Police SI Exam Scam / SI ପରୀକ୍ଷା କେଳେଙ୍କାରୀ; ମାରାଥନ୍ ଜେରା ପରେ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକ ଗିରଫ
·10 months ago·3 min read

Key Points
ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିକୁ ନେପାଳ ସୀମାରୁ ଗିରଫ ପରେ କ୍ରାଇମବ୍ରାଞ୍ଚ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ଠାରୁ କ୍ରାଇମବ୍ରାଞ୍ଚ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକଙ୍କୁ ମାରାଥନ ଜେରା କରୁଥିଲା ।
ଭୁବନେଶ୍ଵର: SI ପରୀକ୍ଷା କେଳେଙ୍କାରୀ ମାମଲାରେ ବନ୍ଧା ହେଲା ଆଉ ଜଣେ ମାଷ୍ଟରମାଇଣ୍ଡ । ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିକୁ ନେପାଳ ସୀମାରୁ ଗିରଫ ପରେ କ୍ରାଇମବ୍ରାଞ୍ଚ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
ଗତକାଲି ଠାରୁ କ୍ରାଇମବ୍ରାଞ୍ଚ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକଙ୍କୁ ମାରାଥନ ଜେରା କରୁଥିଲା । ମାରାଥନ ଜେରା ପରେ ସୋମବାର ସୁରେଶକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । SI ପରୀକ୍ଷା କେଳେଙ୍କାରୀ ଷଡ଼ଯନ୍ତ୍ରରେ ସିଲିକନ ଓ ପଞ୍ଚସଫ୍ଟର ହାତ ଥିବା ପ୍ରଥମେ ଅର୍ଗସ୍ ନ୍ୟୁଜ୍ ଖବର ପ୍ରସାରଣ କରିଥିଲା ।
ଶନିବାର SI ପରୀକ୍ଷା କେଳେଙ୍କାରୀ ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ନେପାଳ ସୀମା ନିକଟ ଉତ୍ତରାଖଣ୍ଡରୁ ଗିରଫ କରିଥିଲା ଓଡ଼ିଶା କ୍ରାଇମବ୍ରାଞ୍ଚ । ଗିରଫ ପରେ ଶଙ୍କର ପୃଷ୍ଟିକୁ କ୍ରାଇମବ୍ରାଞ୍ଚ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣି ଜେରା କରୁଛି ।
ଏଥିସହ ପଢ଼ନ୍ତୁ: SI ପରୀକ୍ଷା କେଳେଙ୍କାରୀ: ନେପାଳ ସୀମାରୁ ବନ୍ଧା ହେଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି
ଗିରଫ ପରେ ଗଣମାଧ୍ୟମ ଆଗରେ ଶଙ୍କର କରିଛି ବଡ଼ ଖୁଲାସା । ଭୁବନେଶ୍ୱରରେ ପହଞ୍ଚିବା ପରେ ଦେଇଛି ଚାଞ୍ଚଲ୍ୟକର ବୟାନ । କହିଛି, ବିଜେଡି ସରକାର ସମୟରେ ହୋଇଥିଲା ବଡ଼ ଷଡ଼ଯନ୍ତ୍ର । ବିଜେଡି ଶାସନରେ ହୋଇଥିଲା ୧୦୦୦ କୋଟିର ଡିଲ । ଖାଲି ସେତିକି ନୁହେଁ, ଶଙ୍କର ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ଆହୁରି କହିଛି, 'ମୁଁ ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଥିଲି । ଆଗୁଆ ବେଲ ପାଇଁ ହାଇକୋର୍ଟରେ ଫାଇଲ୍ କରାଯାଇଥିଲା, ସୁପ୍ରିମକୋର୍ଟରେ ବି ଫାଇଲ୍ କରିଥିଲି । ଗୋଟିଏ ମାସ ସମୟ ଦେଇଥିଲେ ମୁଁ ନିଜେ ସରେଣ୍ଡର କରିଥାନ୍ତି । ଗିରଫ ହୋଇଥିବା ଆଶୟୀଙ୍କ ସହ ମୋର କିଛି ଯୋଗାଯୋଗ ନାହିଁ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତକାଲି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ମୁନା ମହାନ୍ତି ଓ ଶଙ୍କର ପୃଷ୍ଟିଙ୍କୁ ମୁହାଁମୁହିଁ ଜେରା କରିଥିଲେ ଅଧିକାରୀ । ଆଜି ଶଙ୍କର ପୃଷ୍ଟି ସହ ସୁରେଶ ନାୟକଙ୍କୁ କୋର୍ଟ ଚାଲାଣ କରିବ କ୍ରାଇମବ୍ରାଞ୍ଚ ।
OPRB, ଆଇଟିଆଇକୁ SI ପରୀକ୍ଷା ପରିଚାଳନା ଦାୟିତ୍ଵ ଦେଇଥିଲା । ପରେ ଆଇଟିଆଇ, ସିଲିକନକୁ ଦେଇଥିଲା ପରିଚାଳନା ଦାୟିତ୍ଵ । ଏହାପରେ ସିଲିକନ୍ ଠାରୁ ପଞ୍ଚସଫ୍ଟ ଦାୟିତ୍ଵ ନେଇଥିଲା । ପଞ୍ଚସଫ୍ଟ ଓ ସିଲିକନ୍ ମିଶି ପୋଲିସ SI ପରୀକ୍ଷା କେଳେଙ୍କାରୀ ଷଡ଼ଯନ୍ତ୍ର କରିଥିଲେ ।
ସପ୍ତାହକ ତଳେ ପୋଲିସ SI ସ୍କାମ୍ ମାମଲାକୁ CBIକୁ ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ କରାଯାଇ ଏହି ନିଷ୍ପତ୍ତି ନିଆଯାଇଥିଲା । ଏସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ ପାଇଁ CBIକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ । ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏକ ସ୍ଥାୟୀ ଆୟୋଗ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି । ପୋଲିସ ଓ ଅନ୍ୟାନ୍ୟ ପୋଷାକଧାରୀ କର୍ମଚାରୀ ଚୟନ ପାଇଁ ହେବ ସ୍ଥାୟୀ ଆୟୋଗ ।
ଏଥିସହ ପଢ଼ନ୍ତୁ: ଫିଲ୍ମ ଷ୍ଟାଇଲ୍ରେ ଚେହେରା ବଦଳାଇଥିଲା ଶଙ୍କର !
ଓଡିଶା ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ସି.ଆଇ.ଡିକୁ ଦିଆଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅନୁସଂଧାନରୁ ଜଣାଯାଇଛି ଯେ ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ଥାଇପାରେ। ଏହା ସହିତ ଏହି ଦୁର୍ନୀତିରେ ଆନ୍ତ-ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି ।
ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ଏବେ ସୁଦ୍ଧା ୧୨୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମଧ୍ୟରୁ ୧୧୪ ଜଣଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ମୁଚାଲିକାରେ ଜାମିନ ମିଳିଛି ।

Related Topics
Explore more stories