Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ତାଳପତ୍ର ଘୋଡେଇ ଅଭିଯୁକ୍ତ ଫେରାର

Crime

୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ତାଳପତ୍ର ଘୋଡେଇ ଅଭିଯୁକ୍ତ ଫେରାର

Smruti Parija
Browse all articles by Smruti Parija
·1 year ago·1 min read
୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ତାଳପତ୍ର ଘୋଡେଇ ଅଭିଯୁକ୍ତ ଫେରାର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଲଜ୍ଜା । ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ତାଳପତ୍ର ଘୋଡେଇ ଅଭିଯୁକ୍ତ ଫେରାର । ୭ ବର୍ଷର ନାବାଳିକା ଜଣଙ୍କ ଘର ପାଖକୁ ତାଳ ସଜ ଗୋଟାଇବାକୁ ଯାଇଥିବାବେଳେ ତାଙ୍କୁ ଦୁଷ୍କର୍ମ କରି ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି ।


ଦୁର୍ବୃତ୍ତମାନେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ଗ୍ରାମ ଠାରୁ କିଛି ଦୂରରେ ତାଳ ପତ୍ର ଘୋଡେଇ ଫେରାର ହୋଇଯାଇଥିଲେ । ତେବେ ଶିଶୁଟି ସଂଜ୍ଞାହୀନ ଅବସ୍ଥାରେ ପଡିଥିବାବେଳେ ଖବର ପାଇ ପରିବାର ଲୋକେ ଶିଶୁକୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖବର ପାଇ ହିନ୍ଦୋଳ ପୋଲିସ, ଜିଲ୍ଲା ସାଇଣ୍ଟଫିକ ଟିମ୍ ଏବଂ ଡଗ ସ୍କ୍ଵାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି । ତେବେ ଘଟଣା ଘଟିଥିବା ସ୍ଥାନ ନିକଟରେ ଏକ ବେଆଇନ ମଦ ବିକ୍ରି ହେଉଥ‌ିବା ଘରକୁ କିଛି ବାହାର ଲୋକ ଆସିଥିଲେ । ସେହି ସମୟରେ ଶିଶୁଟି ନିଖୋଜ ହୋଇ ଯାଇଥିଲା‌ । ପରିବାର ଲୋକ ଶିଶୁକୁ ନପାଇ ଏଣେତେଣେ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇନଥିଲେ ।


ଶେଷରେ ଗାଁ ପାଖ ଏକ ଗଛ ମୂଳରେ ପିଲାଟିକୁ ତାଳ ପତ୍ର ଘୋଡା ଅବସ୍ଥାରେ ଠାବ କରାଯାଇଥିଲା । ବାହାର ଅଞ୍ଚଳର କେହି ଦୁର୍ବୃତ୍ତ ପିଲାଟିର ଏଭଳି ଅବସ୍ଥା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ପରିବାର ଲୋକେ ପିଲାଟିକୁ ପ୍ରଥମେ ହିନ୍ଦୋଳ ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏ ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।

Sponsored
seven-year-minor-girl-raped-in-dhenkanal | Argus News