Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Sonam Raghuwanshi Case: ଲଗେଜ୍‌ ରଖି କୁଆଡ଼େ ଗଲେ ସ୍ୱାମୀ-ସ୍ତ୍ରୀ ? ସୋନମଙ୍କୁ ଦେଖି ସନ୍ଦେହ କରିଥିଲେ ହୋଟେଲ ଷ୍ଟାଫ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
Sonam Raghuwanshi Case: ଲଗେଜ୍‌ ରଖି କୁଆଡ଼େ ଗଲେ ସ୍ୱାମୀ-ସ୍ତ୍ରୀ ? ସୋନମଙ୍କୁ ଦେଖି ସନ୍ଦେହ କରିଥିଲେ ହୋଟେଲ ଷ୍ଟାଫ !

Key Points

ହୋଟେଲରେ ଷ୍ଟାଫ୍‌ଙ୍କ ସହ କଥା ହେଉଥିଲେ ରାଜା ।
ଅସ୍ଥିର ହୋଇପଡ଼ୁଥିଲେ ସୋନମ ।
ସତେ ଯେମିତି କେଉଁ ଅଜଣା ଭୟ ଘାରିଥିଲା ।

ହନିମୁନରେ ସ୍ୱାମୀକୁ ହତ୍ୟା ! ଏହି ଘଟଣା ଏବେ ସାରା ଦେଶରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତେ ଏହାକୁ ନେଇ କିଛି ନା କିଛି ଆଲୋଚନା କରୁଛନ୍ତି । ଏମିତିକି ଅନେକ ଲୋକ ହନିମୁନ ଯିବାକୁ ଡର ଲାଗିଲାଣି ବୋଲି କହିଲେଣି । କେହି କେହି ତ ଏଭଳି ହତ୍ୟା ଘଟଣା ଦେଖି ବିବାହ କରିବାକୁ ଡରିଲେଣି । ଏହି ଘଟଣା ଯେତିକି ପୁରୁଣା ହେଉଛି, ସେତିକି ନୁଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜ୍ଞା ହଁ... ଏହି ଲୋମହର୍ଷଣକାରୀ କାହାଣୀର ଦୁଇଟି ଚରିତ୍ର ହେଲା, ରାଜା ରଘୁବଂଶୀ (ସ୍ୱାମୀ) ଏବଂ ସୋନମ (ସ୍ତ୍ରୀ) ।

ଏବେ ରାଜାଙ୍କ ସେଇ ଶେଷ ପଦ କଥା 'ଆମେ କାଲି ଆସିବୁ'କୁ ନେଇ ଆରମ୍ଭ ହୋଇଛି ତର୍ଜମା । ଏମିତି କହି ହୋଟେଲ ଛାଡ଼ି ଚାଲିଯାଇଥିଲେ ସ୍ୱାମୀ-ସ୍ତ୍ରୀ । କିନ୍ତୁ ହୋଟେଲ ଷ୍ଟାଫଙ୍କ ମନରେ ସୋନମ ଭରିଦେଇଥିଲେ ସନ୍ଦେହ ।

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ରାଜା ରଘୁବଂଶୀ କହିଥିଲେ, ଆମେ କାଲି ଆସିବୁ... ଏହି ଶେଷ ପଦ କଥା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସତେ ଯେମିତି ଏହା ଅଡ଼ୁଆ ସୂତା ପାଲଟିଯାଇଛି । ଏହି ହତ୍ୟା ଘଟଣା ବାହାରକୁ ଯେତିକି ସହଜ ଦେଖାଯାଉଛି, ବାସ୍ତବରେ ସେତିକି ଜଟିଳ ଅନୁଭବ ହେଉଛି । ଅନେକ ଅସମାହିତ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଚେରାପୁଞ୍ଜିର ସେଇ ଶାନ୍ତ ହୋଟେଲରେ ଏମିତି କିଛି ଘଟଣା ଘଟିଥିଲା, ଯାହା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମନରେ ଏଭଳି ଚିନ୍ତା ଘାରୁଛି ।

ପ୍ରଶ୍ନ ହେଉଛି ରାଜାଙ୍କ ହତ୍ୟାର କିଛି ଘଣ୍ଟା ପୂର୍ବରୁ କ'ଣ ଘଟିଥିଲା ? ସୋନମ କୁଆଡ଼େ ଯାଇଥିଲେ ? ସେ କାହିଁକି ଚିନ୍ତିତ ଦେଖାଯାଉଥିଲେ ? ଏହି ସବୁ ପ୍ରଶ୍ନର ଉତ୍ତର ସେହି ହୋଟେଲର କର୍ମଚାରୀମାନେ ଦେଇଥିଲେ । ଯେଉଁଠି ଉଭୟ ସ୍ୱାମୀ-ସ୍ତ୍ରୀ ପହଞ୍ଚିବା ପରେ କିଛି ସମୟ ପାଇଁ ସେଠାରେ ରହିଥିଲେ ।

୨୨ ତାରିଖ, ଦିନ ପ୍ରାୟ ୧୨ଟା ୪୫ ହେବ । ବାହାରେ ଖୁବ୍‌ ସୁନ୍ଦର ରୋମାଣ୍ଟିକ ପାଗ ଦେଇଥିଲା । ମେଘ ଘୋଡ଼ାଇ ହୋଇ ରହିଥିଲା । ଛାଇ ଛାଇ କରିଥିଲା । ଘାଟିରେ ଥଣ୍ଡା ଥଣ୍ଡା ପବନ ବହୁଥିଲା । ଏହି ସମୟରେ ରାଜା ରଘୁବଂଶୀ ଏବଂ ତାଙ୍କ ପତ୍ନୀ ସୋନମ ଏକ ଭଡା ସ୍କୁଟିରେ ହୋଟେଲ 'ମାନହା'ର ଗେଟ ସମ୍ମୁଖରେ ପହଞ୍ଚିଥିଲେ । ସେମାନଙ୍କ ପାଖରେ ଦୁଇଟି ବଡ଼ ଲଗେଜ୍ ଥିଲା, କିନ୍ତୁ ହୋଟେଲରେ କୌଣସି ରୁମ୍‌ ଖାଲି ନଥିଲା।

ତେଣୁ ରାଜା ରଘୁବଂଶୀ ରିସେପ୍ସନରେ ଥିବା ଜଣେ ହୋଟେଲ କର୍ମଚାରୀଙ୍କୁ କହିଲେ, ଭାଇ.. ଆମର ଲଗେଜ୍ ଗୁଡ଼ିକ ଟିକେ ରଖିଦିଅ । ଆମେ କାଲି ଫେରିଲେ ନେଇଯିବୁ । ଇଏ ତ ଥିଲା ଏକ ସାଧାରଣ କଥାବାର୍ତ୍ତା । କିନ୍ତୁ ହୋଟେଲ କର୍ମଚାରୀଙ୍କ କହିବାନୁଯାୟୀ ଏହି କଥାବାର୍ତ୍ତା ସମୟରେ ସେମାନେ କିଛି ଅନୁଭବ କରିଥିଲେ । ଏମିତି ଉଭୟଙ୍କ କେମେଷ୍ଟ୍ରୀକୁ ନେଇ ଷ୍ଟାଫ୍‌ମାନେ ସନ୍ଦେହ କରିଥିଲେ । ହୋଟେଲ କର୍ମଚାରୀଙ୍କ ଅନୁସାରେ, ଯେତେବେଳେ ରାଜା କଥାବାର୍ତ୍ତା କରୁଥିଲେ, ସେତେବେଳେ ସୋନମ କ୍ରୋଧିତ ଥିବା ଭଳି ଜଣାପଡ଼ୁଥିଲେ । ତାଙ୍କ ମୁହଁରେ ଥକ୍କାପଣ ନୁହେଁ ବରଂ ଅସ୍ଥିରତା ସ୍ପଷ୍ଟ ଜଣାପଡ଼ୁଥିଲା । ଯେମିତିକି ସୋନମ ସେହି ହୋଟେଲରେ ରହିବାକୁ ଚାହୁଁନଥିଲେ, କିମ୍ବା ସେ ଅନ୍ୟ କୌଣସି ଚିନ୍ତାରେ ବୁଡ଼ି ରହିଥିଲେ ।

ହୋଟେଲରୁ ବାହାରିଗଲେ କିନ୍ତୁ ଫେରିଲେନି


ସେହି ହୋଟେଲକୁ ଆସିବା ବେଳେ ରାଜା ଏକ ନୀଳ ରେନକୋଟ୍ ପିନ୍ଧିଥିଲେ । କାରଣ ବର୍ଷା ଆଶଙ୍କା ଥିଲା । ତେବେ ସୋନମ କିନ୍ତୁ ଅତ୍ୟନ୍ତ ଅସ୍ଥିର ଓ ଚିନ୍ତିତ ଥିଲେ, ବାରମ୍ବାର ଏଣେତେଣେ ଦେଖୁଥିଲେ। ତାଙ୍କ ହାବଭାବରୁ ଜଣାପଡ଼ୁଥିଲା ସେ ଏକ ପ୍ରକାରର ଭୟଭୀତ ଅଛନ୍ତି । ଯେପରିକି ସେ କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି, କିମ୍ବା ସେ ଅନ୍ୟ କୌଣସି ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି।

ହୋଟେଲ କର୍ମଚାରୀଙ୍କ କହିବା ଅନୁସାରେ, ସେଠାରେ ଲଗେଜ୍ ରଖିବା ପରେ ଦୁହେଁ ଚାଲିଗଲେ । କିନ୍ତୁ ଆଉ ଫେରିଲେ ନାହିଁ । ଦିନ ପରେ ଦିନ ଗଡ଼ିଗଲା ହେଲେ, ସେ ଦୁହେଁ ଆଉ ଫେରିଲେ ନାହିଁ । କୌଣସି ଫୋନ୍ ନାହିଁ, କୌଣସି ମେସେଜ୍ ନାହିଁ କିମ୍ବା ଅନ୍ୟ କୌଣସି ସୂଚନା ମଧ୍ୟ ଆସିଲା ନାହିଁ। ଯେତେବେଳେ ସେମାନଙ୍କର ଲଗେଜ୍ ତିନି ଦିନ ପର୍ଯ୍ୟନ୍ତ ହୋଟେଲର ଏକ କୋଣରେ ପଡ଼ି ରହିଲା, ହୋଟେଲ କର୍ମଚାରୀମାନେ ଚିନ୍ତିତ ହୋଇଗଲେ। ଶେଷରେ, ସେମାନେ ସ୍ଥାନୀୟ ପୋଲିସକୁ ଖବର ଦେଲେ।

ଲଗେଜ୍ ଦେଖି ପୋଲିସ ଆଶ୍ଚର୍ଯ୍ୟ


ପୋଲିସ ଯେତେବେଳେ ସେଇ ମାନହା ହୋଟେଲରେ ପହଞ୍ଚି ଲଗେଜ୍ ଖୋଲି ଦେଖିଲା, ଏକଦମ୍‌ ଚମକି ପଡ଼ିଲା । ଏହାପରେ ଏହି ଘଟଣାର ଏକ ଚାଞ୍ଚଲ୍ୟକର ମୋଡ଼ ସାମ୍ନାକୁ ଆସିଲା। ଭିତରେ ଥିବା ଜିନିଷପତ୍ର ଏବଂ କାଗଜପତ୍ର ଏହି ମାମଲାକୁ ଏକ ସମ୍ଭାବ୍ୟ ହତ୍ୟା ରହସ୍ୟରେ ପରିଣତ କରିଦେଲା । ଯଦିଓ ପୋଲିସ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି, କିନ୍ତୁ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି, ଏହା ଖୁବ୍‌ ଆଶ୍ଚର୍ଯ୍ୟଜନକ । ହତ୍ୟା ପୂର୍ବରୁ ଅସ୍ଥିରତା, ନୀରବତା ଏବଂ ହୋଟେଲରେ ଛାଡିଯାଇଥିବା ଲଗେଜ୍ ଏବେ ସନ୍ଦେହ ଘେରକୁ ଆସିଛି । ସେହି ଲେଗେଜ୍‌ରୁ କ'ଣ ବାହାରିଥିଲା ତାହା ପୋଲିସ ସର୍ବ ସମ୍ମୁଖରେ ପ୍ରକାଶ କରିନଥିଲେ ମଧ୍ୟ ଏହା ଖୁବ୍‌ ଗମ୍ଭୀର ବୋଲି ଜଣାପଡ଼ିଛି ।

ଏହି ଘଟଣା ପରେ କୁହାଯାଉଛି ସୋନମ ପୂର୍ବରୁ ଜାଣିଥିଲେ ଯେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି । ସେଦିନ ଚେରାପୁଞ୍ଜିର ସେଇ ଶାନ୍ତ ପାଣିପାଗ ଏକ ଝଡ଼ର ସଙ୍କେତ ଦେଉଥିଲା ସୋନମଙ୍କୁ । ସବୁଠାରୁ ବଡ଼ ପ୍ରଶ୍ନ - ଯଦି ସେ 'କାଲି' ଆସିବାର ନଥିଲା, ତେବେ ରାଜା କାହିଁକି କହିଥିଲେ ଯେ ସେ ଫେରିବେ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sonam Raghuwanshi Case: Where did the husband and wife go after leaving their luggage? | Argus News