ପୋଷାକ ସିଲେଇ କରିବା ପାଇଁ ୧୩ ମହଲାକୁ ପୁଅକୁ ନେଇ ଯାଇଥିଲା ମାଆ, ଆଉ ୧୨ ସେକେଣ୍ଡ ପରେ...

Key Points
ପ୍ରଥମେ ୨ ବର୍ଷର ପୁଅ ଆଉ ଠିକ୍ ୧୨ ସେକେଣ୍ଡ ପରେ ମାଆ । ୧୩ ମହଲାରୁ ଜଣଙ୍କ ପରେ ଜଣେ ତଳକୁ ଖସି ପଡ଼ିଲେ ।
ନୂଆଦିଲ୍ଲୀ: ମାତ୍ର ୧୨ ସେକେଣ୍ଡ, ବଦଳିଗଲା ସବୁକିଛି । ୧୩ ମହଲାରୁ ୧୨ ସେକେଣ୍ଡ ବ୍ୟବଧାନରେ ଯାହା ଘଟିଲା ତା'କୁ ନେଇ ସମସ୍ତେ ସ୍ତବ୍ଧ । ପ୍ରଥମେ ୨ ବର୍ଷର ପୁଅ ଆଉ ଠିକ୍ ୧୨ ସେକେଣ୍ଡ ପରେ ମାଆ । ୧୩ ମହଲାରୁ ଜଣଙ୍କ ପରେ ଜଣେ ତଳକୁ ଖସି ପଡ଼ିଲେ । କେହି କିଛି ବୁଝିବା ଆଗରୁ ଗୁଜରାଟ ସୁରଟର ମାର୍ତଣ୍ଡ ହିଲ୍ସ କୋଠାରେ ଘଟିଥିଲା ଏ ଘଟଣା ।
୨ ବର୍ଷର ପୁଅ ସହ ମହିଳାଙ୍କ ତୁରନ୍ତ ସ୍ଥାନୀୟ ଲୋକ ମେଡିକାଲ୍ ନେଇ ଯାଇଥିଲେ । ଆଉ ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ୧୩ ମହଲାରୁ କେମିତି ତଳକୁ ଖସି ପଡ଼ିଲେ ମାଆପୁଅ । ଏହା ଦୁର୍ଘଟଣା ଥିଲା ନା କିଏ ଆଉ ଠେଲି ଦେଲା ? ଏହା ଜାଣିବାକୁ ସିସିଟିଭି ଯାଞ୍ଚ କରାଯାଇଥିଲା । ଆଉ ସିସିଟିଭି କ୍ୟାମେରାରେ ଯାହା ରେକର୍ଡ ହୋଇଥିଲା, ତା'କୁ ଦେଖି ସ୍ତବ୍ଧ ହୋଇଗଲେ ସମସ୍ତେ ।
ଘଟଣା ଘଟିଥିବା ସ୍ଥାନରୁ ୨୦ ଫୁଟ୍ ଦୂରରେ ଗଣେଶ ପୂଜା ପେଣ୍ଡାଲରେ ଭିଡ଼ ଥିଲେ ବି କେହି ଟେର୍ ପାଇ ନଥିଲେ । ପ୍ରଥମେ ମହିଳା ଜଣଙ୍କ ୧୩ ମହଲାକୁ ପୁଅକୁ ନେଇ ଯାଉଛନ୍ତି । ଆଉ ୨ ବର୍ଷର ପୁଅକୁ ତଳକୁ ଫିଙ୍ଗି ଦେଇ ୧୨ ସେକେଣ୍ଡ ବ୍ୟବଧାନରେ ନିଜେ ବି ତଳକୁ ଡେଇଁ ପଡ଼ୁଥିବା ସିସିଟିଭି ଭିଡିଓରେ ରେକର୍ଡ ହୋଇଛି ।
📱 Get Argus News App
✨
ସୂଚନା ଅନୁସାରେ, ଉକ୍ତ କୋଠାର ୬ ମହଲାରେ ସ୍ଵାମୀଙ୍କ ସହ ରହୁଥିଲେ ମହିଳା ଜଣଙ୍କ । ଘଟଣା ଦିନ ମହିଳା ଜଣଙ୍କ ପୋଷାକ ସିଲେଇ କରିବାକୁ ଯାଉଥିବା ସ୍ଵାମୀଙ୍କୁ କହିଥିଲେ । ହେଲେ ପୋଷାକ ସିଲେଇ ବଦଳରେ ପୁଅକୁ ନେଇ ପହଞ୍ଚିଥିଲେ ୧୩ତମ ମହଲାରେ । ଆଉ ସେଠାରୁ ସିଧା ପୁଅ ସହ ତଳକୁ ଡେଇଁ ପଡ଼ିଥିଲେ । ତେବେ ମହିଳା ଜଣଙ୍କ ପୁଅକୁ ନେଇ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇ ନାହିଁ ।