Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

ସ୍ତ୍ରୀ ସହ ଝଗଡ଼ାରୁ ରାତାରାତି ୩ ଛୁଆଙ୍କୁ ନେଇ ପଳାଇଲା ସ୍ଵାମୀ, ପୁଣି ମିଳିଲା ଦଗ୍ଧ ମୃତଦେହ

Sushanta Sahoo
Browse all articles by Sushanta Sahoo
·10 months ago·2 min read
ସ୍ତ୍ରୀ ସହ ଝଗଡ଼ାରୁ ରାତାରାତି ୩ ଛୁଆଙ୍କୁ ନେଇ ପଳାଇଲା ସ୍ଵାମୀ, ପୁଣି ମିଳିଲା ଦଗ୍ଧ ମୃତଦେହ

Key Points

ପାରିବାରିକ କଳହରୁ ଚାଲିଗଲା ୪ ଜୀବନ । ଜନ୍ମ କଲା ବାପା ନିଜ ହାତରେ ୨ ଝିଅ ଓ ପୁଅକୁ ମାରିବା ପରେ ଜାଳି ଦେଲା । ଆଉ ଶେଷରେ ନିଜେ କୀଟନାଶକ ପିଇ ଜୀବନ ହାରି ଦେଲା ।

ନୂଆଦିଲ୍ଲୀ: ସ୍ଵାମୀ, ସ୍ତ୍ରୀଙ୍କ ଝଗଡ଼ାରେ ବଳି ପଡ଼ିଲେ ୩ ଛୁଆ । ପାରିବାରିକ କଳହରୁ ଚାଲିଗଲା ୪ ଜୀବନ । ଜନ୍ମ କଲା ବାପା ନିଜ ହାତରେ ୨ ଝିଅ ଓ ପୁଅକୁ ମାରିବା ପରେ ଜାଳି ଦେଲା । ଆଉ ଶେଷରେ ନିଜେ କୀଟନାଶକ ପିଇ ଜୀବନ ହାରି ଦେଲା । ଏଭଳି ଭୟଙ୍କର, ଲୋମଟାଙ୍କୁରା ଘଟଣା ଘଟିଛି ତେଲଙ୍ଗାନାର ନଗରକୁରନୁଲ ଅଞ୍ଚଳରେ ।


ପୋଲିସ ଅନୁସାରେ, ୪ ଜଣଙ୍କ ମୃତ୍ୟୁ ପଛର କାରଣ ବୈବାହିକ କଳହ । ପ୍ରକାଶମ ଜିଲ୍ଲାର ଏକ ଗାଁରେ ରହୁଥିଲେ ଗୁଟ୍ଟା ଭେଙ୍କଟେଶ୍ଵରଲୁ । ଦୋକାନ ଦେଇ ପରିବାର ପୋଷୁଥିଲେ । ୨୦୨୫ ଅଗଷ୍ଟ ୩୦ରେ କୌଣସି କାରଣରୁ ପତ୍ନୀ ଦୀପିକାଙ୍କୁ ସହ ଗୁଟ୍ଟାଙ୍କ ଝଗଡ଼ା ହୋଇଥିଲା ।


ଆଉ ସ୍ତ୍ରୀ ସହ ଝଗଡ଼ା ପରେ ବ୍ୟତିବ୍ୟସ୍ତ ହୋଇ ସ୍ଵାମୀ ନେଇଥିଲା ବଡ଼ ପଦକ୍ଷେପ । ନିଜର ୩ ଛୁଆ ୮ ବର୍ଷର ମୋକ୍ଷିତା, ୬ ବର୍ଷର ବର୍ଷିଣୀ ଓ ୪ ବର୍ଷର ଶିବଧର୍ମାଙ୍କୁ ବାଇକ୍‌ରେ ବସାଇ ରାତାରାତି ଶ୍ରୀଶୈଳମ ଆଡ଼କୁ ପଳାଇଥିଲେ ଗୁଟ୍ଟା ଭେଙ୍କଟେଶ୍ଵର । ଆଉ ସେହି ରାତିରେ ରାସ୍ତାରେ ହିଁ ବାର୍ଷିଣୀ ଓ ଶିବଧର୍ମାଙ୍କ ଉପ୍ପନୁଥଳା ନିକଟରେ ହତ୍ୟା କରିବା ପରେ ଜାଳି ଦେଇଥିଲା ।


ତା'ପରେ ବଡ଼ ଝିଅ ମୋକ୍ଷିତାକକୁ ଥଣ୍ଡ୍ରାରେ ମାରି ଦେଇଥିଲା ଜହ୍ଳାଦ ବାପା । ମୋକ୍ଷିତାକୁ ହତ୍ୟା ପରେ ଗୁଟ୍ଟା ଭେଙ୍କଟେଶ୍ଵର କୀଟନାଶକ ପିଇ ଦେଇଥିଲା । ପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରିଥିଲା । ଆଉ ସିସିଟିଭି ଯାଞ୍ଚ ପରେ ଜଣାପଡ଼ିଥିଲା, ମୃତ ଗୁଟ୍ଟା ବାଇକରେ ହାଇଦ୍ରାବାଦ-ଶ୍ରୀଶୈଳମ ରାଜପଥରେ ୩ ଛୁଆଙ୍କୁ ନେଇ ଯାଉଥିଲା । ଆଉ ତଦନ୍ତକାରୀ ଦଳର ଛାନଭିନ୍ ପରେ ଭିନ୍ନ ଭିନ୍ନ ଜାଗାରୁ ୩ ଛୁଆଙ୍କ ଦଗ୍ଧ ମୃତଦେହ ମିଳିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ସ୍ଵାମୀ କାହିଁକି ନେଲା ଏତେବଡ଼ ପଦକ୍ଷେପ ? ପୋଲିସ ଅନୁସାରେ, ପାରିବାରିକ ବିବାଦରୁ ଏତେ ବଡ଼ ଅଘଟଣ ଘଟିଛି । ପତ୍ନୀ ଦୀପିକାଙ୍କ ଚରିତ୍ରକୁ ନେଇ ସ୍ଵାମୀ ସନ୍ଦେହ କରୁଥିଲା । ତେବେ ପୋଲିସର ତଦନ୍ତ ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ । ବର୍ତ୍ତମାନ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଛାନଭିନ୍ ଜାରି ରଖିଛି ।


ଅପରାଧ ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Telangana Shocker: Man Kills 3 Children, Dies by Suicide After Fight With Wife | Argus News | Argus News