Man Killed Wife / ୩ ମାସ ହେଲା ବିବାହ ହୋଇଥିଲା, ୧୨ ବର୍ଷର ଝିଅ ପାଇଁ ବିଚ୍ ରାସ୍ତାର ମାରିଦେଲା ସ୍ୱାମୀ !

Key Points
"ତୁମେ ମୋତେ ଚିଟ୍ କରୁଛ କି ?" ଏତିକି କହିବା ଭିତରେ ସେ ରାଗିଯାଇ ପକେଟରୁ ଏକ ଛୁରି ବାହାର କଲା। ଆଉ ତା'ପରେ ସେ ଲଗାତର ରେଖାଙ୍କୁ ଭୁସି ଚାଲିଲା ।
କି ନୃଶଂସ ମଣିଷ । ନିଜ ପତ୍ନୀଙ୍କୁ ଦିନ ଦ୍ୱିପ୍ରହରେ ଛୁରି ଭୁସି ହତ୍ୟା କରିଦେଲା । ମନରେ ଏତେ ରାଗ ଥିଲା ଯେ... ଥରେ କି ଦୁଇ ଥର ନୁହେଁ, ବାରମ୍ବାର ପତ୍ନୀଙ୍କୁ ଭୁସିଲା । ତାପରେ ପତ୍ନୀ ସେଇଠି ହିଁ ପ୍ରାଣ ହରାଇଲେ । ଆଉ ଏହି ପୁରା ଘଟଣାକୁ ନିଜ ଆଖିରେ ଦେଖୁଥିଲା ମହିଳାଙ୍କ ୧୨ ବର୍ଷର ଝିଅ । ହେଲେ କିଛି କରିପାରୁ ନଥିଲା । ଏମିତିକି ବାପାଠାରୁ ମାଆର ଜୀବନ ବି ବଞ୍ଚାଇବାକୁ ଚେଷ୍ଟା କରିପାରି ନଥିଲା । ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି ଏହି ଘଟଣା । ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ହତ୍ୟାର କାରଣ ସନ୍ଦେହ !
ପୋଲିସର କହିବା ଅନୁଯାୟୀ, ମୃତ ମହିଳାଙ୍କ ନାଁ ରେଖା ଏବଂ ଅଭିଯୁକ୍ତ ସ୍ୱାମୀର ନାଁ ଲୋକେଶ। ଉଭୟଙ୍କ ବିବାହକୁ ମାତ୍ର ତିନି ମାସ ବିତିଥିଲା । ବିବାହ ପରଠୁ ସେମାନଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା । ଲୋକେଶର ସନ୍ଦେହ ହେଉଥିଲା କି ରେଖାଙ୍କର ଅନ୍ୟ କାହା ସହ ପ୍ରେମ ସମ୍ପର୍କ ରହିଛି । ଏହାସହ ଲୋକେଶ ସବୁବେଳେ ରେଖାଙ୍କୁ କହି ଆସୁଥିଲା ଯେ, 'ତମେ ତମ ପ୍ରଥମ ବିବାହର ଝିଅକୁ, ଅନ୍ୟ କେଉଁଆଡ଼େ ଛାଡ଼ି ଆସ' । ତାପରେ ଆମେ ଦୁଇ ଜଣ ମିଶିକି ରହିପାରିବା । କିନ୍ତୁ ରେଖା ଏଥିରେ ଅମଙ୍ଗ ଥିଲେ । ଆଉ ଏହି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା ।
ଘଟଣା ଦିନ ରେଖା ନିଜ ଝିଅ ସହିତ ସୁଙ୍କଡାକାଟ୍ଟେ ବସ୍ ଷ୍ଟାଣ୍ଡରେ ଥିଲେ। ହଠାତ୍ ଲୋକେଶ ସେଠାରେ ପହଞ୍ଚିଲେ ଏବଂ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଦେଖୁ ଦେଖୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଏତେ ବଢ଼ିଗଲା ଯେ ଲୋକେଶ ଚିତ୍କାର କରିବାକୁ ଲାଗିଲା । ଆଉ କହିଲା.. "ତୁମେ ମୋତେ ଚିଟ୍ କରୁଛ କି ?" ଏତିକି କହିବା ଭିତରେ ସେ ରାଗିଯାଇ ପକେଟରୁ ଏକ ଛୁରି ବାହାର କଲା। ଆଉ ତା'ପରେ ସେ ଲଗାତର ରେଖାଙ୍କୁ ଭୁସି ଚାଲିଲା ।
ମହିଳା ଜଣକ ରକ୍ତରେ ଜୁଡୁବୁଡୁ ହୋଇ ସେଇଠି ରାସ୍ତାରେ ଟଳିପଡ଼ିଲେ । ୧୨ ବର୍ଷ ଝିଅ ଏହି ସବୁ ଦେଖି କାନ୍ଦି କାନ୍ଦି ଚିତ୍କାର କରିବାକୁ ଲାଗିଲା। ଘଟଣାଟି ଏତେ କମ୍ ସମୟରେ ମଧ୍ୟରେ ହୋଇଗଲା ଯେ, ଝିଅ କିଛି ବୁଝିବା ଆଗରୁ ମାଆର ଜୀବନ ଚାଲିଗଲା । ଝିଅର ଚିତ୍କାର ଶୁଣି ଆଖପାଖ ଲୋକେ ଧାଇଁ ଆସିଲେ । ଆଉ ପୋଲିସକୁ ତୁରନ୍ତ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେଖାଙ୍କ ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସାଙ୍ଗେ ସାଙ୍ଗେ ଧରାପଡ଼ିଗଲା ଲୋକେଶ
ହତ୍ୟା ପରେ ଲୋକେଶ ଘଟଣାସ୍ଥଳରୁ ତୁରନ୍ତ ଚମ୍ପଟ ମାରି, କେ.ଆର. ମାର୍କେଟ ଆଡ଼କୁ ଚାଲି ଯାଇଥିଲା। ପୋଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲା । ଆଉ କାମାକ୍ଷୀ ଅଞ୍ଚଳରେ ଥିବା ଏକ ମାର୍କେଟ ପାଖରୁ ତାକୁ ଗିରଫ କରିଥିଲା । ପଚରାଉଚରା ସମୟରେ ଲୋକେଶ ଅପରାଧ ସ୍ୱୀକାର କରିଥିଲା ଏବଂ କହିଥିଲା ଯେ ସନ୍ଦେହ ଏବଂ ତାଙ୍କ ଝିଅକୁ ନେଇ ବିବାଦ ଯୋଗୁଁ ସେ ଏହି ଚରମ ପଦକ୍ଷେପ ନେଇଥିଲା। ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ହତ୍ୟା ମାମଲା ରୁଜୁ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
📱 Get Argus News App
✨Related Topics
Explore more stories