Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Sonam Raghuwanshi Case: ସୁପାରୀ କିଲର ଖୋଲିଦେଲେ ଗୁମର, ଜେଲରେ ମୁହଁ ଖୋଲୁନି ସୋନମ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Sonam Raghuwanshi Case: ସୁପାରୀ କିଲର ଖୋଲିଦେଲେ ଗୁମର, ଜେଲରେ ମୁହଁ ଖୋଲୁନି ସୋନମ

Key Points

ଜେଲରେ ସୋନମ କହୁଛି ମୋ ମୁଣ୍ଡ ବିନ୍ଧୁଛି ।
'ମୋତେ ନିଶା ଦେଇ ଏଭଳି କାଣ୍ଡ କରାଯାଇଛି ।'
ସୋନମଙ୍କ ବାପାଙ୍କ ପ୍ଲାଏଉଡ୍‌ ଦୋକାନରେ HR କାମ କରୁଥିଲା ରାଜ୍ କୁଶଓ୍ୱା ।

ଖୋଲୁଛି ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ପଛର ଗୁମର । ବିବାହ ପୂର୍ବରୁ ରାଜାକୁ ମାରିବାକୁ ପ୍ଲାନ୍ କରିଥିଲା ସୋନମ । ପ୍ରେମିକ ରାଜ୍ ସହିତ ମିଶି ସୁପାରୀ କିଲରଙ୍କ ସହ କରିଥିଲା ଡିଲ୍ । ଅପରେସନ ହନିମୁନରେ ଅଭିଯୁକ୍ତଙ୍କ ପାଖରେ ପହଂଚିଥିଲା ପୋଲିସ । ରାଜାର ପରିଜନଙ୍କ ଦାବି, ଦୋଷୀଙ୍କୁ ଦିଆଯାଉ ଫାଶୀ ଦଣ୍ଡ ।

ହନିମୁନ ନୁହେଁ ହନି ଖୁନ... ସାତ ଜନ୍ମର ସାଥି ହେବାକୁ ରାଜାର ହାତ ଧରିଥିଲେ ସୋନମ । କିନ୍ତୁ ପ୍ରେମର ନିଶା ଏମିତି ଚଢିଥିଲା ଯେ ପ୍ରେମିକକୁ ପାଇବା ପାଇଁ ସ୍ବାମୀକୁ ବଳି ପକେଇ ଦେଲା । ନିଖୋଜ ହେବାର ୧୬ ଦିନ ପରେ ସୋନମ ଫେରିଆସିଲା ସିନା ହେଲେ ଫେରିଲା ନାହିଁ ସ୍ୱାମୀ । ପ୍ରେମିକ ଉପରେ ବି ଆଉ କରିପାରିଲାନି ଭରସା ।

ଏବେ ବଡ଼ ପ୍ରଶ୍ନ , ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀର ହତ୍ୟା ହେଲା କେମିତି । ଯେଉଁ ୩ ସୁପାରି କିଲର ଗିରଫ ହୋଇଛନ୍ତି ସେମାନେ ଗୋଟି ଗୋଟି କରି ସବୁ କହିଛନ୍ତି । ଏହି ୩ ଅଭିଯୁକ୍ତ ସୋନମ ଓ ରାଜ୍‌ର ଇସାରାରେ କରିଥିଲେ ହତ୍ୟା । କୁହାଯାଉଛି ବିବାହ ପୂର୍ବରୁ ହିଁ ସୋନମ ରଚିଥିଲା ହତ୍ୟାର ଷଡଯନ୍ତ୍ର । ମଧ୍ୟପ୍ରଦେଶରୁ ୩ ଜଣ ସୁପାରି କିଲରଙ୍କ ସହ ଡିଲ ହୋଇଥିଲା ।
ଆସନ୍ତୁ ଜାଣିବା ସୁପାରି କିଲରମାନେ ପୋଲିସ ଆଗରେ କଣ କହିଛନ୍ତି ...

୧- ଆମେ ରାଜା ରଘୁବଂଶୀଙ୍କୁ ହତ୍ୟା କରିଛୁ ।
୨- ସୋନମର ନିର୍ଦ୍ଦେଶରେ ଏ ହତ୍ୟାକାଣ୍ଡ ହୋଇଛି ।
୩- ଏଥିପାଇଁ ଆମକୁ ୫୦ ହଜାର ଟଙ୍କା ଆଗୁଆ ଦିଆଯାଇଥିଲା ।
୪- ସୋନମ ବାହାଘର ପୂର୍ବରୁ ଏ ହତ୍ୟା ପାଇଁ ପ୍ଲାନିଂ କରିଥିଲା ।
୫- ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଅନ୍‌ଲାଇନ୍‌ରେ ଅର୍ଡର ହୋଇଥିଲା ।

ତେବେ ଏତେ ସବୁ ପରେ ଏବେ ଅଭିଯୁକ୍ତଙ୍କ ଘରେ ଚାଲିଛି ସର୍ଚ୍ଚ ଅପରେସନ । ଷଡ଼ଯନ୍ତ୍ରରେ ସାମିଲ ସୋନମଙ୍କ ସମେତ ୫ ଜଣଙ୍କୁ ଗିରଫ କରିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି ମେଘାଳୟ ପୋଲିସ । ୟୁପି ଗାଜିପୁରରୁ ଆଣି ବିହାର ପାଟନାରେ ପହଞ୍ଚିବା ପରେ କୋଲକାତା ଓ ଗୁଆହାଟି ଦେଇ ସିଲଂ ନିଆଯାଇଛି । ସିଲଂରୁ ହିଁ ରାଜା ରଘୁବଂଶୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେଠାରେ ହିଁ ସିନ୍‌ ରିକ୍ରିଏସନ କରିବ ପୋଲିସ ।

ସୋନମକୁ ରିମାଣ୍ଡରେ ଆଣିବା ପରେ ପୋଲିସ କହିଛି, ସୋନମ୍ ରାତି ସାରା ଚୁପ୍ ରହିଥିଲା । ନା କିଛି ଖାଇଥିଲା ନା ଶୋଇଥିଲା । କେବଳ ଗୋଟିଏ କଥା ବାରମ୍ବାର କହୁଥିଲା, ତାର ମୁଣ୍ଡ ବିନ୍ଧା ହେଉଛି । ଏହା ସହ ସୋନମ ନିଜ ସଫେଇରେ କହିଥିଲା, ତାକୁ ନିଶା ଦେଇ ପୁରା ଘଟଣା ଭିଆଯାଇଥିଲା । ସେପଟେ ଅଭିଯୁକ୍ତ ରାଜ୍‌ କୁଶୱାର ପରିବାର ଲୋକ କହିଛନ୍ତି, ରାଜ୍‌ର ଏଥିରେ କୌଣସି ସଂପୃକ୍ତି ନାହିଁ । ସେ ନିର୍ଦ୍ଦୋଷ, ତାଙ୍କୁ ଫସାଇ ଦିଆଯାଇଛି ।

ନିଜ ବାପାଙ୍କ ପ୍ଲାଏଉଡ ଫ୍ୟାକ୍ଟ୍ରିରେ ମାନବ ସମ୍ବଳ ବିଭାଗରେ କାର୍ଯ୍ୟରତ ଥି୍ଲା ସୋନମ । ଅଫିସକୁ ଯିବା ସମୟରେ ରାଜ ସହିତ ତାର ଦେଖାହେଉଥିଲା । ଧୀରେ ଧୀରେ ସେମାନେ ପରସ୍ପରର ନିକଟତର ହୋଇଥିଲେ । ହେଲେ ସୋନମର ବାହାଘର ରାଜା ରଘୁବଂଶୀ ସହିତ କରିଥିଲେ ପରିବାର ଲୋକେ । ନିଜ ପ୍ରେମିକକୁ ପାଇବା ପାଇଁ ଏମିତିକା ଷଡଯନ୍ତ୍ର ରଚିଥିଲା ସୋନମ ଓ ତାର ପ୍ରେମିକ ରାଜ । ଅପରେସନ ହନିମୁନରେ ପୋଲିସ ସୋନମ ସମେତ ୫ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sonam Raghuwanshi Case: Supari killer reveals secrets, Sonam does not open her mouth in jail | Argus News