Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

ତୁରୁମୁଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ, ପୁଅର ଠେଙ୍ଗା ପାହାରରେ ମା'ର ମୃତ୍ୟୁ 

Smruti Parija
Browse all articles by Smruti Parija
·2 years ago
ତୁରୁମୁଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ, ପୁଅର ଠେଙ୍ଗା ପାହାରରେ ମା'ର ମୃତ୍ୟୁ 

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରୀ ଭାଲୁପାହାଡି ସାହିରେ ଚାଞ୍ଚଲ୍ୟ । ପୁଅର ଠେଙ୍ଗା ପାହାରରେ ମା'ର ମୃତ୍ୟୁ ଘଟିଛି । ପୋଲିସ ଅଭିଯୁକ୍ତ ପୁଅ ସୁରେନ୍ଦ୍ର ନାଏକକୁ ଗିରଫ କରିଥିବା ସୂଚନା ମିଳିଛି ।‌ 

ପୁଅ ସୁରେନ୍ଦ୍ର ନିଶାସକ୍ତ ଅବସ୍ଥାରେ ଆସି ମା' ସହିତ ଯୁକ୍ତି ତର୍କ କରିଥିଲେ । ଯୁକ୍ତିତର୍କ ସମୟରେ ସେ ଉତକ୍ଷିପ୍ତ ହୋଇ ମା' ଗୋରୀଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ମା' ଗୌରୀ ଘଟଣାସ୍ଥଳରେ ଟଳି ପଡିଥିଲେ । ଗ୍ରାମବାସୀ ଘଟଣା ସମ୍ପର୍କରେ ତୁରୁମୁଙ୍ଗା ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।  ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ସୁରେନ୍ଦ୍ର ନାଏକକୁ ଗିରଫ କରିଥିବା ସୂଚନା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
son-killed-mother-in-keonjhar | Argus News