Soumya Murder Case / ସୌମ୍ୟ ଭିଡ ହତ୍ୟା ମାମଲା, ଗିରଫ ହେଲା ପ୍ରଦୀପ, ସଂଖ୍ୟା ପହଞ୍ଚିଲା ୧୮ରେ

Key Points
ଏନଏଚଆରସି ଟିମର ତନାଘନା ଏଡିଜିଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କୁ ଜେରା
ସ୍ପଟ ପରେ ଜିମରେ ଯାଞ୍ଚ, ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚୁରା
ବହୁ ଚର୍ଚ୍ଚିତ ବାଲିଅନ୍ତା ଗଣହିଂସା ଓ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଏବେ ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି । ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ପ୍ରଦୀପ ମଙ୍ଗରାଜକୁ ଢେଙ୍କାନାଳରୁ ଗିରଫ କରିଥିବା ବେଳେ, ଅନ୍ୟପଟେ ଜାତୀୟ ମାନବାଧିକାର କମିଶନ ବା NHRCର ୨ ଜଣିଆ ପ୍ରତିନିଧି ଦଳ ଆଜି କ୍ରାଇମ ସ୍ପଟ୍ରେ ପହଞ୍ଚି ଖୋଳତାଡ଼ ଶେଷ କରିଛନ୍ତି ।
ସେପଟେ ପୋଲିସକୁ କ୍ରାଇମବ୍ରାଞ୍ଚ ଆଇଜି କ୍ଲିନଚିଟ୍ ଦେଇଛନ୍ତି, କହିଛନ୍ତି ସେମାନେ ସୌମ୍ୟଙ୍କୁ ଉଦ୍ଧାର କରିଥିଲେ । ଏବେ ପ୍ରଶ୍ନ ଉଠୁଛି, ବଡ଼ ପୋଲିସ ଅଧିକାରୀଙ୍କ ସୁରକ୍ଷା ପାଇଁ ଏହା ଷଡ଼ଯନ୍ତ୍ର କି ?
ସୌମ୍ୟ ଭିଡ ହତ୍ୟା ମାମଲା, ଗିରଫ ହେଲା ପ୍ରଦୀପ, ସଂଖ୍ୟା ପହଞ୍ଚିଲା ୧୮ରେ । ଏନଏଚଆରସି ଟିମର ତନାଘନା. ଏଡିଜିଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କୁ ଜେରା । ସ୍ପଟ ପରେ ଜିମରେ ଯାଞ୍ଚ, ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚୁରା ।
ଏପଟେ ପୋଲିସକୁ କ୍ରାଇମବ୍ରାଞ୍ଚ ଆଇଜିଙ୍କ କ୍ଲିନଚିଟ୍, କହିଲେ ସେମାନେ ସୌମ୍ୟଙ୍କୁ ଉଦ୍ଧା୍ର କଲେ । ବିଶେଷଜ୍ଞଙ୍କ ମତ ଉପସ୍ଥିତ ପୋଲିସଙ୍କ ବିରୋଧରେ ହେବା କଥା ଫୌଜଦାରୀ ମାମଲା । ବଡ଼ ପୋଲିସ ଅଧିକାରୀଙ୍କ ସୁରକ୍ଷା ପାଇଁ ଷଡଯନ୍ତ୍ର କି ?
ସୌମ୍ୟଙ୍କୁ ଭିଡ ପିଟୁଥିବା ବେଳେ ଉପସ୍ଥିତି ଥିଲା ପୋଲିସ, ହାତ ଗୋଡ ବାନ୍ଧିବା ବେଳେ ବି ଉପସ୍ଥିତ ଥିଲା ପୋଲିସ, ଟ୍ରକ ଡାଲାକୁ ପଶୁ ଭଳି ସୌମ୍ୟଙ୍କୁ ଫୋପାଡିବା ବେଳେ ବି ଥିଲା ପୋଲିସ, ଟ୍ରକରେ ନିଜେ ନ ଯାଇ, ଆକ୍ରମଣକାରୀଙ୍କ ସହ ଛାଡିଦେଲା ପୋଲିସ, ପାଖ ହାଇଟେକ୍ ହସପିଟାଲକୁ ନ ନେଇ ଗଲେ ବାଳକାଟି ହସପିଟାଲକୁ, ହେଲେ ବର୍ତ୍ତମାନ ସୁଦ୍ଧା ଉପସ୍ଥିତ ପୋଲିସଙ୍କ ବିରୋଧରେ ହେଲାନାହିଁ ଫୌଜଦାରୀ ମାମଲା, ଦୁଇ ଯୁବତୀ ଓ ଓମଙ୍କ ପଲିଗ୍ରାଫ ଟେଷ୍ଟ ହେଉନଥିବାରୁ ତାକୁ ନେଇ ବି ପ୍ରଶ୍ନ, ଏନେଇ କ୍ରାଇମବ୍ରା଼ଞ୍ଚ ଆଇଜି କହିଛନ୍ତି ପୋଲିସ ସୌମ୍ୟଙ୍କୁ ଉଦ୍ଧାର କରିଛି ଯାହା ସନ୍ଦେହକୁ ବଢାଉଛି…
ସେପଟେ ସୌମ୍ୟ ହତ୍ୟାକୁ ନେଇ ଏନଏଚଆରସିର ତନାଘନା ଜାରି । ସ୍କାନରରେ ଏଡିଜି ଦୟାଲ ଗଙ୍ଗୱାର। ସୌମ୍ୟଙ୍କ GRP ସହକର୍ମୀ ଓ IPS ଦୟାଲ ଙ୍କ ଘରେ କାମ କରୁଥିବା ପୋଲିସକୁ ଜେରା କରାଯାଇଛି । IPS ଦୟାଲ ଗଙ୍ଗୱାର୍ ଙ୍କ ଘରୋଇ କାମ କରୁଥିବା କର୍ମଚାରୀଙ୍କୁ ଜେରା ହୋଇଛି ।
କେବେ ଠାରୁ IPS ଘରେ କାମ କରୁଥିଲେ ? ସୌମ୍ୟଙ୍କୁ କାହିଁକି ବାରମ୍ବାର IPS ନିନର ବ୍ୟକ୍ତିଗତ କାମରେ ଲଗାଉଥିଲେ ? ସୌମ୍ୟ କେଉଁ କେଉଁ କାମ ସବୁ କରୁଥିଲେ ? ସେସବୁ ପ୍ରସଙ୍ଗରେ ଜେରା କରିଛି NHRC ଟିମ । ଏହାପରେ ବାଲିଅନ୍ତାର ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛି ଟିମ୍ । ପରେ ଅଡଶପୁର ସୌମ୍ୟଙ୍କ ଜିମ୍ ଓ ତାଙ୍କ ଘରକୁ ଯାଇଥିଲା ଜାତୀୟ ମାନବାଧିକା କମିଶନଙ୍କ ଟିମ୍ । ସୌମ୍ୟଙ୍କ ବାପା ମାଙ୍କୁ ପଚାରାଉଚୁରା କରିଛି ଟିମ୍ ।
ଏବେ ପ୍ରଶ୍ନ ସୌମ୍ୟ ହତ୍ୟାରେ କାହିଁକି ଲାଗିଲା ନାହିଁ ଭିଡ ହତ୍ୟାର ମାମଲା, ଏଡିଜି ଦୟାଲ ଗଙ୍ଗୱାରଙ୍କ ଭୂମିକା କଣ, କାହିଁକି ସୌମ୍ୟଙ୍କ ଦରମା ବନ୍ଦ କରିଥିଲେ ଏଡିଜି, କାହିଁକି ବାଲିଅନ୍ତା ଥାନା ଅଧିକାରୀଙ୍କୁ କେବଳ ବଦଳି କରି ଚୁପ୍ ବସିଗଲେ ଡିସିପି ।
📱 Get Argus News App
✨Related Topics
Explore more stories