ବାପାଙ୍କୁ ମୁଖାଗ୍ନି ଦେବାକୁ ଯାଉଥିବା ବେଳେ ପୁଅ ବୋହୂର ମୃତ୍ୟୁ
·1 year ago·1 min read

Key Points
ବାପାଙ୍କୁ ମୁଖାଗ୍ନି ଦେବାକୁ ଯାଉଥିବା ବେଳେ ପୁଅ ବୋହୂର ମୃତ୍ୟୁ
ଏନ୍ଏଚ୍ ୫୭ ନୂଆପଡ଼ା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା
ବାପାର ମୃତ୍ୟୁ ଖବର ଶୁଣି ନୟାଗଡ଼ ଗଣିଆ ଯାଉଥିଲେ ପୁଅବୋହୂ
ବାପାଙ୍କୁ ମୁଖାଗ୍ନି ଦେବାକୁ ଯାଉଥିବା ବେଳେ ପୁଅ ବୋହୂର ମୃତ୍ୟୁ ହୋଇଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ୫୭ ନଂ ଜାତୀୟ ରାଜପଥ ରାମ୍ଭିକଟା ନିକଟରେ । ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍ କୁ ସାମ୍ନାରୁ ଧକ୍କା ଦେଲା କାର । ଫଳରେ ଘଟଣାସ୍ଥଳରେ ସ୍ବାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକ ସ୍ବାମୀ ସ୍ତ୍ରୀ ନୟାଗଡ ଦଶପଲ୍ଲା ଗଣିଆ ଅଞ୍ଚଳର ରାଜ କିଶୋର ସାହୁ ଓ ମୀନାରାଣୀ ସାହୁ ବୋଲି ଜଣାପଡିଛି । ଗତକାଲି ରାତିରେ ବାପାଙ୍କ ମୃତ୍ୟୁ ଖବର ପାଇ ନୂଆପଡ଼ା ଜିଲ୍ଲାରୁ ନିଜ ଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏନ୍ଏଚ୍ ୫୭ ନୂଆପଡ଼ା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: