି । ପତିକୁ ପ୍ରେମିକ ସହ ମାରି ନୀଳଡ୍ରମରେ ଭର୍ତ୍ତି କରିବା ଘଟଣାରେ ମୁହଁ ଖୋଲିଛି ହତ୍ୟାକାରୀ ପତ୍ନୀ ସୁନିତାଙ୍କ ବଡପୁଅ ହର୍ଷଲ । ସେ ଘଟଣାକୁ ଖୁବ ନିକଟରୁ ଦେଖିଛି । ସେ ଏହାର ପ୍ରମୁଖ ସାକ୍ଷୀ ରୂପେ ନିଜର ବୟାନ ଦେଇଛନ୍ତି । ସେ ପୋଲିସକୁ କହିଛନ୍ତି , ପାଣି ରଖିବା ପାଇଁ ବ୍ୟବହାର ହେଉଥିବା ନୀଳ ଡ୍ରମକୁ ତାଙ୍କ ମାଆ ଏବଂ ତାଙ୍କ ପ୍ରେମିକ ତାଙ୍କ ବାପାଙ୍କ ମୃତଦେହକୁ ଭିତରେ ରଖିବା ପାଇଁ ବ୍ୟବହାର କରିଥିଲେ।
ହର୍ଷଲ କହିଛି, ହତ୍ୟା କରିବାର କିଛି ସମୟ ପୂର୍ବରୁ କିଶନଗରସ୍ଥିତ ତାଙ୍କ ଘରେ ତାଙ୍କ ବାପା ମାଆ ଏବଂ ସେ ଅଙ୍କଲ ବସି ମଦ ପିଉଥିଲେ । ମାଆ ମାତ୍ର ୨ , ୪ ପେଗ୍ ହିଁ ପିଇଛନ୍ତି । କିନ୍ତୁ ଯେଉଁ ଅଙ୍କଲ ମୋ ବାପାଙ୍କୁ ମାରିଛନ୍ତି , ସେ ଟିକେ ଅଧିକ ପିଇଥିଲେ । ଆଉ ତାଙ୍କୁ ଦେଖିବା ପରେ ମୋ ବାପା ବି ଖୁବ ଅଧିକ ପିଇବାକୁ ଲାଗିଲେ । ଆଉ ପିଇବା ପରେ ସେ ମୋ ମାଆକୁ ପିଟିବାକୁ ଲାଗିଥିଲେ। ଯେତେବେଳେ ସେହି ଅଙ୍କଲ ଜଣକ ତାଙ୍କୁ ବଞ୍ଚାଇବାକୁ କହିଥିଲେ । ସେତେବେଳେ ବାପା କହିଥିଲେ, ଯଦି ଆମ ଭିତରେ ତୁ ଆସୁ , ତେବେ ମୁଁ ତତେ ବି ମାରିଦେବି । ପରେ ସେ ଅଙ୍କଲ ଆଉ ବାପାଙ୍କ ଭିତରେ ମାରପିଟ ହୋଇଥିଲା । ଯାହାକୁ ଦେଖି ମାଆ ମତେ ଶୋଇଯିବାକୁ କହିଥିଲେ ।
ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ..