Crime story Rehman / ଏମିତି ଥିଲା ରେହମାନ ଡକାୟତର କାହାଣୀ ଜାଣନ୍ତୁ...
·8 months ago·3 min read

Key Points
ଏମିତି ଥିଲା ରେହମାନ ଡକାୟତର କାହାଣୀ...
କଟାମୁଣ୍ଡ ସହ ଫୁଟବଲ ଖେଳୁଥିଲା ରେହମାନ ।
ନାଁ ଶୁଣିରେ ଭୟରେ ଥରୁଥିଲା କରାଚୀ ।
କଟାମୁଣ୍ଡ ସହ ଫୁଟବଲ ଖେଳୁଥିଲା ରେହମାନ ।
ନାଁ ଶୁଣିରେ ଭୟରେ ଥରୁଥିଲା କରାଚୀ ।
କଟାମୁଣ୍ଡ ସହ ଫୁଟବଲ ଖେଳୁଥିଲା ରେହମାନ । ନାଁ ଶୁଣିରେ ଭୟରେ ଥରୁଥିଲା କରାଚୀ । ୧୫ ବର୍ଷରେ ମାଆକୁ କରିଥିଲା ହତ୍ୟା । କଳ୍ପନାରୁ ବି ଅଧିକ କ୍ରୁର ଥିଲା ରେହମାନ ଡକାୟତ । ଯେଉଁ ଫିଲ୍ମ ଏବେ ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି, ଯେଉଁ ଫିଲ୍ମରେ ଅକ୍ଷୟ ଖାନ୍ନାଙ୍କ ଚରିତ୍ର ଏବଂ ଡ୍ୟାନ୍ସକୁ ସମସ୍ତେ ଭୂରିଭୂରି ପ୍ରଶଂସା କରୁଛନ୍ତି, ସେ ଫିଲ୍ମର ଚରିତ୍ର ପଛର ମୁଖ୍ୟ ନାୟକ ରେହମାନ ଡକାୟତ । ଯାହାର ଭୂମିକା ନିଭାଇଥିଲେ ଅକ୍ଷୟ ଖାନ୍ନା । କିଛି ଏମିତି ଥିଲା ରେହମାନ ଡକାୟତର କାହାଣୀ । ଯାହାର ନାଁ ଶୁଣିଲେ ଭୟରେ ଥରି ଉଠୁଥିଲା କରାଚୀ ।
୧୯୭୫ରେ କରାଚୀର ସବୁଠୁ ପୁରୁଣା ସ୍ଥାନ ଲିୟାରୀରେ ଜନ୍ମ ହୁଏ ରେହମାନ ଡକାୟତ । ଲିୟାରୀ, ସେହି ସମୟରେ ଅପରାଧ ଅଞ୍ଚଳ ଭାବେ ବେଶ୍ ଜଣାଶୁଣା ଥିଲା । ସେତବେଳେ ରେହମାନକୁ ସର୍ଦ୍ଦାର ଅବଦୁଲ ରେହମାନ ବାଲୋଚ୍ ବୋଲି ନାମକରଣ କରାଯାଇଥିଲା। ସେ ମୋହମ୍ମଦ ଏବଂ ତାଙ୍କର ଦ୍ଵିତୀୟ ପତ୍ନୀ ଖାଦିଜାର ପୁଅ ଥିଲା।
ଯେହେତୁ ଏକ ଅପରାଧିକ ଅଞ୍ଚଳରେ ରେହମାନର ଜନ୍ମ ହେଇଥିଲା, ସେଥିପାଇଁ ପିଲାବେଳୁ କ୍ରାଇମକୁ ଆଖି ସାମ୍ନାରେ ଦେଖୁଥିଲା ରେହମାନ । ଆଉ କିଶୋର ଅବସ୍ଥାରୁ ହିଁ ଅପରାଧକୁ ଗ୍ରହଣ କରିଥିଲା । ୧୩ ବର୍ଷରୁ ଅପରାଧ ଦୁନିଆରେ ପାଦ ଦେଇଥିଲା ରେହମାନ । ଆଉ ବନି ଯାଇଥିଲା ରେହମାନ ଡକାୟତ। ଅତି ଛୋଟ କଥାରେ ସେ ବଡ଼ ବଡ଼ ହତ୍ୟା କରିବାକୁ ପଛାଉନଥିଲା । ଆଉ ନିଜ ମାଆଙ୍କୁ ବି ଛାଡ଼ିନଥିଲେ ରେହମାନ ।
୧୫ ବର୍ଷ ବୟସରେ ନିଜ ଘରେ ନିଜ ମାଆକୁ ଗୁଳି କରି ହତ୍ୟା କରିଥିଲା । ରେହମାନର ମାଆ ପୋଲିସର ସୂଚନାଦାତା ଥିବାରୁ ଏମିତି ହତ୍ୟା କରିଥିବା ସେ ସତ ମାନିଥିଲା । ଏହାପରେ ଅଢେଇବର୍ଷ ଜେଲରେ ରହିବା ପରେ ସେ ପୋଲିସକୁ ଚକମା ଦେଇ ଜେଲରୁ ଖସି ଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁଣି ଫେରି ଆସିଥିଲା ବଲୁଚିସ୍ତାନ । ଆଉ ତିଆରି କରିଥିଲା ନିଜର ନେଟୱାର୍କ । ୧୯୯୦ ଦଶକରେ ରେହମାନ ହାଜି ଲାଲୁ ଗ୍ୟାଙ୍ଗରେ ଯୋଗ ଦେଇଥିଲା। ପରେ ହାଜିର ମୃତ୍ୟୁ ପରେ ସେ ଗ୍ୟାଙ୍ଗକୁ ନିଜ ହାତକୁ ନେଇଥିଲା। ୨୦୦୦ ସୁଦ୍ଧା ସେ ଲିୟାରୀର ସବୁଠାରୁ ଖତରନାକ ପାୱାରଫୁଲ ଗ୍ୟାଙ୍ଗ ଲିଡର ହୋଇ ସାରିଥିଲା । ଏହାପରେ କରାଚୀରୁ ନେଇ ବଲୁଚିସ୍ତାନ ଯାଏଁ ଅନେକ ସମ୍ପତ୍ତି କିଣି ଦେଇଥିଲା ରେହମାନ ।
ରେହେମାନ ଏତେ କ୍ରୂର ଥିଲା ଯେ କାହାକୁ ହତ୍ୟା କରିବା ପରେ, ସେ ତାଙ୍କ ଗ୍ୟାଙ୍ଗ ସହିତ ମୃତଦେହର ମୁଣ୍ଡକୁ ଫୁଟବଲ୍ କରି ଖେଳୁଥିଲା। ତା ନେଟୱାର୍କ ଜବରଦଖଲ, ଅସ୍ତ୍ରଶସ୍ତ୍ର ଚାଲାଣ, ଅପହରଣ ଏବଂ ନିଶାଦ୍ରବ୍ୟର ଅବୈଧ ଯୋଗାଣ ପରି ଅପରାଧରେ ଜଡିତ ଥିଲା। ୨୦୦୦ ମସିହା ସୁଦ୍ଧା, ରହମାନ ତାର ପ୍ରାୟ ସମସ୍ତ ଶତ୍ରୁଙ୍କୁ ନିପାତ କରିସାରିଥିଲା ଏବଂ ନିଜକୁ ଲିଆରିର ଶାସକ ବୋଲି ଘୋଷଣା କରିଥିଲା ।
ଏହାପରେ ପୁଣି ରାଜନୀତିରେ ପାଦ ଦେଇଥିଲା ରେହମାନ । ଧିରେଧିରେ ତାର କ୍ରୁରତା ବଢିବା ଯୋଗୁଁ ପୋଲିସ ଅଫିସର ଚୌଧୁରୀ ଅସଲମଙ୍କ ନେତୃତ୍ଵରେ ୨୦୦୬ରେ ରେହମାନକୁ ଗିରଫ କରିବା ପାଇଁ ଏକ ଟିମ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଗିରଫ ହେବପରେ ପୁଣି ସେ ଖସି ଯାଇଥିଲେ ।
୨୦୦୯ରେ ରେହମାନ ଡକାୟତର ଆତଙ୍କରାଜ ଶେଷ ହୋଇଥିଲା । ଅସଲମ ଚୌଧୁରୀ ତାଙ୍କ ସହ ତାଙ୍କ ୩ ଜଣ ସାଙ୍ଗଙ୍କୁ ଗିରଫ କରିଥିଲେ । ଆଉ ପରେ ପରେ ପୋଲିସ ତାକୁ ଏନକାଉଣ୍ଟର କରି ଦେଇଥିଲେ । ୨୯ ବର୍ଷରେ ରେହମାନ ଡକାୟତର ମୃତ୍ୟୁ ହୋଇଥିଲା । ପୋଲିସ ଏକ ବିବୃତ୍ତିରେ କହିଥିଲେ, ରେହମାନ ଅପହରଣ ଏବଂ ହତ୍ୟା ମାମଲା ସମେତ ୮୦ ଟି ମାମଲାରେ ମୋଷ୍ଟ ୱାଣ୍ଟେଡ୍ ଥିଲା । ବର୍ତ୍ତମାନ ଧୁରନ୍ଧର ଫିଲ୍ମ ମାଧ୍ୟମରେ ଭାରତୀୟଙ୍କ ମଧ୍ୟରେ ଚର୍ଚ୍ଚା ବିଷୟ ପାଲଟିଛି ଏହି ରେହମାନ ଡକାୟତ ।

Related Topics
Explore more stories